ବିସ୍ମୟ ଧାବକ ବୁଦ୍ଧିଆ ସିଂ ନିଖୋଜ

ଭୁବନେଶ୍ୱର: ୧୦ ବର୍ଷ ପୂର୍ବରୁ ଜଣେ ବିଶ୍ୱସ୍ତରୀୟ ମାରାଥନ ଧାବକ ହୋଇ ବାହାରିବାର ସମ୍ଭାବନା ସୃଷ୍ଟି କରିଥିବା କୁନି ଧାବକ ବୁଦ୍ଧିଆ ସିଂ ନିଖୋଜ ହୋଇଯାଇଛନ୍ତି। ବୁଦ୍ଧିଆ ଭୁବନେଶ୍ୱର ସ୍ପୋର୍ଟସ ହେଷ୍ଟେଲରେ ନାହାନ୍ତି କି ଘରେ ମଧ୍ୟ ନାହାନ୍ତି। କ୍ରୀଡା ବିଭାଗ ତିନି ତିନି ଥର ଚିଠି ଲେଖିଲା ପରେ ମଧ୍ୟ ସେ ହଷ୍ଟେଲକୁ ଫେରିନାହାନ୍ତି। ଆଗକୁ ଦୌଡ଼ିବାକୁ ଚାହୁଁଥିବା ସ୍ପୋଟର୍ସ ହଷ୍ଟେଲରେ ପାଠପଢା ଉପରେ ଅଧିକ ଧ୍ୟାନ ଦେବାକୁ ତାଙ୍କୁ ବାଧ୍ୟ କରାଯାଉଥିବାରୁ ଓଟିଭିର ‘ଖୋଲାକଥା’ […]

budhia

budhia

Rakesh Mallick
  • Published: Thursday, 07 July 2016
  • Updated: 07 July 2016, 08:47 PM IST

Sports

Latest News

budhia1ଭୁବନେଶ୍ୱର: ୧୦ ବର୍ଷ ପୂର୍ବରୁ ଜଣେ ବିଶ୍ୱସ୍ତରୀୟ ମାରାଥନ ଧାବକ ହୋଇ ବାହାରିବାର ସମ୍ଭାବନା ସୃଷ୍ଟି କରିଥିବା କୁନି ଧାବକ ବୁଦ୍ଧିଆ ସିଂ ନିଖୋଜ ହୋଇଯାଇଛନ୍ତି। ବୁଦ୍ଧିଆ ଭୁବନେଶ୍ୱର ସ୍ପୋର୍ଟସ ହେଷ୍ଟେଲରେ ନାହାନ୍ତି କି ଘରେ ମଧ୍ୟ ନାହାନ୍ତି। କ୍ରୀଡା ବିଭାଗ ତିନି ତିନି ଥର ଚିଠି ଲେଖିଲା ପରେ ମଧ୍ୟ ସେ ହଷ୍ଟେଲକୁ ଫେରିନାହାନ୍ତି। ଆଗକୁ ଦୌଡ଼ିବାକୁ ଚାହୁଁଥିବା ସ୍ପୋଟର୍ସ ହଷ୍ଟେଲରେ ପାଠପଢା ଉପରେ ଅଧିକ ଧ୍ୟାନ ଦେବାକୁ ତାଙ୍କୁ ବାଧ୍ୟ କରାଯାଉଥିବାରୁ ଓଟିଭିର ‘ଖୋଲାକଥା’ କାର୍ଯ୍ୟକ୍ରମରେ ବୁଦ୍ଧିଆ କିଛିଦିନ ତଳେ ଅସନ୍ତୋଷ ପ୍ରକାଶ କରିଥିଲେ। ହଷ୍ଟେଲ କି ଘରେ ନ ଥିବା ବୁଦ୍ଧିଆ ଏବେ କେଉଁଠି ଅଛନ୍ତି ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

୨୦୦୬ ମସିହାରେ ମାତ୍ର ୪ ବର୍ଷ ବୟସରେ ପୁରୀରୁ ଭୁବନେଶ୍ୱର ୬୫ କି.ମି, ଦୌଡ଼ି ସାରା ବିଶ୍ୱରେ ଚହଳ ସୃଷ୍ଟି କରିଦେଇଥିଲେ ବୁଦ୍ଧିଆ ସିଂ। ୬୫ କି.ମିର ଦୂରତା ତାଙ୍କୁ ୱାଣ୍ଡରବୟର ପରିଚୟ ଦେଇଥିବା ବେଳେ ଦେଶ ପାଇଁ ମାରାଥନରେ ନୂଆ ଆଶା ସୃଷ୍ଟି କରିଥିଲେ ବୁଦ୍ଧିଆ। କୋଚ୍‌ ବିରଞ୍ଚି ଦାସଙ୍କ ଠାରୁ ଅଲଗା ହେବା ଓ ବହୁ ବିବାଦୀୟ ସ୍ଥିତି ପରେ ସେ ୨୦୦୭ରେ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲକୁ ଆସିଥିଲେ ତାଲିମ ନେବାକୁ।

ଏହା ମଧ୍ୟରେ ୧୦ ବର୍ଷ ବିତିଯାଇଛି। ୨୦୦୬ର ପୁରୀ-ଭୁବନେଶ୍ୱର ମାରଥନ୍‌ ପରଠାରୁ ତାଙ୍କୁ ଆଉ ଏପରି କେବେ କରିବାର ଦେଖିବାକୁ ମିଳିନାହିଁ। ତାଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ସୁଯୋଗ ଦିଆଯାଉ ନ ଥିବା ଅଭିଯୋଗରେ ବିଭିନ୍ନ ସମୟରେ ଝଡ଼ ମଧ୍ୟ ଉଠିଛି। ଏବେ ବୁଦ୍ଧିଆ କେଉଁଠି ତା’ର କୌଣସି ଖବର କ୍ରୀଡା ବିଭାଗ ପାଖରେ ନାହିଁ। ଖରା ଛୁଟି ପରେ ବୁଦ୍ଧିଆ ଆଉ ହଷ୍ଟେଲକୁ ଫେରିନାହିଁ। ଏହା ମଧ୍ୟରେ ଦୁଇମାସ ବିତି ଗଲାଣି। କ୍ରୀଡା ବିଭାଗ ବାରମ୍ବାର ଚିଠି ଲେଖିଛି, ୪ ଜଣ କୋଚ୍‌ ବୁଦ୍ଧିଆଙ୍କୁ ଆଣିବାକୁ ତାଙ୍କ ସାଲିଆ ସାହି ସ୍ଥିତ ଘରକୁ ଯାଇ ନିରାଶ ହୋଇ ଫେରିଛନ୍ତି। ବୁଦ୍ଧିଆ ଏପରି ଅଦୃଶ୍ୟ ହୋଇଯିବା କ୍ରୀଡା ବିଭାଗର ଚିନ୍ତା ବଢାଇ ଦେଇଛି।

ସ୍ପୋର୍ଟସ ହଷ୍ଟେଲ ଇନ୍‌ଚାର୍ଜ ତଥା ବୁଦ୍ଧିଆଙ୍କ କୋଚ୍‌ ରୂପନ୍ୱିତା ପଣ୍ଡା କହିଛନ୍ତି, “ବୁଦ୍ଧିଆ ନ ଫେରିବାରୁ ଗତ ୨୩ ତାରିଖରେ ଏକ ଚିଠି ଲେଖି ୭ ଦିନ ମଧ୍ୟରେ ଛାତ୍ରାବାସରେ ଉପସ୍ଥିତ ହେବାକୁ ଉଲ୍ଲେଖ କରିଥିଲି। ଏହି ଚିଠି ଡାକରେ ପଠା ଯାଇଥିଲା। କିଛି ଉତ୍ତର ନ ଆସିବାରୁ ୪ ଜଣ କୋଚ୍‌ ତାଙ୍କ ଘରକୁ ଯାଇଥିଲେ। ତାଙ୍କ ଭଉଣୀ କହିଥିଲେ ଭାଇ ଗାଁକୁ ଯାଇଛି, ଫେରିବ। ମାତ୍ରା ସେ କିଛି ଉତ୍ତର ଦେଇନାହିଁ କି ଫେରିନାହିଁ।”

ବୁଦ୍ଧିଆ ହଷ୍ଟେଲ ଛାଡିବାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। ତାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ରୋଜଗାର ଆଶାରେ ନା କୋଚିଂକୁ ନେଇ ଅସନ୍ତୋଷ କାରଣରୁ ସେ ହଷ୍ଟେଲ ଛାଡିଛନ୍ତି, ତାହା ଏବେ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି। ଏପରି କି ବୁଦ୍ଧିଆ ଓ ତାଙ୍କ ମାଆଙ୍କ ସମ୍ପର୍କରେ ସମ୍ପର୍କୀୟଙ୍କ ପାଖରେ ମଧ୍ୟ କିଛି ଖବର ନାହିଁ।

ବୁଦ୍ଧିଆଙ୍କ ଦାଦା ପ୍ରାଣକୃଷ୍ଣ ଖଟୁଆ କହିଛନ୍ତି, “ପରୀକ୍ଷା ଦେଇ ବୁଦ୍ଧିଆ ଘରକୁ ଆସିଥିଲା। ଆସିବା ପରଠାରୁ ମୁଁ ତାକୁ ଆଉ ଦେଖିନାହିଁ। ସେ କୁଆଡେ ଯାଇଛି, ମୁଁ କିଛି ଜାଣିନାହିଁ। ଘରର ଆର୍ଥିକ ସ୍ଥିତି ଖରାପ। ରୋଜଗାର ଆଶାରେ କୁଆଡେ ପଳାଇ ଯାଇଥିବ।”

ନିଜେ ବୁଦ୍ଧିଆ ଓ ତାଙ୍କ ମାଆ ସୁକାନ୍ତି ସିଂ ମଧ୍ୟ କୋଚିଂକୁ ନେଇ ସନ୍ତୁଷ୍ଟ ନାହାନ୍ତି। କିଛିଦିନ ପୂର୍ବେ ଓଟିଭିକୁ ପ୍ରତିକ୍ରିୟା ଦେଇ ଉଭୟ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ବୁଦ୍ଧିଆ କହିଥିଲେ, “ମୁଁ ଭଲ କୋଚ୍‌ ଚାହୁଁଛି। ବାହାରକୁ ଯାଇ ଅନ୍ୟ ପିଲାଙ୍କ ପରି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଚାହୁଁଛି।”

ସୁକାନ୍ତି କହିଥିଲେ, “ହଷ୍ଟେଲରେ ତା‘ର (ବୁଦ୍ଧିଆ) ଖାଇବା, ରହିବା ଓ କୋଚିଂରେ ଅସୁବିଧା ହେଉଛି। କେହି ଭଲ କୋଚ୍‌ ମିଳିଲେ, ମୁଁ ବୁଦ୍ଧିଆକୁ ତାଙ୍କ ପାଖରେ ଛାଡିଦିଅନ୍ତି। ସେ ଆଗକୁ ଯିବାକୁ ଚାହୁଁଛି, ହେଲା ତାକୁ ସେ ସୁଯୋଗ ଦିଆଯାଉନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story