ପୋଲାଭରମ୍‌କୁ ନାବାର୍ଡ ମାଧ୍ୟମରେ ଅର୍ଥ ଦେବେ କେନ୍ଦ୍ର ସରକାର, ବିଜେଡିର ବିରୋଧ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଗୋଦାବରୀ ନଦୀ ଉପରେ ଚାଲିଥିବା ପୋଲାଭରମ୍ ପ୍ରକଳ୍ପ ପାଇଁ ନାବାର୍ଡ ମାଧ୍ୟମରେ କେନ୍ଦ୍ର ଆର୍ଥିକ ସହାୟତା ଯୋଗାଇ ଦେବ। ମଙ୍ଗଳବାର ରାଜ୍ୟସଭାରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହି ଘୋଷଣା କରିଛନ୍ତି। କିନ୍ତୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଏଭଳି ଘୋଷଣାକୁ ବିରୋଧ କରିଥିଲେ ବିଜେଡିର ରାଜ୍ୟସଭା ସାଂସଦମାନେ। ସେମାନେ ଅର୍ଥମନ୍ତ୍ରୀଙ୍କୁ ତାଙ୍କ ଅଫିସ୍‌ରେ ଭେଟି ଥିଲେ ଓ ପୋଲାଭରମ୍ ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ହେବାକୁ ଥିବା ତିନୋଟି ରାଜ୍ୟ- ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାକୁ […]

bjdmps

bjdmps

Rakesh Mallick
  • Published: Tuesday, 15 March 2016
  • Updated: 15 March 2016, 02:25 PM IST

Sports

Latest News

bjdmpsନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଗୋଦାବରୀ ନଦୀ ଉପରେ ଚାଲିଥିବା ପୋଲାଭରମ୍ ପ୍ରକଳ୍ପ ପାଇଁ ନାବାର୍ଡ ମାଧ୍ୟମରେ କେନ୍ଦ୍ର ଆର୍ଥିକ ସହାୟତା ଯୋଗାଇ ଦେବ। ମଙ୍ଗଳବାର ରାଜ୍ୟସଭାରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହି ଘୋଷଣା କରିଛନ୍ତି।

କିନ୍ତୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଏଭଳି ଘୋଷଣାକୁ ବିରୋଧ କରିଥିଲେ ବିଜେଡିର ରାଜ୍ୟସଭା ସାଂସଦମାନେ। ସେମାନେ ଅର୍ଥମନ୍ତ୍ରୀଙ୍କୁ ତାଙ୍କ ଅଫିସ୍‌ରେ ଭେଟି ଥିଲେ ଓ ପୋଲାଭରମ୍ ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ହେବାକୁ ଥିବା ତିନୋଟି ରାଜ୍ୟ- ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାକୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିବାକୁ ଅନୁରୋଧ କରି ଥିଲେ। ସେମାନଙ୍କ ପ୍ରସ୍ତାବରେ ଜେଟଲି ରାଜି ହେବା ସହିତ ଜଳ ସମ୍ପଦ ମନ୍ତ୍ରୀଙ୍କୁ କହି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବିଜେଡି ସାଂସଦ ଅନଙ୍ଗ ଉଦୟ ସିଂହଦେଓ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ପୋଲାଭରମ୍ ପ୍ରକଳ୍ପ ନେଇ ରାଜ୍ୟସଭାରେ ଜେଟଲୀଙ୍କ ଘୋଷଣାକୁ ଆମେ ବିରୋଧ କରିଥିଲୁ। ବିଜେଡିର ସମସ୍ତ ରାଜ୍ୟସଭା ସାଂସଦ ଯାଇ ତାଙ୍କୁ ଭେଟିଥିଲୁ। ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ଓଡ଼ିଶାର କ୍ଷତି ହେଉଛି। ଲୋକେ ଜମି ହରାଉଛନ୍ତି ବୋଲି ଅଭିଯୋଗ କରିଥିଲୁ। ଏହା ସହିତ ଓଡ଼ିଶା ସମେତ ଛତିଶଗଡ଼ ଓ ତେଲେଙ୍ଗାନାକୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇବାକୁ ଅନୁରୋଧ କରିଥିଲୁ। ସେ ଏଥିର ସହମତି ପ୍ରକାଶ କରିବା ସହିତ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ।”

ସେହିପରି ବିଜେଡି ସାଂସଦ ବୈଷ୍ଣବ ଚରଣ ପରିଡ଼ା କହିଛନ୍ତି,“ପୋଲାଭରମ୍‌କୁ କେନ୍ଦ୍ର ସରକାର ପୂର୍ବ ଘୋଷଣା ମୁତାବକ ଆର୍ଥିକ ସହାୟତା ଯୋଗାଇ ଦେବା ନେଇ ରାଜ୍ୟସଭାରେ ଜେଟଲି ଘୋଷଣା କରିବା ପରେ ବିଜେଡି ସାଂସଦମାନେ ଏହାର ବିରୋଧ କରିଥିଲେ। ପୋଲାଭରମ୍ ପ୍ରକଳ୍ପକୁ କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବା ବେଆଇନ୍ ବୋଲି ଆମେ କହିଥିଲୁ। ଏ ନେଇ ସୁପ୍ରିମ୍‌କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ କେନ୍ଦ୍ର ସରକାର ଏଭଳି ଘୋଷଣା କରିବା ଠିକ୍ ନୁହେଁ। ପରେ ଆମେ ଜେଟଲିଙ୍କୁ ତାଙ୍କ ଅଫିସ୍‌ରେ ଭେଟି ପୋଲାଭରମ୍ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟଗୁଡ଼ିକ ସହିତ ଆଲୋଚନା ନ କରି କେନ୍ଦ୍ରୀୟ ସହାୟତା ଯୋଗାଇ ନ ଦେବାକୁ ଅନୁରୋଧ କରିଥିଲୁ।”

ପୋଲାଭରମ୍ ପ୍ରକଳ୍ପକୁ ବିରୋଧ କରାଯାଉଥିବା ବେଳେ ଏହାର କାମକୁ ଆଗେଇ ନେବାକୁ ରାଜ୍ୟସଭାରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ସଂକେତ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ରଞ୍ଜୀବ ବିଶ୍ୱାଳ। ଦଳମତ ନିର୍ବଶେଷରେ ସମସ୍ତେ ଏହାକୁ ବିରୋଧ କରିବା ଉଚିତ୍ ବୋଲି ସେ କହିଛନ୍ତି।

ବିରୋଧ ଜାରି ରହିଥିବା ସତ୍ତ୍ୱେ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ୩୪୫ କୋଟି ଟଙ୍କାର ଅନୁଦାନ ରାଶି ଯୋଗାଇ ଦିଆଯାଇଥିବା ନେଇ ଗତବର୍ଷ ଡିସେମ୍ବର ମାସରେ କେନ୍ଦ୍ର ସରକାର ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story