ଏମିତି ଏକ କ୍ୟାଣ୍ଟିନ୍‌, ଯାହାକୁ ଚଳାଉଛନ୍ତି କଏଦୀ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ଜେଲ୍‌ରେ ଖୋଲିଲା କ୍ୟାଣ୍ଟିନ୍‌। ମାତ୍ର ଏହି କ୍ୟାଣ୍ଟିନ୍‌ରେ ମିଲ୍‌ ମିଳିବ ନାହିଁ। ଏଠାରେ ଡ୍ରାଏ ଓ ୱେଟ୍‌ ପ୍ରଡକ୍ଟ ମିଳିବ। କଏଦୀମାନେ ଏଠାରୁ ନିଜ ମନ ପସନ୍ଦର ଖାଦ୍ୟ ଚାହିଁଲେ କିଣି ପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କ୍ୟାଣ୍ଟିନ୍‌ କଏଦୀମାନଙ୍କ ଦ୍ୱାରା ପରିଚାଳିତ ହେବ। ଏନେଇ ସୂଚନା ଦେଇଛନ୍ତି ଜେଲ୍‌ ଡିଜି ବିଜୟ ଶର୍ମା। ସେ କହିଛନ୍ତି-“ଜେଲ୍‌ ଭିତରେ ଖୋଲିଥିବା କ୍ୟାଟିନ୍‌ ପରିଚାଳନା ପାଇଁ ଏକ କମିଟି ଗଠନ […]

cantin-will-open-in-b.pur-central-jail

cantin-will-open-in-b.pur-central-jail

Rakesh Mallick
  • Published: Monday, 30 October 2017
  • Updated: 30 October 2017, 05:25 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ଜେଲ୍‌ରେ ଖୋଲିଲା କ୍ୟାଣ୍ଟିନ୍‌। ମାତ୍ର ଏହି କ୍ୟାଣ୍ଟିନ୍‌ରେ ମିଲ୍‌ ମିଳିବ ନାହିଁ। ଏଠାରେ ଡ୍ରାଏ ଓ ୱେଟ୍‌ ପ୍ରଡକ୍ଟ ମିଳିବ। କଏଦୀମାନେ ଏଠାରୁ ନିଜ ମନ ପସନ୍ଦର ଖାଦ୍ୟ ଚାହିଁଲେ କିଣି ପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କ୍ୟାଣ୍ଟିନ୍‌ କଏଦୀମାନଙ୍କ ଦ୍ୱାରା ପରିଚାଳିତ ହେବ। ଏନେଇ ସୂଚନା ଦେଇଛନ୍ତି ଜେଲ୍‌ ଡିଜି ବିଜୟ ଶର୍ମା।

ସେ କହିଛନ୍ତି-“ଜେଲ୍‌ ଭିତରେ ଖୋଲିଥିବା କ୍ୟାଟିନ୍‌ ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ ପ୍ରତି ବାରାକରୁ ଜଣେ କଏଦୀ ସଦସ୍ୟ ଅଛନ୍ତି। ଏହି କମିଟି ଜେଲ୍‌ ସୁପରିଟେଣ୍ଡେଣ୍ଟ୍‌ଙ୍କ ତତ୍ତ୍ୱବଧାନରେ ପରିଚାଳିତ ହେବ। ଏହାଛଡ଼ା ଏହି କମିଟି ସ୍ଥିର କରିବ, କେଉଁ ପ୍ରକାର ଖାଦ୍ୟ କ୍ୟାଣ୍ଟିନ୍‌ରେ ଉପଲବ୍ଧ ହେବ। ଏଠାରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। କଏଦୀମାନେ ଚାହିଁଲେ ଏଠାରୁ କିଣି ଖାଇ ପାରିବେ। ଏଠାରୁ ମିଳୁଥିବାକୁ ଥିବା ଲାଭ କଏଦୀ କଲ୍ୟାଣ ପାଣ୍ଠିକୁ ଯିବା। ଆଗାମୀ ଦିନରେ କ୍ୟାଣ୍ଟିନ୍‌ରେ ଖବର କାଗଜ ଓ ପତ୍ରିକା ମଧ୍ୟ ଯୋଗରଇ ଦିଆଯିବ। କଏଦୀମାନେ ଚା’ ପିଇବା ସହିତ ଖବର କାଗଜ ପଢ଼ିପାରିବେ।”

କ୍ୟାଣ୍ଟନରୁ କିଣିବା ପାଇଁ କଏଦୀମାନେ ଅର୍ଥ ପାଇବେ କେଉଁଠୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଶର୍ମା କହିଛନ୍ତି-“ଜେଲରେ କଏଦୀମାନେ କାମ କରନ୍ତି। ସେଥିପାଇଁ ସେମାନଙ୍କୁ ପଇସା ମିଳେ। ଏହାଛଡ଼ା ଦେଖା କରିବାକୁ ଆସୁଥିବା ପରିବାର ଲୋକେ ମଧ୍ୟ କଏଦୀଙ୍କୁ ପଇସା ଦିଅନ୍ତି। ସେହି ପଇସାରେ କଏଦୀମାନେ କ୍ୟାଣ୍ଟନ୍‌ରୁ କିଣି ଖାଇପାରିବେ। କଏଦୀଙ୍କ ଉପାର୍ଜିତ ଅର୍ଥ ଅନୁଯାୟୀ କ୍ୟାଣ୍ଟିନ୍‌ରେ ପ୍ରଡକ୍ଟ ଗୁଡ଼ିକ ଉପଲବ୍ଧ ହେଉଛି।”

ସେ କହିଛନ୍ତି-“କ୍ୟାଣ୍ଟିନ୍‌ ଯୋଜନା ଭୁବନେଶ୍ୱର, କଟକରେ ସଫଳ ହୋଇଛି। ବ୍ରହ୍ମପୁର ପରେ ବାରିପଦା ଜେଲରେ କ୍ୟାଣ୍ଟନ ଖୋଲିବ। ପରବର୍ତ୍ତୀ ସମୟରେ ଅନ୍ୟ ଜେଲରେ ଖୋଲିବାର ଯୋଜନା କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos