ବଜେଟ ଅଧିବେଶନ ଆରମ୍ଭ: ରାଜ୍ୟପାଳଙ୍କ ଅଭିଭାଷଣରେ ମହାନଦୀ ପ୍ରସଙ୍ଗ

ଭୁବନେଶ୍ୱର: ମହାନଦୀ  ଓଡ଼ିଶାର ଜୀବନରେଖା। ମହାନଦୀରେ ଛତିଶଗଡ଼ ବେଆଇନ  ବ୍ୟାରେଜ ନିର୍ମାଣ କାର୍ଯ୍ୟ ଚଳାଇଛି। ଏହାଦ୍ୱାରା ଓଡ଼ିଶାବାସୀଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହୋଇଛି। ଆଜି ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳ ଏସ.ସି. ଜମିରଙ୍କ ଅଭିଭାଷଣରେ ଏହା ସ୍ଥାନ ପାଇଥିଲା। ପ୍ରଥମେ ରାଜ୍ୟପାଳ ଦିବଙ୍ଗତ ପୂର୍ବତନ ସଦସ୍ୟ ଓ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ,“ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଓଡ଼ିଶା ସରକାର ଟ୍ରିବ୍ୟୁନାଲ ଜରିଆରେ ବିବାଦର […]

bufjet

bufjet

Rakesh Mallick
  • Published: Wednesday, 22 February 2017
  • Updated: 22 February 2017, 07:46 PM IST

Sports

Latest News

ଭୁବନେଶ୍ୱର: ମହାନଦୀ  ଓଡ଼ିଶାର ଜୀବନରେଖା। ମହାନଦୀରେ ଛତିଶଗଡ଼ ବେଆଇନ  ବ୍ୟାରେଜ ନିର୍ମାଣ କାର୍ଯ୍ୟ ଚଳାଇଛି। ଏହାଦ୍ୱାରା ଓଡ଼ିଶାବାସୀଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହୋଇଛି। ଆଜି ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳ ଏସ.ସି. ଜମିରଙ୍କ ଅଭିଭାଷଣରେ ଏହା ସ୍ଥାନ ପାଇଥିଲା। ପ୍ରଥମେ ରାଜ୍ୟପାଳ ଦିବଙ୍ଗତ ପୂର୍ବତନ ସଦସ୍ୟ ଓ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ,“ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଓଡ଼ିଶା ସରକାର ଟ୍ରିବ୍ୟୁନାଲ ଜରିଆରେ ବିବାଦର ସମାଧାନ ଲାଗି କେନ୍ଦ୍ରକୁ ଅବଗତ କରିଛନ୍ତି। ମୋ ସରକାର ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସଦା ଚେଷ୍ଟିତ ଅଛି।”

ସେ ଆହୁରି କହିଥିଲେ,“କୃଷି ଓ କୃଷକଙ୍କୁ ମୋ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛି। କୃଷି ପାଇଁ ସ୍ୱତନ୍ତ୍ର କ୍ୟାବିନେଟ୍‌ ବସି ଯୋଜନା ପ୍ରଣୟନ କରାଯାଉଛି। ଜଳସେଚନ ଓ କୃଷି ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ଡାଇରେକ୍ଟ ବେନିଫିଟ୍‌ ସ୍କିମ୍ ପ୍ରଚଳନ କରାଯାଇଛି। କୃଷକମାନେ ସେମାନଙ୍କ ପ୍ରାପ୍ୟ ବ୍ୟାଙ୍କ ଜମା ଖାତାରୁ ପାଉଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଉପରେ ଗୁରୁତ୍ୱ ଦିଆଯାଉଛି। ଅଧିକ ଗୋଦାମ ନିର୍ମାଣ ସହ କୃଷି ବୀମାକୁ ଗୁରୁତ୍ୱ ଦିଆଯାଉଛି। କୃଷି ସୂଚନା ପାଇଁ କୃଷକଙ୍କୁ ମାଗଣା ମୋବାଇଲ ଦିଆଯାଇଛି। ଗ୍ରାମାଞ୍ଚଳ ଭିତ୍ତିଭୂମିର ଆବଶ୍ୟକତା ପୂରଣ ପାଇଁ ୨୦୧୬-୧୭ରୁ କ୍ରିଟିକାଲ ଗ୍ୟାପ୍‌ ଫଣ୍ଡ ଫର୍‌ ଡିଷ୍ଟ୍ରିକ୍ଟ ପ୍ଲାନ ଆରମ୍ଭ କରାଯାଇଛି।”

ଆର୍ଥିକ ଅଭିବୃଦ୍ଧି ଓ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ରାଜ୍ୟପାଳ କହିଥିଲେ,“ଜିଡିପି କ୍ଷେତ୍ରରେ ଗତ ୬ବର୍ଷ ମଧ୍ୟରେ ୬.୨୩ ପ୍ରତିଶତ ଅଭିବୃଦ୍ଧି ଘଟିଛି। ରାଜ୍ୟ ଅର୍ଥନୀତିର କଳେବର ୨୨.୨୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୧-୧୨ରେ ମୁଣ୍ଡପିଛା ଆୟ ୪୭,୬୩୨ ଟଙ୍କା ଥିଲା ବେଳେ ୨୦୧୬-୧୭ରେ ମୁଣ୍ଡପିଛା ଆୟ ୬୧,୬୭୮ ବୃଦ୍ଧି ପାଇଛି। ଅର୍ଥ଼ନୈତିକ ଅଭିବୃଦ୍ଧି ହାର ୨୦୧୨-୧୩ରେ ୪.୬୧ ଥିଲାବେଳେ ବର୍ତ୍ତମାନ ଅର୍ଥନୈତିକ ଅଭିବୃଦ୍ଧି ହାର ୨୦୧୬-୧୭ରେ ୭.୯୪କୁ ବୃଦ୍ଧି ପାଇଛି।”

ବିମୁଦ୍ରାକରଣ ନେଇ ରାଜ୍ୟପାଳ କହିଥିଲେ,’‘ଅର୍ଥନୀତି ଉପରେ ବିମୁଦ୍ରାକରଣର ପ୍ରଭାବ ପୂର୍ଣ୍ଣ ଆକଳନ ହୋଇନାହିଁ। ୫୦୦ ଓ ୧୦୦୦  ଟଙ୍କା ନୋଟ୍‌ ପ୍ରତ୍ୟାହାର ଯୋଗୁଁ ନଗଦ କାରବାର ପ୍ରଭାବିତ ହୋଇଛି। ବିମୁଦ୍ରାକରଣ ପ୍ରାଥମିକ ପର୍ଯ୍ୟାୟରେ ଆର୍ଥିକ ସଙ୍କଟ ସୃଷ୍ଟି କରିଥିଲା। ରାଜ୍ୟ ଅର୍ଥନୀତି ଓ ଅର୍ଥ ବ୍ୟବସ୍ଥାରେ ଏହା ଦ୍ରୁତ ଅବନତି ଆଣିଥିଲା। ପୂର୍ବମାସ ତୁଳନାରେ ଡିସେମ୍ବରରେ ରାଜସ୍ୱା ସଂଗ୍ରହ ହ୍ରାସ ଏହାର ପ୍ରମାଣ।”

୨୦୧୬ରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା। ୨୦୧୬ରେ ବାମପନ୍ଥୀ ଉଗ୍ରବାଦୀଙ୍କ ଉପଦ୍ରବ କମିଛି। ମାଲକାନଗିରିର ବହୁ ସ୍ଥାନରେ ମାଓ ସମର୍ଥକମାନେ ସେମାନଙ୍କ ଠାରୁ ଦୂରେଇ ଯାଇଛନ୍ତି। ମାଓ ଉପଦ୍ରୁତ ଅଞ୍ଚଳରେ ୨୪୮ଟି ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଛି। ପୋଲିସ୍‌ ସାମର୍ଥ୍ୟ ବୃଦ୍ଧି ପାଇଁ ୨୫୦ଟି ପଦବୀ ସୃଷ୍ଟି କରାଯାଇଛି। ଅପରେସନ ମୁସ୍କାନରେ ୨୨୭୧ ବାଳକ ଓ ୩୩୯ ବାଳିକାଙ୍କୁ ଉଦ୍ଧାର କରାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି।

ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧୀ ପ୍ରତ୍ୟାଖ୍ୟାନ କରିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ରାଜ୍ୟପାଳଙ୍କ ଅଭିଭାଷଣ ନୈରାଶ୍ୟଜନକ। ରାଜ୍ୟର ଗରିବ, ନିଷ୍ପେସିତଙ୍କ ସମ୍ପର୍କରେ ରାଜ୍ୟପାଳ କୌଣସି ବକ୍ତବ୍ୟ ଦେଲେନାହିଁ। ଏହା ଦୁର୍ଭାଗ୍ୟଜନକ।”

ବିଜେପି ବିଧାୟକ ଦଳ ନେତା କନକବଦ୍ଧଆନ ସିଂହଦେଓ କହିଛନ୍ତି,“କିଛି ନୂଆନାହିଁ। କେବଳ ବିଭାଗ ଗୁଡିକର ନାଁ ପରିବର୍ତ୍ତନ କରାଯାଇଛି।  ସରକାରଙ୍କ ଯୋଜନାକୁ ନିଜର କହି ଦେଖାଇଛନ୍ତି।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ରାଜ୍ୟର ଅଭିବୃଦ୍ଧି ହାର କିପରି ବଢିଛି। ବିକାଶଧାରା କିପରି ତ୍ୱରାନ୍ୱିତ ହୋଇଛି। ନୂଆ ନୂଆ ଯୋଜନା ସମାଜର ପ୍ରତ୍ୟକ ବର୍ଗଙ୍କ ପାଇଁ ହୋଇଛି। ସେ ସମ୍ପର୍କରେ ବିଷଦ ଭାବେ କୁହାଯାଇଛି।”

ଅନ୍ୟପକ୍ଷରେ ୨୭ ତାରିଖରେ ଉପସ୍ଥାପନ ହେବାକୁ ଥିବା ବଜେଟ୍‌ର ରୂପରେଖ ସମ୍ପର୍କରେ ଆଲୋଚନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଏଥର କେନ୍ଦ୍ରୀୟ ଢାଞ୍ଚାରେ ବଜେଟ୍‌ ପ୍ରସ୍ତୁତ ହେଉଥିବାରୁ ଅନ୍ୟ ଦଳ ଗୁଡିକର ମତାମତ ବାଚସ୍ପତି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story