ସିବିଏସଇ ରେଜଲ୍ଟ ବିଭ୍ରାଟ ଘଟଣା: ଭୁବନେଶ୍ୱର ଆସିବେ ୨ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ସିବିଏସଇ ଦ୍ୱାଦଶ ରେଜଲ୍ଟ ବିଭ୍ରାଟ ସମସ୍ୟାର ସମାଧାନ ପାଇଁ ଆଜି ଭୁବନେଶ୍ୱର ଆସିବେ ୨ବରିଷ୍ଠ ଅଧିକାରୀ। ପରୀକ୍ଷା ଫଳ ପ୍ରକାଶରେ ହୋଇଥିବା ତ୍ରୁଟି ନେଇ ସଂପୃକ୍ତ ପକ୍ଷମାନଙ୍କ ସହ ସେମାନେ ଆଲୋଚନା କରିବେ। ଏ ସଂପର୍କରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟ୍ୱିଟ୍ କରିଛନ୍ତି।

କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କିଛି ଛାତ୍ରଛାତ୍ରୀ ଓ ଅଭିଭାବକ ଭେଟି ରେଜଲ୍ଟ ବିଭ୍ରାଟ ନେଇ ଜଣାଇଥିଲେ। ଏଥିରେ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଟ୍ୱିଟ୍ କରି ଜଣାଇଥିଲେ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ୨ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ମାମଲାରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।