ଇଂଜିନିୟର ନିଯୁକ୍ତିରେ ଦୁର୍ନୀତି; ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇଂଜିନିୟର ନିଯୁକ୍ତିରେ ଦୁର୍ନୀତିକୁ ନେଇ ବିଧାନସଭାରେ ଆଜି ସୃଷ୍ଟି ହୋଇଥିଲା ଝଡ଼। ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ୍‌ର ଆକାଉଣ୍ଟରେ ମଧ୍ୟପ୍ରଦେଶର ବ୍ୟାପମ୍ ଦୁର୍ନୀତି ଭଳି ରାଜ୍ୟରେ ଇଂଜିନିୟରିଂ ନିଯୁକ୍ତିରେ ଦୁର୍ନୀତି ହୋଇଥିବା କଥା ଉଲ୍ଲେଖ କରିଥିବାରୁ ଏହାକୁ ନେଇ ବିରୋଧୀ ସରକାରଙ୍କୁ ଆକ୍ରମଣ କରିଥିଲେ ଓ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ ବୋଲି ଦାବି କରିଥିଲେ। ଶୂନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସହକାରୀ ଯନ୍ତ୍ରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିବା ସହ ଏ […]

assembly

assembly

Rakesh Mallick
  • Published: Wednesday, 16 March 2016
  • Updated: 16 March 2016, 05:34 PM IST

ଭୁବନେଶ୍ୱର: ଇଂଜିନିୟର ନିଯୁକ୍ତିରେ ଦୁର୍ନୀତିକୁ ନେଇ ବିଧାନସଭାରେ ଆଜି ସୃଷ୍ଟି ହୋଇଥିଲା ଝଡ଼। ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ୍‌ର ଆକାଉଣ୍ଟରେ ମଧ୍ୟପ୍ରଦେଶର ବ୍ୟାପମ୍ ଦୁର୍ନୀତି ଭଳି ରାଜ୍ୟରେ ଇଂଜିନିୟରିଂ ନିଯୁକ୍ତିରେ ଦୁର୍ନୀତି ହୋଇଥିବା କଥା ଉଲ୍ଲେଖ କରିଥିବାରୁ ଏହାକୁ ନେଇ ବିରୋଧୀ ସରକାରଙ୍କୁ ଆକ୍ରମଣ କରିଥିଲେ ଓ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ ବୋଲି ଦାବି କରିଥିଲେ।

ଶୂନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସହକାରୀ ଯନ୍ତ୍ରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିବା ସହ ଏ ନେଇ ଗୃହରେ ଆଲୋଚନା କରାଯିବାକୁ ଦାବି କରିଥିଲେ। ସେ କହିଥିଲେ,“ ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ୍ ଏକ୍‌ଜିକ୍ୟୁଟିଭ୍‌ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି। ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହି ଦୁର୍ନୀତିକୁ ମଧ୍ୟପ୍ରଦେଶର ବ୍ୟାପମ ସହିତ ତୁଳନା କରିଛନ୍ତି। ନିଯୁକ୍ତିରେ ଦୁର୍ନୀତି ନେଇ ଗତବର୍ଷ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ଜାଣିବା ପରେ ବି ପୁଣି କେମିତି ଫେବ୍ରୁଆରୀରେ ନିଯୁକ୍ତିପତ୍ର ଦେଲେ? ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏହି ଦୁର୍ନୀତି ହୋଇଛି। ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖନ୍ତୁ।”

ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଜବାବ ରଖିବାକୁ ବାଚସ୍ପତି ରୁଲିଂ ଆଣିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ଏହାକୁ ବିଜେପି ବିଧାୟକମାନେ ସମର୍ଥନ କରିଥିଲା। ଏହି ସମୟରେ ବିଜେଡି ପୋଲାଭରମ୍‌ ପ୍ରସଙ୍ଗ ଉଠାଇ ଥିଲା। ମାଲକାନଗିରି ବିଧାୟକ ମାନସ ମାଡ଼କାମୀ ଏ ପ୍ରସଙ୍ଗ ଉଠାଇ ଆଲୋଚନା ଲାଗି ଦାବି କରିଥିଲା। ବାଚସ୍ପତି ଏ ନେଇ ଅନୁମତି ଦେବା ପରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିବା ସହ ସହକାରୀ ଯନ୍ତ୍ରୀ ଦୁର୍ନୀତି ପ୍ରସଙ୍ଗରେ ରୁଲିଂ ଆଣିବାକୁ ଦାବି କରିଥିଲେ।

ଅନ୍ୟପକ୍ଷରେ ଗୃହ ମୁଲତବି ହୋଇଯିବା ପରେ ପୋଲାଭରମ୍‌ ପ୍ରସଙ୍ଗରେ କେନ୍ଦ୍ରର ପାତରଅନ୍ତର ନୀତିକୁ ବିଜେଡି ମନ୍ତ୍ରୀ ଓ ବିଧାୟକମାନେ ସମାଲୋଚନା କରିବା ସହ ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ସହକାରୀ ଯନ୍ତ୍ରୀ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି। ଟ୍ୱିଟ୍ କରି ଏହାକୁ ବ୍ୟାପମ୍‌ ଦୁର୍ନୀତି ସହ ତୁଳନା କରିଛନ୍ତି। ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ରିପୋର୍ଟ ମଗାଯାଇଛି। ହେଲେ ଏ ଦିଗରେ କୌଣସି ଅନୁସନ୍ଧାନ ହେବା ପୂର୍ବରୁ ଟ୍ରିବୁନାଲରୁ ଯେଉଁ ନିର୍ଦ୍ଦେଶ ଯାଇଥିଲା ତାହାକୁ ଉଲ୍ଲଂଘନ କରାଯାଇ ନିଯୁକ୍ତି ଦିଆଗଲା। ମୁଖ୍ୟମନ୍ତ୍ରୀ ନିଜେ ଏହି ନିଯୁକ୍ତିପତ୍ର ବଣ୍ଟନ କଲେ। କିଛିଦିନ ମଧ୍ୟରେ ଏପରି କ’ଣ ଘଟିଲା, ତାଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅନୁସନ୍ଧାନ ହୋଇ ନ ଥିଲେ ବି ସେ ନିଜେ ନିଯୁକ୍ତିପତ୍ର ବାଣ୍ଟିବାକୁ ଗଲେ। ଏ ନେଇ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ଦିଅନ୍ତୁ। ମୁଁ ଏକ ଗୁରୁତର ପ୍ରସଙ୍ଗ ଉଠାଇଥିଲି, ବାଚସ୍ପତି ଏହା ଉପରେ ନିଷ୍ପତ୍ତି ନେବାର ଥିଲା। ହେଲେ ବାଚସ୍ପତି ଶାସକ ଦଳକୁ ଡାକିଲେ ଆଉ ସେ ପୁରୁଣା ପୋଲାଭରମ୍‌ ରେକର୍ଡ ବାଜିଲା। ଏହାର ଅର୍ଥ ସମସ୍ତେ ମିଶି ଏ ଇସ୍ୟୁକୁ ଚପାଇ ଦେବାକୁ ଚାହିଁଲେ ଓ ବାଚସ୍ପତି ବୋଧ ହୁଏ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଚାହିଁଲେ।”

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ସହକାରୀ ଯନ୍ତ୍ରୀ ନିଯୁକ୍ତିରେ ଯାହା ଘଟିଯାଇଛି ପୂର୍ବରୁ ଆମେ କହିସାରିଛୁ। ବିରୋଧୀ ଦଳ ନେତା ଗୃହରେ ଏହାକୁ ଉଠାଇଲେ, ଆମେ ସମର୍ଥନ ଜଣାଇଛୁ। ମୁଖ୍ୟମନ୍ତ୍ରୀ ଏଥିରେ ସିଧାସଳଖ ସମ୍ପୃକ୍ତ ବୋଲି ଆମେ କହୁଛୁ। ରାଜ୍ୟରେ ଚାଲିଥିବା ଏପରି ଦୁର୍ନୀତି ବନ୍ଦ କରାଯାଉ ଓ ବେକାର ଯୁବକଯୁବତୀ କିପରି ଚାକିରି ପାଇବେ ତାହାର ବିଚାର କରାଯାଉ। ମୁଖ୍ୟମନ୍ତ୍ରୀ ଦୁର୍ନୀତି ହୋଇଥିବା ନିଜେ କହୁଥିବା ବେଳେ ନିଯୁକ୍ତପତ୍ର ବାଣ୍ଟିବା ଦୁଃଖଦାୟକ। ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ଦେବାକୁ ବିଜେଡି ପାଖରେ କିଛିନାହିଁ। ତେଣୁ ପୋଲାଭରମ୍‌ ଭଳି ପ୍ରସଙ୍ଗ ଉଠାଉଛି।”

ଅମର ଶତପଥୀ କହିଛନ୍ତି, “ଗତକାଲି ରାଜ୍ୟସଭାରେ ପୋଲାଭରମ୍‌ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏଥିରେ ଅବିଭକ୍ତ କୋରାପୁଟ ଜିଲ୍ଲା କଥା ଉଠିଛି। ଏହା କୌଣସି ପୁରୁଣା ଇସ୍ୟୁ ନୁହେଁ, ଠିକ୍‌ ସମୟରେ ଉଠାଯାଇଛି। ବିରୋଧୀଙ୍କ ଦାବି ଉପରେ ଆଲୋଚନା ହେବାରେ କିଛି ଅସୁବିଧା ନାହିଁ। ବିରୋଧୀ ଦଳ ନେତା ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ସେଥିରେ ବାଚସ୍ପତି ରୁଲିଂ ଦେବେ। ତା’ର ମାନେ ନୁହେଁ ଯେ, ଗୃହରେ ଆଉ କିଛି ଆଲୋଚନା ହୋଇପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story