ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ୬ ଦିନିଆ ରିମାଣ୍ଡରେ ନେବ ସିବିଆଇ

ଭୁବନେଶ୍ୱର: ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗିରଫ ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ୬ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ମିଳିଛି। ୧୨ ଦିନ ନେବା ପାଇଁ ସିବିଆଇ ଆବେଦନ କରିଥିଲା। ପୂର୍ବରୁ ରିମାଣ୍ଡରେ ଥିବା ତାପସ ପାଲଙ୍କ ସହ ସୁଦୀପଙ୍କୁ ଏକାଠି ବସାଇ ଗୁମର ଖୋଲିବାକୁ ଲକ୍ଷ୍ୟ ରଖିଛି ସିବିଆଇ। ଆଜି ମେଡିକାଲ୍ ଚେକ୍‌ଅପ୍‌ ପରେ ତାଙ୍କୁ କୋର୍ଟ ହାଜର  କରାଯାଇଥିଲା। ସୁଦୀପଙ୍କ ଓକିଲ କୋର୍ଟରେ  ଜାମିନ ଆବେଦନ କରିଥିଲେ। ସୁଦୀପଙ୍କୁ ସିବିଆଇ ଗତକାଲି ରାତିରେ […]

sandeepbandopadhya

sandeepbandopadhya

Rakesh Mallick
  • Published: Wednesday, 04 January 2017
  • Updated: 04 February 2017, 03:36 PM IST

Sports

Latest News

ଭୁବନେଶ୍ୱର: ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗିରଫ ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ୬ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ମିଳିଛି। ୧୨ ଦିନ ନେବା ପାଇଁ ସିବିଆଇ ଆବେଦନ କରିଥିଲା। ପୂର୍ବରୁ ରିମାଣ୍ଡରେ ଥିବା ତାପସ ପାଲଙ୍କ ସହ ସୁଦୀପଙ୍କୁ ଏକାଠି ବସାଇ ଗୁମର ଖୋଲିବାକୁ ଲକ୍ଷ୍ୟ ରଖିଛି ସିବିଆଇ।

ଆଜି ମେଡିକାଲ୍ ଚେକ୍‌ଅପ୍‌ ପରେ ତାଙ୍କୁ କୋର୍ଟ ହାଜର  କରାଯାଇଥିଲା। ସୁଦୀପଙ୍କ ଓକିଲ କୋର୍ଟରେ  ଜାମିନ ଆବେଦନ କରିଥିଲେ।

ସୁଦୀପଙ୍କୁ ସିବିଆଇ ଗତକାଲି ରାତିରେ ଭୁବନେଶ୍ୱର ଆଣିଥିଲା। କଡ଼ା ସୁରକ୍ଷା ମଧ୍ୟରେ ସୁଦୀପଙ୍କୁ ଭୁବନେଶ୍ୱର ବିମାନବନ୍ଦରରୁ ସିଧାସଳଖ ସିବିଆଇ ଅଫିସ୍‌କୁ ନିଆଯାଇଥିଲା।

ବିମାନବନ୍ଦରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସୁଦୀପ କହିଥିଲେ,“ବିଜେପି ଲୋକ ତୃଣମୂଳ କଂଗ୍ରେସକୁ ନିଶ୍ଚିହ୍ନ କରିବାକୁ ଚେଷ୍ଟା କରୁଛନ୍ତି। ଦିଦି (ମମତା ବାନାର୍ଜୀ) ଯାହା କହିଛନ୍ତି ଠିକ୍ କହିଛନ୍ତି।”

ଗତକାଲି ସୁଦୀପଙ୍କ ଗିରଫଦାରୀ ପରେ ମୋଦି ସରକାର ଉପରେ ବର୍ଷିଥିଲେ ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିରୋଧୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ପାଇଁ ମୋଦି ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବ୍ୟବହାର କରୁଥିବା ସେ ଅଭଯୋଗ କରିଥିଲେ।

ସୁଦୀପଙ୍କ ପୂର୍ବରୁ ସିବିଆଇ ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତା ତାପସ ପାଲଙ୍କୁ ଗିରଫ କରି ଭୁବନେଶ୍ୱରରେ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos