ହାଇକୋର୍ଟ ଜଜ୍‌ଙ୍କ ଘରେ ସିବିଆଇ ପଶିବାକୁ ଉଦ୍ୟମ ଘଟଣା: ପଢ଼ନ୍ତୁ କିଏ କ’ଣ କହିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ଜଣେ ବିଚାରପତିଙ୍କ ବାସଭବନରେ ରାତି ଅଧରେ କିଛି ସିବିଆଇ ପଶିବାକୁ ଉଦ୍ୟମ କରିବା ଏକ ନିନ୍ଦନୀୟ ଘଟଣା। ଏହାକୁ ବିରୋଧ କରି ଗତକାଲିଠାରୁ ବାର୍‌ ଆସୋସିଏସନ୍‌ ଆନ୍ଦୋଳନ ଜାରି ରଖିଛି। ସୁରକ୍ଷା କର୍ମୀଙ୍କ ବୟାନ ଆଧାରରେ କମିଶନରେଟ୍‌ ପୋଲିସ ସିବିଆଇ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ପର୍ଯ୍ୟାୟରେ କଟକ ଡିସିପି ଆଜି ବିଚାରପତିଙ୍କ ଘରେ ଡ୍ୟୁଟିରେ ଥିବା ଦୁଇ ସୁରକ୍ଷା କର୍ମୀଙ୍କ ବୟାନ […]

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 05:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ଜଣେ ବିଚାରପତିଙ୍କ ବାସଭବନରେ ରାତି ଅଧରେ କିଛି ସିବିଆଇ ପଶିବାକୁ ଉଦ୍ୟମ କରିବା ଏକ ନିନ୍ଦନୀୟ ଘଟଣା। ଏହାକୁ ବିରୋଧ କରି ଗତକାଲିଠାରୁ ବାର୍‌ ଆସୋସିଏସନ୍‌ ଆନ୍ଦୋଳନ ଜାରି ରଖିଛି। ସୁରକ୍ଷା କର୍ମୀଙ୍କ ବୟାନ ଆଧାରରେ କମିଶନରେଟ୍‌ ପୋଲିସ ସିବିଆଇ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ପର୍ଯ୍ୟାୟରେ କଟକ ଡିସିପି ଆଜି ବିଚାରପତିଙ୍କ ଘରେ ଡ୍ୟୁଟିରେ ଥିବା ଦୁଇ ସୁରକ୍ଷା କର୍ମୀଙ୍କ ବୟାନ ରେକର୍ଡ଼ କରିବା ସହିତ ସମସ୍ତ ତଥ୍ୟ ଦେବାକୁ ସିବିଆଇ ଏସ୍‌ପିଙ୍କ ପତ୍ର ଦେଖିଛନ୍ତି। ଅନ୍ୟପକ୍ଷରେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି।  ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି-“ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଇ.ଏମ୍. କୁଦ୍ଦୁସି ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। କିନ୍ତୁ ସିବିଆଇ ଅଫିସରମାନେ କୁଦ୍ଦୁସିଙ୍କ ବାସ ଭବନ ଭାବି ଭୁଲରେ ବର୍ତ୍ତମାନ ହାଇକୋର୍ଟର ବିଚାରପତି ସି.ଆର. ଦାଶଙ୍କ ବାସଭନରେ ପଶିବାକୁ ଉଦ୍ୟମ କରିଥିଲେ। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଜଣେ ସମ୍ମାନ ସ୍ପଦ ବିଚାରପତିଙ୍କ ବିନା ଅନୁମତିରେ ତାଙ୍କ ଘରେ ପଶିବାକୁ ଉଦ୍ୟମ କରିବା ଠିକ୍‌ ହୋଇନାହିଁ। ସେଥିପାଇଁ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ଅସନ୍ତୋଷ ବ୍ୟକ୍ତି କରିବା ସହିତ ଆନ୍ଦୋଳନ କରୁଛନ୍ତି। ଏପରିକି ପୋଲିସ ସିବିଆଇ ବିରୋଧରେ ମାମଲା ରୁଜୁ କରିଛି।”

ରାଜନୈତିକ ଉଦ୍ଦେଶ୍ୟ ନେଇ ସିବିଆଇ ଜଷ୍ଟିସ ଦାଶଙ୍କ ଘରେ ପଶିବାକୁ ଉଦ୍ୟମ କରିଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ରାଉତ କହିଛନ୍ତି-“ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ବିଚାରପତିଙ୍କୁ ନେଇ ଖେଳ ଖେଳାଯାଏ ନାହିଁ। ଏହି ନିର୍ଦ୍ଦିଷ୍ଟ ଘଟଣାରେ ସିବିଆଇ ପ୍ରତି ରାଜନୈତିକ ଆକ୍ଷେପ କରିବା ଠିକ୍‌ ନୁହଁ। ଯେହେତୁ କୁଦ୍ଦୁସି ଓଡ଼ିଶା ହାଇକୋର୍ଟରେ ବିଚାରପତି ଥିଲେ, ତାଙ୍କ କ୍ୱାର୍ଟର୍ସ ଭାବି ସିବିଆଇ ଅଧିକାରୀମାନେ ଜଷ୍ଟିସ୍‌ ଦାଶଙ୍କ ବାସ ଭବନରେ ପଶିବାକୁ ଉଦ୍ୟମ କରିଥିଲେ। ତେଣୁ ତାଙ୍କ ଭୁଲ୍‌ ଯୋଗୁଁ ସେମାନେ ପରିଣାମ ଭୋଗିବେ।”

ସେ ଆହୁରି କହିଛନ୍ତି-“ଭାରତ ବର୍ଷରେ ସିବିଆଇ ଏକ ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା। ନିରପେକ୍ଷ ଭାବେ କାମ କରିବା ସମସ୍ତେ ଆଶା ବ୍ୟକ୍ତ କରିବେ। କିନ୍ତୁ ବେଳେ ବେଳେ ଦେଖାଯାଉଛି, କେନ୍ଦ୍ରରେ ଶାସନରେ ରହୁଥିବା ସରକାର ସିବିଆଇକୁ ପ୍ରଭାବିତ କରି କିଛି ଘଟଣା ଘଟାଉଛନ୍ତି।”

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି-“ସିବିଆଇ ରାତି ଅଧରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ବାସ ଭବନରେ ପଶିବାକୁ ଉଦ୍ୟମ କରିବା ଏକ ଅପରାଧ। ସୁରକ୍ଷା କର୍ମୀଙ୍କ ସୂଚନା ସତ୍ତ୍ୱେ ପ୍ରବେଶ କରିବାକୁ ଉଦ୍ୟମ କରିବା ବଡ଼ ଅପରାଧ। ଏହି ଘଟଣାରେ କମିଶନରେଟ୍‌ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ବାର୍‌ ଆସୋସିଏସନ୍‌ର ପଦକ୍ଷେପ ସ୍ୱାଗତ ଯୋଗ୍ୟ।”

କଟକ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି-“ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ଘରକୁ ଯିବା ନେଇ କିଛି ପ୍ରୋଟୋକଲ୍‌ ରହିଛି। ମୁଖ୍ୟ ବିଚାରପତିଙ୍କୁ ନଜଣାଇ ସିଟିଂ ଜଜଙ୍କ ଘରକୁ ଯାଇପାରିବେ ନାହିଁ।”

ସେ କହିଛନ୍ତି-“ସିବିଆଇକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରାଯାଉଛି। ବିଜେପିର ବରିଷ୍ଠ ନେତା ଏଲ୍‌.କେ ଆଡ଼ଭାନୀ, ମୂରଲୀ ମନୋହର ଯୋଶୀ ଓ ଉମା ଭାରତୀଙ୍କ ବିରୋଧରେ ଥିବା ମାମଲା ଗୁଡ଼ିକୁ ରି’ଓପନ୍‌ କରାଯାଉଛି। କିନ୍ତୁ ସିବିଆଇ ହେପାଜତରେ ଥିବା ଅମିତ ଶାହଙ୍କ ବିରୋଧରେ ଥିବା ମାମଲାକୁ ଶୀତଳ ଭଣ୍ଡାରରେ ପକାଇ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story