ଚାଷୀଙ୍କ ପାଇଁ ଖୁସି ଖବର: ଗହମ ଓ ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଗହମ ଓ ଡାଲି ଜାତୀୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ପିଏସ୍‌) ବଢ଼ିଇଛନ୍ତି। ଗହମର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୧୦ ଟଙ୍କା ବଢ଼ାଇଛନ୍ତି। ପୂର୍ବରୁ ଗହମ କ୍ୱିଣ୍ଟାଲ ପିଛା ମୂଲ୍ୟ ଥିଲା ୧୬୨୫ ଟଙ୍କା। ବଢ଼ିବା ପରେ ଗହମ କ୍ୱିଣ୍ଟାଲ ପିଛା ୧୭୩୫ ଟଙ୍କା ହେଲା। ସେହିପରି ଡାଲି ଜାତୀୟ ଶସ୍ୟରେ ଏମ୍‌ପିଏସ୍‌ କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ବୃଦ୍ଧି କରାଯାଇଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସୁବିଧା ଚାଷୀମାନେ ପାଇବେ।