ବୌଦ୍ଧ: ଶ୍ରେଣୀ ଗୃହ ନ ଥିବାରୁ ଛାତ୍ରଛାତ୍ରୀଙ୍କ ସ୍ୱାଧୀନତା ଦିବସ ବର୍ଜନ  

ବୌଦ୍ଧ: ଆଜି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ୭୦ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ବେଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ନୁର୍ପା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଧୀନତା ଦିବସକୁ ବର୍ଜନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ବିନା ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ହୋଇଛି। ଅନ୍ୟପକ୍ଷରେ  ସାମନ୍ତରାଳଭାବେ ଗାଁ ଲୋକଙ୍କ ସହିତ ଛାତ୍ରଛାତ୍ରୀମାନେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ସ୍କୁଲରେ ଭଲ ଶ୍ରେଣୀ ଗୃହ ନାହିଁ। ଯେଉଁ ଶ୍ରେଣୀ ଗୃହ ଅଛି ତାହା ବିପଦ ସଙ୍କୁଳ ଅବସ୍ଥାରେ ରହିଛି। […]

boudh

boudh

Rakesh Mallick
  • Published: Monday, 15 August 2016
  • Updated: 15 August 2016, 03:46 PM IST

Sports

Latest News

boudhବୌଦ୍ଧ: ଆଜି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ୭୦ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ବେଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ନୁର୍ପା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଧୀନତା ଦିବସକୁ ବର୍ଜନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ବିନା ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ହୋଇଛି। ଅନ୍ୟପକ୍ଷରେ  ସାମନ୍ତରାଳଭାବେ ଗାଁ ଲୋକଙ୍କ ସହିତ ଛାତ୍ରଛାତ୍ରୀମାନେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି।

ସ୍କୁଲରେ ଭଲ ଶ୍ରେଣୀ ଗୃହ ନାହିଁ। ଯେଉଁ ଶ୍ରେଣୀ ଗୃହ ଅଛି ତାହା ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏ ନେଇ ଅଭିଭାବକ ଓ ଗ୍ରାମବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ୱାର ଅଭିଯୋଗ  କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ପ୍ରଶାସନର ଏପରି ଉଦାସୀନତାକୁ ବିରୋଧ କରି ଗ୍ରାମବାସୀ ସ୍ୱାଧୀନତା ଦିବସ ଦିନ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ନ ପଠାଇ ଗାଁରେ ଏହାକୁ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏନେଇ ପ୍ରଧାନ ଶିକ୍ଷକ କହିଛନ୍ତି,“ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିଲେ ନାହିଁ। ଆମେ ସିଆରସିସିଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିଥିଲୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos