ପାଜେରୋ ଗାଡ଼ି ନେଇ ସିବିଆଇ ନୋଟିସ୍‌: ହାଜର ହେଲେ ସଞ୍ଜୟ ଦାସବର୍ମାଙ୍କ ପ୍ରତିନିଧି

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ପାଜେରୋ ଗାଡ଼ି ସମ୍ପର୍କୀତ ତଥ୍ୟ ଦେବାକୁ ସିବିଆଇ ପକ୍ଷରୁ ନୋଟିସ୍‌ ଜାରି କରାଯିବା ପରେ ଆଜି ତାଙ୍କ ପ୍ରତିନିଧି ହାଜର ହୋଇଛନ୍ତି। ସେ ସରକାରୀ କାମରେ କୋରାପୁଟରେ ଥିବାରୁ ତାଙ୍କ ପ୍ରତିନିଧି ଗୌରାଙ୍ଗ ସାହୁଙ୍କ ହାତରେ ସମସ୍ତ କାଗଜପତ୍ର ପଠାଇଛନ୍ତି ବୋଲି ସଞ୍ଚୟ ସିବିଆଇକୁ ପୂର୍ବରୁ ଜଣାଇଥିଲେ। ଗତ ୪ ତାରିଖରେ ପାଜେରୋ ଗାଡ଼ି ସମ୍ପର୍କରେ ତଥ୍ୟ ଦେବାକୁ ସଞ୍ଜୟ ଦାସବର୍ମାଙ୍କ ସିବିଆଇ ନୋଟିସ୍‌ ଜାରି କରିଥିଲା। ଏଥିରେ […]

SANJAY-DAS-BURMA-640x480

SANJAY-DAS-BURMA-640x480

Rakesh Mallick
  • Published: Wednesday, 06 April 2016
  • Updated: 07 April 2016, 10:56 AM IST

Sports

Latest News

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ପାଜେରୋ ଗାଡ଼ି ସମ୍ପର୍କୀତ ତଥ୍ୟ ଦେବାକୁ ସିବିଆଇ ପକ୍ଷରୁ ନୋଟିସ୍‌ ଜାରି କରାଯିବା ପରେ ଆଜି ତାଙ୍କ ପ୍ରତିନିଧି ହାଜର ହୋଇଛନ୍ତି। ସେ ସରକାରୀ କାମରେ କୋରାପୁଟରେ ଥିବାରୁ ତାଙ୍କ ପ୍ରତିନିଧି ଗୌରାଙ୍ଗ ସାହୁଙ୍କ ହାତରେ ସମସ୍ତ କାଗଜପତ୍ର ପଠାଇଛନ୍ତି ବୋଲି ସଞ୍ଚୟ ସିବିଆଇକୁ ପୂର୍ବରୁ ଜଣାଇଥିଲେ।

ଗତ ୪ ତାରିଖରେ ପାଜେରୋ ଗାଡ଼ି ସମ୍ପର୍କରେ ତଥ୍ୟ ଦେବାକୁ ସଞ୍ଜୟ ଦାସବର୍ମାଙ୍କ ସିବିଆଇ ନୋଟିସ୍‌ ଜାରି କରିଥିଲା। ଏଥିରେ ୫ ତାରିଖ ଅପରାହ୍ନ ସାଢେ ୩ଟାରେ ପାଜେରୋ ସମ୍ପର୍କୀତ ସମସ୍ତ ତଥ୍ୟ ସହ ହାଜର ହେବାକୁ କୁହାଯାଇଥିଲା। ଗାଡ଼ି ବିକ୍ରି ହୋଇଥିଲେ କିଏ ବିକ୍ରି କରିଛି, କାହାକୁ ବିକ୍ରି ହୋଇଛି ସେ ନେଇ ତଥ୍ୟ ଦେବାକୁ ନୋଟିସରେ କୁହାଯାଇଥିଲା। ଏହାସହ ସଞ୍ଜୟ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଥିବା ଅନ୍ୟ ଗାଡ଼ିର ବିବରଣୀ ଦେବାକୁ ମଧ୍ୟ କୁହାଯାଇଥିଲା। ଏସବୁ ଗାଡ଼ି କିଣିବାକୁ ଅର୍ଥ କେଉଁଠୁ ଆସିଲା, ତାହା ମଧ୍ୟ ଜଣାଇବାକୁ କୁହାଯାଇଥିଲା।

ସଞ୍ଜୟଙ୍କ ପ୍ରତିନିଧି ଗୌରଙ୍ଗ ସାହୁ କହିଛନ୍ତି, “ସଞ୍ଜୟ ବାବୁଙ୍କ ଘର ଲୋକେ କାଗଜପତ୍ର ଦେଇ ସିବିଆଇ ଅଫିସରେ ଦେବାକୁ କହିଥିଲେ, ମୁଁ ଦେଇ ଦେଲି। ତାଙ୍କ ଘର ଲୋକ କି କାଗଜପତ୍ର ଦେଇଥିଲେ ମୁଁ ଜାଣିନାହିଁ।”

ସଞ୍ଜୟଙ୍କ ପାଜେରୋ ଗାଡ଼ ନେଇ ଅଭିଯୋଗ ଆଣିଥିବା କଂଗ୍ରେସର ବରିଷ୍ଠ ନେତା ଲୁଲୁ ମହାପାତ୍ର କହିଛନ୍ତି, “ଗାଡି କିଣିବା ବେଳେ ସେ ଏକ ଲକ୍ଷ ଟଙ୍କା ଜମା କରିଥିବା କହିଛନ୍ତି। ସିବିଆଇ ଏହାର ତଦନ୍ତ କରୁ। କାରଣ କୌଣସି ବ୍ୟାଙ୍କ ଏକ ଲକ୍ଷ ଟଙ୍କା ନେଇ ପାଜେରୋ ଭଳି ଗାଡ଼ି ଦେବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos