ଚଳିତ ବର୍ଷର ପ୍ରଥମ ମହିଳା ଚାଷୀ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗିର: ଚଳିତବର୍ଷର ପ୍ରଥମ ମହିଳା ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଉଛନ୍ତି ତୁରେକେଲା ଧୁଷାମୁଣ୍ଡାର ଉଜୁଲି ବାଗ୍। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ନଷ୍ଟ ହୋଇଯିବାରୁ କିଛି ଦିନ ହେବ ସେ ଚିନ୍ତାରେ ଥିଲେ। ଋଣ ଶୁଝିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଗତକାଲି ରାତିରେ ସେ କୀଟନାଶକ ପିଇ ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଗତକାଲି ବଲାଙ୍ଗିର ବେଲପଡ଼ାରେ ଜଣେ ଯୁବ ଚାଷୀ ଲକ୍ଷ୍ମୀଧର ପୁଟେଲ ଆତ୍ମହତ୍ୟା […]

FarmerSuicide

FarmerSuicide

Rakesh Mallick
  • Published: Sunday, 01 November 2015
  • Updated: 01 November 2015, 09:11 AM IST

Sports

Latest News

ବଲାଙ୍ଗିର: ଚଳିତବର୍ଷର ପ୍ରଥମ ମହିଳା ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଉଛନ୍ତି ତୁରେକେଲା ଧୁଷାମୁଣ୍ଡାର ଉଜୁଲି ବାଗ୍। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ନଷ୍ଟ ହୋଇଯିବାରୁ କିଛି ଦିନ ହେବ ସେ ଚିନ୍ତାରେ ଥିଲେ। ଋଣ ଶୁଝିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଗତକାଲି ରାତିରେ ସେ କୀଟନାଶକ ପିଇ ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଗତକାଲି ବଲାଙ୍ଗିର ବେଲପଡ଼ାରେ ଜଣେ ଯୁବ ଚାଷୀ ଲକ୍ଷ୍ମୀଧର ପୁଟେଲ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସେ କପା ଚାଷ କରିଥିଲେ। ତେବେ ଫସଲ ନଷ୍ଟ ହେବା ଯୋଗୁଁ ସେ ଚିନ୍ତିତ ଥିଲେ। କପା ଚାଷ ପାଇଁ ସେ ଋଣ କରି ଥିଲେ। ଫସଲ ଭଲ ହୋଇ ନ ଥିବା ଯୋଗୁଁ ଋଣ ଶୁଝିବା ନେଇ ସେ ସବୁବେଳେ ଚିନ୍ତିତ ରହୁଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos