କେନ୍ଦ୍ରୀୟ ଟିକସ ଭାଗରୁ ୩.୫ ହ୍ରାସ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୁବ୍ଧ

ଭୁବନେଶ୍ୱର: ଲୋକସଭାରେ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ଆଗତ କରିଥିବା ବଜେଟ୍‌କୁ ସମାଲୋଚନା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶେଷ କରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟିକସ ଭାଗବଣ୍ଟାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଣ୍ଟ୍ରାଲ୍ ଟ୍ୟାକ୍ସରୁ ରାଜ୍ୟଗୁଡ଼ିକ ଯେତିକି ଭାଗ ପାଇବା କଥା ସେଥିରେ ୩.୫ ପ୍ରତିଶତ ହ୍ରାସ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର […]

naveen

naveen

Rakesh Mallick
  • Published: Monday, 29 February 2016
  • Updated: 29 February 2016, 04:50 PM IST

Sports

Latest News

naveenଭୁବନେଶ୍ୱର: ଲୋକସଭାରେ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ଆଗତ କରିଥିବା ବଜେଟ୍‌କୁ ସମାଲୋଚନା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶେଷ କରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟିକସ ଭାଗବଣ୍ଟାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଣ୍ଟ୍ରାଲ୍ ଟ୍ୟାକ୍ସରୁ ରାଜ୍ୟଗୁଡ଼ିକ ଯେତିକି ଭାଗ ପାଇବା କଥା ସେଥିରେ ୩.୫ ପ୍ରତିଶତ ହ୍ରାସ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର କେନ୍ଦ୍ରୀୟ ଟିକସରୁ ଆଇନତଃ ଯେତିକି ଭାଗ ପାଇବା କଥା ତାହା ନ ଦେବା ଆଦୌ ସମୀଚୀନ ନୁହେଁ। ଏହା ଦ୍ୱାରା ରାଜ୍ୟ ଉପରେ ଅଧିକ ଆର୍ଥିକ ବୋଝ ପଡ଼ିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୧୫-୧୬ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ରୀୟ ଟିକସ ବାବଦକୁ ୩,୫୦୦ କୋଟି ଟଙ୍କା କମ୍ ଦିଆଯାଇଥିଲା। ସଦ୍ୟ ହିସାବ ଅନୁସାରେ ୨୦୧୬-୧୭ରେ ରାଜ୍ୟ କେନ୍ଦ୍ରୀୟ ଟିକସ ବାବଦକୁ ୪,୬୦୦ କୋଟି ଟଙ୍କା କମ୍ ପାଇବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏ ସବୁକୁ ଦେଖିଲେ ମନେ ହେଉଛି କେନ୍ଦ୍ରୀୟ ବଜେଟ୍‌ ପରେ ରାଜ୍ୟ ସରକାର ବଜେଟ୍ ଉପସ୍ଥାପନ କରିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାହା ପୂରାପୂରି ଠିକ୍। ନହେଲେ ରାଜ୍ୟ ସରକାର ଅସୁବିଧାରେ ପଡ଼ି ଥାଆନ୍ତେ।

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ କେନ୍ଦ୍ର ସରକାର ବୃଦ୍ଧି କରିଥିବା ରାଶିକୁ ମୁଖ୍ୟମନ୍ତ୍ରୀ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଭାରତ ସରକାରଙ୍କର ଏକ ପ୍ରମୁଖ ଯୋଜନା ବୋଲି କୁହାଯାଉଥିବା ବେଳେ ଏଥିରେ ବୃଦ୍ଧି କରାଯାଇଥିବା ଆର୍ଥିକ ରାଶି ତାଙ୍କୁ ଚକିତ କରିଛି। ସାରା ଦେଶରେ ଏହି ଯୋଜନା ପାଇଁ ପୂର୍ବରୁ ୫,୩୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ୨୦୧୬-୧୭ ବର୍ଷ ପାଇଁ ଏହାକୁ ମାତ୍ର ୫,୭୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି ପ୍ରାଥମିକ ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିପୁଳ ପରିମାଣରେ ଅର୍ଥ କଟା ଯିବା ପଛରେ କ’ଣ ଯୁକ୍ତି ରହିଛି ତାହା ସେ ବୁଝି ପାରୁ ନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଧାରା ୨୭୫(୧) ଓ ଟିଏସ୍‌ପି ଅଧୀନରେ ଆଦିବାସୀ କଲ୍ୟାଣ ପାଇଁ ଅର୍ଥ ବରାଦ ନେଇ କେନ୍ଦ୍ର ସରକାର ନୀରବ ରହିବା ତାଙ୍କୁ ତାଜୁବ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ଦୃଷ୍ଟିକୋଣରୁ ଏହା ଗ୍ରହଣୀୟ ହୋଇପାରୁ ନାହିଁ।

ତେବେ କୃଷି, ହାଉସିଂ, ପାନୀୟ ଜଳ ଓ ପରିମଳ, ସହରାଞ୍ଚଳ ବିକାଶ ଓ ରାସ୍ତା ଆଦିର ଭିତ୍ତିଭୂମି ନେଇ କେନ୍ଦ୍ର ସରକାର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି, ତାହାକୁ ନବୀନ ସ୍ୱାଗତ କରିଛନ୍ତି।

ରାଜ୍ୟ କଂଗ୍ରେସ ପକ୍ଷରୁ ମଧ୍ୟ ଜେଟଲୀଙ୍କ ବଜେଟକୁ ସମାଲୋଚନା କରାଯାଇଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ଜେଟଲୀଙ୍କ ବଜେଟ୍ ନିରୁତ୍ସାହଜନକ। କୃଷକଙ୍କୁ ଢାଲ କରି କଂପାନୀଙ୍କୁ ଫାଇଦା ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି। ବେକାର ଯୁବକଯୁବତୀଙ୍କ ନିଯୁକ୍ତି ଓ ବରିଷ୍ଠ ନାଗରିକଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ। ଜେଟଲୀଙ୍କ ବଜେଟ୍‌ରେ ରାଜ୍ୟଗୁଡ଼ିକୁ ପାଇଁ ହୋଇଥିବା ଆର୍ଥିକ ଅଟକଳ ୟୁପିଏ ଅମଳଠାରୁ କମ୍।

ଅନ୍ୟପକ୍ଷରେ ରାଜ୍ୟ ବିଜେପି ପକ୍ଷରୁ ଏହି ବଜେଟକୁ ସ୍ୱାଗତ କରାଯାଇଛି। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ଏହା ଏକ ଲୋକାଭିମୁଖୀ ବଜେଟ୍। ଏହା ସାମୂହିକ ବିକାଶ ପାଇଁ ଉଦ୍ଦିଷ୍ଟ। ସେହିପରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏହି ବଜେଟ୍ ସାଧାରଣ ଲୋକଙ୍କ ବଜେଟ୍। ଏଥିରେ ଓଡ଼ିଶା ବେଶ୍ ଉପକୃତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story