‘ବଦଳିବ ଇଞ୍ଜିନିୟିରିଂ ପାଠ ପଢା ଢାଞ୍ଚା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଦଳିବ ଇଞ୍ଜିନିୟିରିଂ ପାଠ ପଢା ଢାଞ୍ଚା। ନୂଆ ସିଲାବସ୍‌ରେ ପଢିବେ ଛାତ୍ରଛାତ୍ରୀ। ଦକ୍ଷତା ବିକାଶ ସହ ନିଯୁକ୍ତି ଉପରେ ଦିଆଯିବ ଗୁରୁତ୍ୱ। ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ। ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିବା ଅବସରରେ ଏହି ସୂଚନା ଦେଇଛନ୍ତି ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନିଲ ଡି. ସହସ୍ରବୁଦ୍ଧେ। ଖାଲି ସେତିକି ନୁହେଁ ଗତ ୫ବର୍ଷ ଧରି ୩୦ ପ୍ରତିଶତରୁ କମ୍ ଆଡମିଶନ୍ ହୋଇଥିବା ବହୁ ଇଞ୍ଜିନିୟିରଂ ଶିକ୍ଷାନୁଷ୍ଠାନର ବିଭିନ୍ନ […]

Rakesh Mallick
  • Published: Tuesday, 29 August 2017
  • Updated: 29 August 2017, 08:06 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଦଳିବ ଇଞ୍ଜିନିୟିରିଂ ପାଠ ପଢା ଢାଞ୍ଚା। ନୂଆ ସିଲାବସ୍‌ରେ ପଢିବେ ଛାତ୍ରଛାତ୍ରୀ। ଦକ୍ଷତା ବିକାଶ ସହ ନିଯୁକ୍ତି ଉପରେ ଦିଆଯିବ ଗୁରୁତ୍ୱ। ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ। ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିବା ଅବସରରେ ଏହି ସୂଚନା ଦେଇଛନ୍ତି ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନିଲ ଡି. ସହସ୍ରବୁଦ୍ଧେ। ଖାଲି ସେତିକି ନୁହେଁ ଗତ ୫ବର୍ଷ ଧରି ୩୦ ପ୍ରତିଶତରୁ କମ୍ ଆଡମିଶନ୍ ହୋଇଥିବା ବହୁ ଇଞ୍ଜିନିୟିରଂ ଶିକ୍ଷାନୁଷ୍ଠାନର ବିଭିନ୍ନ ବ୍ରାଞ୍ଚ ଆସନ୍ତା ଶିକ୍ଷାବର୍ଷରୁ ବନ୍ଦ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେସବୁ ସ୍ଥାନରେ ଇଣ୍ଟିଗ୍ରେଟେଡ କ୍ୟାମ୍ପସ, ଦକ୍ଷତା ବିକାଶ ପାଠ୍ୟକ୍ରମ ଓ ଆଡ ଅନ୍ କୋର୍ସ ପଢାଯିବ। ଯେଉଁସବୁ ଶିକ୍ଷାନୁଷ୍ଠାନ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ସେପଟେ ରାଜ୍ୟ ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ, ଓପେକା ଏଆଇସିଟିଇର ଏହି ନିଷ୍ପତ୍ତିକୁ ସ୍ୱଗତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos