ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ: କ୍ୟାମ୍ପସ୍‌ ପ୍ଲେସମେଣ୍ଟ ଜାଲିଆତି ନେଇ ଆଇଟିଇଆର ଅଶାନ୍ତ

ଭୁବନେଶ୍ୱର: କ୍ୟାମ୍ପସ ପ୍ଲେସମେଣ୍ଟ ନାଁରେ ଠକେଇ ଓ ଜାଲିଆତି ଅଭିଯୋଗ ଆସିବା ପରେ ଅଶାନ୍ତ ହୋଇପଡ଼ିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଆଇଟିଇଆର। ପ୍ରତାରଣାର ଶିକାର ହୋଇ ଗୁଡଗାଁଓରୁ ଫେରିବା ପରେ ଆଜି ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆଇଟିଇଆର୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନେ ମଧ୍ୟ ସାମିଲ ହୋଇଥିଲେ। ଆଜି ଛାତ୍ରଛାତ୍ରୀମାନେ କ୍ୟାମ୍ପସ ଭିତରେ ଧସେଇ ପଶିବାକୁ ଉଦ୍ୟମ କଲା ବେଳେ ପୋଲିସ ବିରୋଧ କରିଥିଲା। ଫଳରେ ପୋଲିସ ଓ ଆନ୍ଦୋଳକାରୀଙ୍କ ମଧ୍ୟରେ […]

soa

soa

Rakesh Mallick
  • Published: Wednesday, 24 May 2017
  • Updated: 24 May 2017, 10:33 PM IST

ଭୁବନେଶ୍ୱର: କ୍ୟାମ୍ପସ ପ୍ଲେସମେଣ୍ଟ ନାଁରେ ଠକେଇ ଓ ଜାଲିଆତି ଅଭିଯୋଗ ଆସିବା ପରେ ଅଶାନ୍ତ ହୋଇପଡ଼ିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଆଇଟିଇଆର। ପ୍ରତାରଣାର ଶିକାର ହୋଇ ଗୁଡଗାଁଓରୁ ଫେରିବା ପରେ ଆଜି ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆଇଟିଇଆର୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନେ ମଧ୍ୟ ସାମିଲ ହୋଇଥିଲେ। ଆଜି ଛାତ୍ରଛାତ୍ରୀମାନେ କ୍ୟାମ୍ପସ ଭିତରେ ଧସେଇ ପଶିବାକୁ ଉଦ୍ୟମ କଲା ବେଳେ ପୋଲିସ ବିରୋଧ କରିଥିଲା। ଫଳରେ ପୋଲିସ ଓ ଆନ୍ଦୋଳକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣାରେ ବସିଥିଲେ। ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପରେ ଏବେ ଏକ ପ୍ଲାଟୁନ୍‌ ପୋଲିସ ମୁତୟନ ହୋଇଛନ୍ତି।

କ୍ୟାମ୍ପସ ଜାଲିଆତି କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଭଲ କମ୍ପାନୀରେ ଗ୍ୟାରେଣ୍ଟି ଯୁକ୍ତ ପ୍ଲେସମେଣ୍ଟ ଚାହୁଁଛନ୍ତି ଛାତ୍ରଛାତ୍ରୀ।

ୟୁନିଭର୍ସିଟି କର୍ତ୍ତୃପକ୍ଷଙ୍କ ଲୋଭନୀୟ ଅଫର

ୟୁନିଭର୍ସିଟି କର୍ତ୍ତୃପକ୍ଷ ନିଜ ଭୁଲ ସ୍ୱୀକାର କରିଛନ୍ତି। ଅନ୍ୟପକ୍ଷରେ ଲୋଭନୀୟ ଅଫର ଦେବାରେ ଲାଗିଛି। ୟୁନିଭର୍ସିଟି କର୍ତ୍ତୃପକ୍ଷ ବର୍ତ୍ତମାନ କମ୍ପାନୀରୁ ଫେରିଥିବା ଛାତ୍ରଛାତ୍ରୀଙ୍କୁ ଟିଏ-ଡିଏ ସହ ମାସିକ ୨୦ ହଜାର ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ଏବଂ ମାଗଣା ଉଚ୍ଚଶିକ୍ଷା ଦେବାକୁ ଅଫର କରିଛି।

ଏଭଳି ସ୍ଥିତିରେ କଲେଜ ପ୍ଲେସମେଣ୍ଟ ସେଲ୍ ମୁଖ୍ୟ ଇସ୍ତଫା ଦେଇଛନ୍ତି। ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି,“ସବୁ ଭୁଲ୍ ପ୍ଲେସମେଣ୍ଟ ସେଲ୍‌ର। ଏ ଠକେଇ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରାଯାଇଛି।

୪୦୦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ

କେବଳ ଏହି ୫୦ ଛାତ୍ରଛାତ୍ରୀ ନୁହନ୍ତି। ଏଭଳି ୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଇଛି ଖେଳ। ୯ଟି ନାମୀଦାମୀ କମ୍ପାନୀ ଆଇଇଟିଇଆର ଛାତ୍ରଛାତ୍ରୀଙ୍କୁ ଚାକିରି ଦେବା ପାଇଁ କ୍ୟାମ୍ପସରେ ହିଁ ସିଲେକ୍ସନ କରିଥିଲେ। ପିଲାମାନେ ବି କ୍ୟାମ୍ପସ ପ୍ଲେସମେଣ୍ଟ ପାଇ ଖୁସି ଥିଲେ। କିଛି ପିଲାଙ୍କ ଅଭିଭାବକ ସାହି ପଡ଼ିଶାରେ ମିଠା ବି ବାଣ୍ଟିଥିଲେ। କିନ୍ତୁ, ଚାକିରି ପାଇଁ କମ୍ପାନୀକୁ ଯିବା ପରେ ଜଣା ପଡ଼ିଲା ଜାଲିଆତି। ଏହା ଜାଣିବା ପରେ ଛାତ୍ରଛାତ୍ରୀଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଆରମ୍ଭ ହୋଇଥିଲା ଉତ୍ତେଜନା। କଥା ପୋଲିସ ପାଖକୁ ଯାଇଥିଲା। ଠକେଇ ସଂକ୍ରାନ୍ତରେ ସେଠାକାର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ଛାତ୍ରଛାତ୍ରୀ। ଗତକାଲି ଏହି ଫେକ୍ ପ୍ଲେସମେଣ୍ଟ ଖବର ପ୍ରଚାରିତ ହେବା ପରେ ସତେ ଯେପରି ସମସ୍ତଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ଯାହାର ଉଗ୍ର ରୂପ ଆଜି ପୂର୍ବାହ୍ନରେ ଆଇଟିଇଆର୍ କଲେଜ ସମ୍ମୁଖରେ ଦେଖିବାକୁ ମିଳିଥିଲା।

କଲେଜ ମୁଖ୍ୟ ଫାଟକ ବନ୍ଦ କରି ଛାତ୍ରଛାତ୍ରୀ ଅଭିଭାବକଙ୍କ ସହ ଧାରଣାରେ ବସିଥିଲେ। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଗେଟ୍ ଖୋଲାଯିବ ନାହିଁ ବୋଲି ଛାତ୍ରଛାତ୍ରୀ ଅଡ଼ି ବସିଥିଲେ।

ଛାତ୍ରଛାତ୍ରୀ କହିଛନ୍ତି, ସେମାନଙ୍କ କ୍ୟାରିୟର ସହ ଖେଳ ଖେଳିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ପୁଣିଥରେ କେମିତି ପ୍ଲେସମେଣ୍ଟ ମିଳିବ, ତା ବ୍ୟବସ୍ଥା କରାଯାଉ। ଏ ନେଇ ଛାତ୍ରଛାତ୍ରୀ କଲେଜ ମାଲିକଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଦାବି କରିଛନ୍ତି।

ଧାରଣା ସ୍ଥଳରେ ଛାତ୍ର କଂଗ୍ରେସ ସଭାପତି  

ଛାତ୍ରଛାତ୍ରୀଙ୍କ ଏଭଳି ସମସ୍ୟା ଦେଖି ଛାତ୍ର କଂଗ୍ରେସ ସଭାପତି ଇତୀଶ ପ୍ରଧାନ ସମର୍ଥକଙ୍କ ସହ ସେଠାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। କଲେଜ ମାଲିକ ମନୋଜ ନାୟକଙ୍କୁ ଗିରଫ କରାଯିବାକୁ ସେ ଦାବି କରିଛନ୍ତି।

ଇତୀଶ କହିଛନ୍ତି,“ଶିକ୍ଷାର ବ୍ୟବସାୟୀକରଣ ବନ୍ଦ କରାଯାଉ, ନଚେତ୍ ଆଗାମୀ ଦିନରେ ଏ ସଂକ୍ରାନ୍ତରେ ଛାତ୍ର କଂଗ୍ରେସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos