କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ବିଧାନସଭାରେ ସରକାର ଓ ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ନେଇ ଗୁରୁବାର ସରଗରମ ହୋଇଥିଲା ବିଧାନସଭା। ଏହି ପ୍ରସଙ୍ଗକୁ ନେଇ ଆଜି ଗୃହରେ ମୁହାଁମୁହିଁ ହୋଇଥିଲେ ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ଏବଂ ବିଜେପି। ୟୁପିଏ ହେଉକି ଏନଡିଏ, ବାତ୍ୟା, ବନ୍ୟା ଓ ମରୁଡ଼ି ବେଳେ କେନ୍ଦ୍ର ଓଡିଶାକୁ ଅବହେଳା କରୁଥିବା ବିଜେଡି ବିଧାୟକମାନେ ଅଭିଯୋଗ କରିଥିଲେ। ବିନା ଦାବିପତ୍ରରେ ମହାରାଷ୍ଟ୍ର, କର୍ଣ୍ଣାଟକ ଭଳି ୫ଟି ରାଜ୍ୟକୁ କେନ୍ଦ୍ର ସହାୟତା ଦେଇଥିବା ବେଳେ ଓଡିଶାକୁ କେବଳ ଅନୁଧ୍ୟାନକାରୀ ଟିମ୍ ପଠାଯାଇଥିବା […]

assemblyodisha

assemblyodisha

Rakesh Mallick
  • Published: Thursday, 03 December 2015
  • Updated: 03 December 2015, 02:13 PM IST

ଭୁବନେଶ୍ୱର: କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ନେଇ ଗୁରୁବାର ସରଗରମ ହୋଇଥିଲା ବିଧାନସଭା। ଏହି ପ୍ରସଙ୍ଗକୁ ନେଇ ଆଜି ଗୃହରେ ମୁହାଁମୁହିଁ ହୋଇଥିଲେ ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ଏବଂ ବିଜେପି। ୟୁପିଏ ହେଉକି ଏନଡିଏ, ବାତ୍ୟା, ବନ୍ୟା ଓ ମରୁଡ଼ି ବେଳେ କେନ୍ଦ୍ର ଓଡିଶାକୁ ଅବହେଳା କରୁଥିବା ବିଜେଡି ବିଧାୟକମାନେ ଅଭିଯୋଗ କରିଥିଲେ। ବିନା ଦାବିପତ୍ରରେ ମହାରାଷ୍ଟ୍ର, କର୍ଣ୍ଣାଟକ ଭଳି ୫ଟି ରାଜ୍ୟକୁ କେନ୍ଦ୍ର ସହାୟତା ଦେଇଥିବା ବେଳେ ଓଡିଶାକୁ କେବଳ ଅନୁଧ୍ୟାନକାରୀ ଟିମ୍ ପଠାଯାଇଥିବା କହିଥିଲେ। ଗତ ୧୪ ବର୍ଷରେ ରାଜ୍ୟ  ଦୁର୍ବିପାକଜନିତ କ୍ଷୟକ୍ଷତି ଭରଣା ପାଇଁ ୨୬ ହଜାର ୨୦୭ କୋଟି ଟଙ୍କା ଦାବି କରିଥିବା ବେଳେ ମାତ୍ର ୨ ହଜାର ୪୪୨ କୋଟି ଟଙ୍କ। ମିଳିଥିବା ଶାସକ ଦଳ ସଦସ୍ୟ ଦର୍ଶାଇଥିଲେ।

ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା କହିଥିଲେ ଯେ ୟୁପିଏ ସରକାର ହେଉ କି ଏନଡିଏ ସରକାର ସମସ୍ତେ ଓଡ଼ିଶାକୁ କ୍ରମାଗତ ଅବହେଳା କରିଆସିଛନ୍ତି। ଅନୁଦାନ ଦେବାରେ ଓଡ଼ିଶା ପ୍ରତି ଉପହାସ କରାଯାଇଛି।

ଅନ୍ୟପକ୍ଷରେ ଶାସକ ଦଳର ଅଭିଯୋଗକୁ ଖଣ୍ଡନ କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି। ରାଜ୍ୟ ସରକାରଙ୍କ ପାରିବାପଣିଆକୁ ନେଇ ଦୁଇ ଦଳ ପ୍ରଶ୍ନ ଉଠାଇଥିଲେ। ରାଜ୍ୟ ସରକାର ଗତ ୬ ବର୍ଷରେ ୬ ହଜାର କୋଟିର କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରି ପାରି ନ ଥିବା ବିରୋଧୀ କହିଛନ୍ତି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ନିଶ୍ଚିତ ଭାବେ କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରି ନାହାନ୍ତି। ଓଡ଼ିଶା ସରକାର କେନ୍ଦ୍ରୀୟ ଅନୁଦାନକୁ ଖର୍ଚ୍ଚ କରି ପାରୁ ନାହାନ୍ତି। ୟୁସି ଦେଇ ପାରୁ ନାହାନ୍ତି। ନିଜ ଅସାମର୍ଥ୍ୟ ଉପରେ ଘଣ୍ଟ ଘୋଡ଼ାଇବା ପାଇଁ ସରକାର ମିଛ ଅଭିଯୋଗ କରୁଛନ୍ତି। କଂଗ୍ରେସ ପକ୍ଷରୁ ମଧ୍ୟ ସମାନ ଅଭିଯୋଗ କରାଯାଇଛି। କଂଗ୍ରେସ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳ କହିଛନ୍ତି ଯେ ୟୁପିଏ ସରକାର ଅମଳରେ ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣରେ କେନ୍ଦ୍ରୀୟ ଅନୁଦାନ ଦିଆଯାଇଛି। ଓଲଟି ସରକାର ଉକ୍ତ ଅନୁଦାନ ଅର୍ଥକୁ ଖର୍ଚ୍ଚ କରି ପାରି ନାହାନ୍ତି। ୟୁସି ଦେଇ ପାରି ନାହାନ୍ତି। ସରକାର ଯଦି କେନ୍ଦ୍ରୀୟ ଅବହେଳା କଥା କହୁଛନ୍ତି ତା’ହେଲେ ଏକ ପ୍ରତିନିଧି ଦଳକୁ କେନ୍ଦ୍ରକୁ ପଠାନ୍ତୁ। ନ୍ୟାର୍ଯ୍ୟ ଦାବି କରନ୍ତୁ। ଏଥିରେ କଂଗ୍ରେସ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ କରିବ।

ଶାସକ ଦଳ ପକ୍ଷରୁ ଆଜି ଗୃହରେ ବିବାଦୀୟ ପୋଲାଭରମ ପ୍ରକଳ୍ପ, କେନ୍ଦ୍ରୀୟ ଯୋଜନା ବନ୍ଦ ଓ ଅନ୍ୟ କିଛି ଯୋଜନାରେ ଅନୁଦାନ ହ୍ରାସ, ଇଣ୍ଡଷ୍ଟ୍ରିଆଲ କରିଡରରେ ଓଡିଶାକୁ ସ୍ଥାନ ନମିଳିବା ଆଦି ପ୍ରସଙ୍ଗ ଉଠାଯାଇଥିଲା। ତେବେ ତ୍ରୟୋଦଶ ଅର୍ଥ କମିଶନ୍ ଅପେକ୍ଷା ଚତୁର୍ଦ୍ଦଶ ଅର୍ଥ କମିଶନରେ ଓଡ଼ିଶା କେନ୍ଦ୍ରଠାରୁ ଢେର ଅଧିକ ସହାୟତା ପାଉଥିବା ବିଜେପି କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos