ବଜେଟ୍‌ ଅଧିବେଶନ: ଆଦର୍ଶ ବିଦ୍ୟାଳୟ ସଂଖ୍ୟାକୁ ନେଇ ବିବାଦ

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣ କରାଯାଉଥିବା ଆଦର୍ଶ ବିଦ୍ୟାଳୟ ସଂଖ୍ୟାକୁ ନେଇ ଆଜି ବିଧାନସଭା ପ୍ରଶ୍ନକାଳରେ ବିବାଦ ଦେଖାଦେଇଥିଲା। ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ଓ ରାଜ୍ୟପାଳଙ୍କ ଅଭିଭାଷଣରେ ଥିବା ତଥ୍ୟ ମେଳ ଖାଉ ନ ଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ। ଏହାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ କିଛି ସମୟ ପାଇଁ ଗୃହରେ ହୋହାଲ୍ଲା କରିଥିଲେ। ପରେ ଶାସକ ଦଳର ବରିଷ୍ଠ ସଭ୍ୟ ଦେବପ୍ରକାଶ ଅଗ୍ରୱାଲ ଏହାକୁ ମୁଦ୍ରଣଜନିତ […]

devi

devi

Rakesh Mallick
  • Published: Thursday, 17 March 2016
  • Updated: 17 March 2016, 10:39 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣ କରାଯାଉଥିବା ଆଦର୍ଶ ବିଦ୍ୟାଳୟ ସଂଖ୍ୟାକୁ ନେଇ ଆଜି ବିଧାନସଭା ପ୍ରଶ୍ନକାଳରେ ବିବାଦ ଦେଖାଦେଇଥିଲା। ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ଓ ରାଜ୍ୟପାଳଙ୍କ ଅଭିଭାଷଣରେ ଥିବା ତଥ୍ୟ ମେଳ ଖାଉ ନ ଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ। ଏହାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ କିଛି ସମୟ ପାଇଁ ଗୃହରେ ହୋହାଲ୍ଲା କରିଥିଲେ। ପରେ ଶାସକ ଦଳର ବରିଷ୍ଠ ସଭ୍ୟ ଦେବପ୍ରକାଶ ଅଗ୍ରୱାଲ ଏହାକୁ ମୁଦ୍ରଣଜନିତ ତ୍ରୁଟି ହୋଇଥାଏ ପାରି ବୋଲି କହିଥିଲେ।

ପ୍ରଶ୍ନକାଳରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଥିଲେ, ରାଜ୍ୟର ୩୧୪ ବ୍ଲକରେ ୩୧୪ଟି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏହା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ସ୍କୁଲ ନିର୍ମାଣ କରାଯାଉଛି। ଏଥିରୁ ୭୪ଟି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତେବେ ବିରୋଧୀ ଦଳ ନେତା ମିଶ୍ର ମନ୍ତ୍ରୀଙ୍କ ଉତ୍ତରରେ ଆପତ୍ତି ଉଠାଇ ଥିଲେ। ସେ ଅଭିଯୋଗ କରିଥିଲେ, ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟରେ ୩୧୪ଟି ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଉଲ୍ଲେଖ ଥିଲା। ଏବେ ବିଭାଗୀୟ ମନ୍ତ୍ର ଅଲଗା କଥା କହୁଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ଓ ମନ୍ତ୍ରୀଙ୍କ ତଥ୍ୟ ମଧ୍ୟରୁ କେଉଁଟା ସତ୍ୟ ଉତ୍ତର ରଖିବାକୁ ସେ ଦାବି କରିଥିଲେ।

ଗତକାଲି ବିରୋଧୀ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଆଣିଥିବା ମୁଲତବି ପ୍ରସ୍ତାବ ଉପରେ ଆଜି ପ୍ରଶ୍ନକାଳରେ ଆଲୋଚନା ଆରମ୍ଭ ହୋଇଥିଲା। ତେବେ ତୈଳଦର ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ବିରୋଧୀ କଂଗ୍ରେସ ସଦସ୍ୟମାନେ ଦାବି କରିଥିଲେ। ଏହାକୁ ନେଇ ସେମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ୧୫ ମିନିଟ୍‌ ପାଇଁ ଗୃହକୁ ମୁଲତବି କରି ଦେଇଥିଲେ। ଏହାପରେ ମଧ୍ୟ କଂଗ୍ରେସ ସଦସ୍ୟମାଙ୍କ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ।

ଅପରାହ୍ନ ୩ଟା ପରେ ଗୃହ ଆରମ୍ଭ ହୋଇଥିଲା। ସରକାର ଗୃହରେ ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos