ବରଗଡ଼ରେ ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ବରଗଡ଼: ରାଜ୍ୟରେ ଆଜି ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲହାନି ଓ ଋଣବୋଝ କାରଣରୁ ବରଗଡ଼ ଜିଲ୍ଲା ବରପାଲି ଅନ୍ତର୍ଗତ ରକସା ଗାଁର ଚାଷୀ ମନ୍ତୋଷ ହରିପାଲ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମନ୍ତୋଷ ଗତକାଲି କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବରପାଲି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମନ୍ତୋଷ ୮ଏକର ଜମିରେ ଚାଷ କରିଥିଲେ। କିନ୍ତୁ ସ୍ୱଳ୍ପ ବର୍ଷା ଯୋଗୁଁ ଫସଲ […]

farmer

farmer

Rakesh Mallick
  • Published: Sunday, 27 December 2015
  • Updated: 27 December 2015, 09:41 AM IST

Sports

Latest News

ବରଗଡ଼: ରାଜ୍ୟରେ ଆଜି ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲହାନି ଓ ଋଣବୋଝ କାରଣରୁ ବରଗଡ଼ ଜିଲ୍ଲା ବରପାଲି ଅନ୍ତର୍ଗତ ରକସା ଗାଁର ଚାଷୀ ମନ୍ତୋଷ ହରିପାଲ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମନ୍ତୋଷ ଗତକାଲି କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବରପାଲି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ମନ୍ତୋଷ ୮ଏକର ଜମିରେ ଚାଷ କରିଥିଲେ। କିନ୍ତୁ ସ୍ୱଳ୍ପ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଯାଇଥିଲା। ଚାଷ ପାଇଁ ଏସବିଆଇ ବ୍ୟାଙ୍କ ଓ ଅନ୍ୟ ପ୍ରାଇଭେଟ୍ ସଂସ୍ଥାରୁ ୯୦ହଜାର ଟଙ୍କା ଋଣ ଆଣିଥିଲେ। ସେଥିପାଇଁ ସେ ସବୁବେଳେ ଚିନ୍ତାରେ ରହୁଥିଲେ। ଫସଲହାନି ଓ ଋଣ ଚିନ୍ତାରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଗତକାଲି ନୂଆପଡ଼ା ଜିଲ୍ଲା କୋଦମାରୀ ପଞ୍ଚାୟତ କେରମେଲୀ ଗାଁର  ଚାଷୀ ସହଦେବ  ମାଝୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଥିଲା। ଫସଲହାନି ଓ ଋଣଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ  କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos