ପଲ୍ଲୀସଭାରେ ମହାଭାରତ: କାଠ ଫାଳିଆ ମାଡ଼ରେ ଜଣେ ମୃତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ମହାଳିକପଡ଼ା ପଞ୍ଚାୟତ ଅଫିସରେ ପଲ୍ଲୀସଭାରେ ଗଣ୍ଡଗୋଳ ଘଟିଛି। ଠିକା କାମକୁ ନେଇ ଗୋଟିଏ ଗୋଷ୍ଠୀର କାଠ ଫାଳିଆ ମାଡ଼ରେ ଦାଶରଥୀ କ୍ଷେତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ଗାଁରେ ଉତ୍ତେଜନା ଲାଗି ରହିଛି। ପୋଲିସ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।