ସି-ସୋର ସହ ପ୍ରଦୀପ ମାଝିଙ୍କ ପରିବାରର ସମ୍ପର୍କ ଅଭିଯୋଗ, ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ପୁଣି ଉଠିଛି ସି-ସୋର ସହ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝିଙ୍କ ପରିବାର ଲୋକଙ୍କ ସମ୍ପର୍କ ଅଭିଯୋଗ। ଏପରି ଅଭିଯୋଗ ଆଣିଛନ୍ତି ବିଜେଡି ସାଂସଦ ବଳଭଦ୍ର ମାଝି ଏବଂ ଉମରକୋଟ, ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାୟକ। ଏ ନେଇ ସେମାନେ ଆଜି ସିବିଆଇ ନିକଟରେ ଫେରାଦ ହୋଇଛନ୍ତି। ପ୍ରଦୀପଙ୍କ ବାପା ଭଗବାନ ମାଝି, ସାନ ଭାଇ ପ୍ରସନ୍ନ ମାଝି ଏବଂ ପୁରା ପରିବାର ସି-ସୋରଠାରୁ ଲାଭ ପାଇଥିବା ସେମାନେ ଅଭିଯୋଗ କରି ଏହାର ତଦନ୍ତ କରିବାକୁ […]

balabhadra-majhi

balabhadra-majhi

Rakesh Mallick
  • Published: Tuesday, 08 November 2016
  • Updated: 08 November 2016, 08:02 PM IST

Sports

Latest News

ଭୁବନେଶ୍ୱର: ପୁଣି ଉଠିଛି ସି-ସୋର ସହ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝିଙ୍କ ପରିବାର ଲୋକଙ୍କ ସମ୍ପର୍କ ଅଭିଯୋଗ। ଏପରି ଅଭିଯୋଗ ଆଣିଛନ୍ତି ବିଜେଡି ସାଂସଦ ବଳଭଦ୍ର ମାଝି ଏବଂ ଉମରକୋଟ, ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାୟକ। ଏ ନେଇ ସେମାନେ ଆଜି ସିବିଆଇ ନିକଟରେ ଫେରାଦ ହୋଇଛନ୍ତି। ପ୍ରଦୀପଙ୍କ ବାପା ଭଗବାନ ମାଝି, ସାନ ଭାଇ ପ୍ରସନ୍ନ ମାଝି ଏବଂ ପୁରା ପରିବାର ସି-ସୋରଠାରୁ ଲାଭ ପାଇଥିବା ସେମାନେ ଅଭିଯୋଗ କରି ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି।

ବିଜେଡି ସାଂସଦ ମାଝି କହିଛନ୍ତି,“ଆମ ପାଖରେ ଥିବା ତଥ୍ୟ ଅନୁସାରେ ଭଗବାନ ମାଝିଙ୍କ ପାଖକୁ ୧ କୋଟି ୬୫ ଲକ୍ଷ ଏବଂ ପ୍ରସନ୍ନଙ୍କ ପାଖକୁ ୩୫ ଲକ୍ଷ ଟଙ୍କା ଯାଇଛି। ଏଥିରେ ପ୍ରଦୀପ ମାଝି ସମ୍ପୃକ୍ତ ଥିବା ନେଇ ଆମ ପାଖରେ କିଛି ତଥ୍ୟ ନାହିଁ। ସିବିଆଇ ଏହାର ତଦନ୍ତ କଲେ ସବୁ କିଛି ଲୋକଲୋଚନକୁ ଆସିଯିବ।”

ନବରଙ୍ଗପୁର ଓ ଏହାର ଆଖପାଖ ଅଞ୍ଚଳରେ ମକା ସଂଗ୍ରହ ପାଇଁ ପ୍ରଦୀପଙ୍କ ସାନ ଭାଇ ପ୍ରସନ୍ନ ସି-ସୋରର କମିଶନ ଏଜେଣ୍ଟ ହୋଇଥିଲେ। ଏ ବାବଦରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୫ ଲକ୍ଷ ଟଙ୍କାର କାରବାର ହୋଇଥିଲା।  ପ୍ରସନ୍ନ କମିଶନ ଏଜେଣ୍ଟ ହେବା ପୂର୍ବରୁ ତାଙ୍କ ବାପା ଭଗବାନଙ୍କ ଆକାଉଣ୍ଟକୁ ୧ କୋଟି ୬୫ ଲଲ ଟଙ୍କା ଯାଇଥିଲା। ୨୦୧୦ ଏପ୍ରିଲ ୧ରୁ ୨୦୧୧ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଭଗବାନଙ୍କ ଉମରକୋଟ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇଥିଲା। ସେହିପରି ସତ୍ୟ ଦାସ ନାମକ ଜଣେ ବ୍ୟକ୍ତି ତାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା କରିଥିଲେ। ଏକ ନିର୍ଦ୍ଦିଷ୍ଟ ସମୟରେ ଭଗବାନଙ୍କ ଆକାଉଣ୍ଟକୁ ଏତେ ଟଙ୍କା ଯାଇଥିବା ବେଳେ ଏହା ପୂର୍ବରୁ କି ପରେ ଏମିତି ଯାଇନାହିଁ। ଭଗବାନଙ୍କ ଆକାଉଣ୍ଟକୁ ଏତେ ଟଙ୍କା କେମିତି ଗଲା ବୋଲି ପ୍ରଶ୍ନ କରାଯାଇଛି।

ଏପରି ଅଭିଯୋଗକୁ ପ୍ରଦୀପ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ପୂର୍ବରୁ ଅଭିଯୋଗ କରିଥିଲେ, କିଛି ହେଲା ନାହିଁ। ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ସିବିଆଇ ତା’ର ତଦନ୍ତ ଚଳାଇଛି। ରାଜ୍ୟରେ ଶହ ଶହ ଶିଶୁଙ୍କ ମୃତ୍ୟୁ ଘଟୁଛି। ଏହି ଘଟଣାରୁ ଲୋକଙ୍କ ନଜର ହଟାଇବାକୁ ଏପରି ଅଭିଯୋଗ ଆଣିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story