ବୁର୍ଲା ମେଡିକାଲ ସଂକ୍ରମିତ ରକ୍ତଦାନ ବିବାଦ:ରକ୍ତ ଭଣ୍ଡାର ଅଧିକାରୀ ନିଲମ୍ବିତ,୨ କର୍ମଚାରୀ ବହିଷ୍କୃତ

ସମ୍ବଲପୁର: ବୁର୍ଲା ମେଡିକାଲରେ ରୋଗୀଙ୍କୁ ସଂକ୍ରମିତ ରକ୍ତ ଦିଆଯିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ସରକାର ଆଜି ଏହି ଘଟଣାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। ଭିମ୍‌ସାର ରକ୍ତଭଣ୍ଡାରରେ ପରିଚାଳନାଗତ ତ୍ରୁଟି ପାଇଁ ଦାୟିତ୍ୱରେ ଥିବା ରକ୍ତ ଭଣ୍ତାର ଅଧିକାରୀ ଡାକ୍ତର ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏହା ସହିତ ରକ୍ତଭଣ୍ଡାରର ଲାବୋରେଟରି ଟେକ୍ନିସିଆନ୍‌ ଓ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ […]

vimsar

vimsar

Rakesh Mallick
  • Published: Saturday, 18 June 2016
  • Updated: 18 June 2016, 09:41 PM IST

burlaସମ୍ବଲପୁର: ବୁର୍ଲା ମେଡିକାଲରେ ରୋଗୀଙ୍କୁ ସଂକ୍ରମିତ ରକ୍ତ ଦିଆଯିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ସରକାର ଆଜି ଏହି ଘଟଣାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। ଭିମ୍‌ସାର ରକ୍ତଭଣ୍ଡାରରେ ପରିଚାଳନାଗତ ତ୍ରୁଟି ପାଇଁ ଦାୟିତ୍ୱରେ ଥିବା ରକ୍ତ ଭଣ୍ତାର ଅଧିକାରୀ ଡାକ୍ତର ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏହା ସହିତ ରକ୍ତଭଣ୍ଡାରର ଲାବୋରେଟରି ଟେକ୍ନିସିଆନ୍‌ ଓ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୧୫ ତାରିଖରେ ଏନେଇ ଖବର ପ୍ରସାରଣ କରାଯାଇଥିଲା। ଏହାପରେ ଘଟଣା ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା।

ସର୍ଜରୀୱାର୍ଡରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ଏଲିସା ରିପୋର୍ଟ ଆସି ନ ଥିବା ବେଳେ ତାଙ୍କର ଏଚ୍‌ଆଇଭି ଚିକିତ୍ସା ଆରମ୍ଭ ହେବାକୁ ନେଇ ଆଶଙ୍କା ବଢିବାରେ ଲାଗିଛି। ଉକ୍ତ ରୋଗୀଙ୍କୁ ଏସଚ୍‌ଆଇଭି ସଂକ୍ରମିତଙ୍କ ଚିକିତ୍ସାପାଇଁ ଉଦ୍ଦିଷ୍ଟ ମେଡିସିନ୍‌ ଦିଆଯାଉଥିବା ରୋଗୀଙ୍କ ପୁଅ କହିଛନ୍ତି। ଯେଉଁ ରୋଗୀଙ୍କୁ ଏହି ଔଷଧ ଖାଇବାକୁ ଦିଆଯାଉଛି ସେହି ରୋଗୀଙ୍କୁ କିଛି ଦିନ ତଳେ ଏଚ୍‌ଆଇଭି ସଂକ୍ରମିତ ରକ୍ତ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ରୋଗୀଙ୍କର ଏଲିସା ରିପୋର୍ଟ ଏପର୍ଯ୍ୟନ୍ତ ଆସି ନ ଥିବା ବେଳେ ତାଙ୍କୁ କାହିଁକି ଏଚ୍‌ଆଇଭି ମେଡିସିନ୍‌ ଦିଆଯାଉଛି ତାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି। ରିପୋର୍ଟକୁ ଅପେକ୍ଷା ନ କରି ହସ୍ପିଟାଲ କର୍ତ୍ତୃପକ୍ଷ କାହିଁକି ଉକ୍ତ ରୋଗୀଙ୍କୁ ଏଚ୍‌ଆଇଭି ଔଷଧ ଖାଇବାକୁ ଦେଲେ ଏବଂ ଉକ୍ତ ରୋଗୀ ଜଣଙ୍କୁ ଏଚ୍‌ଆଇଭି ସଂକ୍ରମଣ ହୋଇଛି କି ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି।

ଏନେଇ ରୋଗୀଙ୍କ ବଡ ପୁଅ କହିଛନ୍ତି,“ ଗତକାଲି ସନ୍ଧ୍ୟାରେ ବାପାଙ୍କର ବ୍ଲଡ ଖରାପଥିବା ହେତୁ ତାଙ୍କୁ ଔଷଧ ଖାଇବାକୁ ମେଡିକାଲ କର୍ତ୍ତୃପକ୍ଷ ଡାକିଥିଲେ। ଏନେଇ କର୍ତ୍ତୃପକ୍ଷ ଗୋଟିଏ କାଗଜରେ ବାପାଙ୍କର ଦସ୍ତଖତ ଲୋଡିଥିଲେ। ଦସ୍ତଖତ ଦେଇ ମୁଁ ଔଷଧ ଆଣିଥିଲି। ଗତକାଲି ରାତିରେ ବାପା ଖାଇସାରିବାର ୨ ଘଣ୍ଟା ପରେ ଔଷଧ ଖାଇଛନ୍ତି। ଏମାନେ ସଂକ୍ରମିତ ରକ୍ତ ଦେଇ ମୋ ବାପାଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇଛନ୍ତି।”

ମେଡିସିନ୍‌ ସ୍ପେଶାଲିଷ୍ଟ ଡା.ପ୍ରମୋଦ ଅଗ୍ରୱାଲ କହିଛନ୍ତି,“ଏଚ୍‌ଆଇଭି ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଏଫିଭିରାନ୍ସ, ଲାମିଭୁଡିନ୍‌ ଓ ଟେନ୍‌ଫୋଭି ପରି ୩ଟି ଡ୍ରଗ୍‌ ମିଶି ଏକ କମ୍ପୋଜିସନ କରାଯାଇଛି। ଏହା ଭିତରୁ ୨ଟି ଡ୍ରଗ୍ ହେଉଛି ଦୁଇଟି ଭିନ୍ନ ଗ୍ରୁପର। ଏହି ଦୁଇ ଭିନ୍ନ ଗ୍ରୁପର ଡ୍ରଗ୍‌କୁ ମିଶି କରି ରୋଗୀକୁ ଖାଇବାକୁ ଦିଆଗଲେ ଏହା ରୋଗୀକୁ ସୁସ୍ଥ କରିବାରେ ସହଯୋଗ କରିଥାଏ।”

ବୁର୍ଲା ରକ୍ତ ଭଣ୍ଡାର ଅଧିକାରୀ ଚିତ୍ତରଞ୍ଜନ ପ୍ରସାଦ କହିଛନ୍ତି,“ଏନେଇ ମୋ ନିକଟରେ କୌଣସି ସୂଚନା ନାହିଁ। ରକ୍ତ ନମୂନାକୁ ରାଜ୍ୟ ରକ୍ତ ସଞ୍ଚାରଣ ପରିଷଦ(ଏନ୍‌ବିଟିସି)କୁ ପଠାଯିବ। ଏନ୍‌ବିଟିସି ଏନେଇ ଯାହା ନିଷ୍ପତ୍ତି ନେବେ।”

ସୂଚନାଯୋଗ୍ୟ, ବୁର୍ଲା ମେଡିକାଲରେ ରୋଗୀଙ୍କୁ ଏଚ୍‌ଆଇଭି ଓ ହେପାଟାଇଟିସ ସଂକ୍ରମିତ ରକ୍ତ ଦିଆଯିବା ଘଟଣାରେ ଜଣଙ୍କର ରକ୍ତ ନମୂନାର ଦ୍ୱିତୀୟ ଏଲିସା ପରୀକ୍ଷା ରିପୋର୍ଟ ଗତକାଲି ଆସିଥିଲା। ଆଶ୍ଚର୍ଯ୍ୟଜନକ ଭାବେ ୪ ଦିନ ମଧ୍ୟରେ ରକ୍ତ ପରୀକ୍ଷାର ରିପୋର୍ଟ ବଦଳି ଯାଇଥିଲା। ଗତ ୧୨ ତାରିଖରେ ହୋଇଥିବା ପ୍ରଥମ ଏଲିସା ଟେଷ୍ଟରେ ଯେଉଁ ବ୍ୟକ୍ତିଙ୍କର ରକ୍ତନମୂନା ହେପାଟାଇଟିସ୍‌-ସି ପଜିଟିଭ୍‌ ବୋଲି ରିପୋର୍ଟ ଆସିଥିଲା ଦ୍ୱିତୀୟ ଏଲିସା ଟେଷ୍ଟରେ ତାହା ନେଗେଟିଭ୍‌ ବାହାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos