ଚାଷୀଙ୍କୁ ପିଆଜ ମଞ୍ଜି ଯୋଗାଣରେ ଘୋଟାଲା

ଭୁବନେଶ୍ୱର: ଚାଷୀଙ୍କୁ ପିଆଜ ମଞ୍ଜି ଯୋଗାଣରେ ଏକ ବଡ଼ ଧରଣର ଘୋଟାଲା ହୋଇଛି । କୃଷି ବିଭାଗର ଟେଣ୍ଡର ଫିକ୍ସିଂରେ ଅନିୟମିତତାର ରିପୋର୍ଟରେ ଏହି ଘୋଟାଲା ହୋଇଥିବା ସାମ୍ନାକୁ ଆସିଛି। ମଞ୍ଜି ଯୋଗାଇବା ପାଇଁ କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ଗୁରୁତର ତ୍ରୁଟି ଓ ଅନିୟମିତତା ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ପଶ୍ଚିମବଙ୍ଗର ଯେଉଁ ସଂସ୍ଥା ବିରୋଧରେ ଏହି ଅଭିଯୋଗ ଆସିଛି ତାକୁ ବକେୟା ଟଙ୍କ। ଫେରାଇ ଦେବାକୁ କୃଷି ବିଭାଗ […]

onion1

onion1

Rakesh Mallick
  • Published: Tuesday, 03 November 2015
  • Updated: 03 November 2015, 02:43 PM IST

ଭୁବନେଶ୍ୱର: ଚାଷୀଙ୍କୁ ପିଆଜ ମଞ୍ଜି ଯୋଗାଣରେ ଏକ ବଡ଼ ଧରଣର ଘୋଟାଲା ହୋଇଛି । କୃଷି ବିଭାଗର ଟେଣ୍ଡର ଫିକ୍ସିଂରେ ଅନିୟମିତତାର ରିପୋର୍ଟରେ ଏହି ଘୋଟାଲା ହୋଇଥିବା ସାମ୍ନାକୁ ଆସିଛି। ମଞ୍ଜି ଯୋଗାଇବା ପାଇଁ କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ଗୁରୁତର ତ୍ରୁଟି ଓ ଅନିୟମିତତା ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ପଶ୍ଚିମବଙ୍ଗର ଯେଉଁ ସଂସ୍ଥା ବିରୋଧରେ ଏହି ଅଭିଯୋଗ ଆସିଛି ତାକୁ ବକେୟା ଟଙ୍କ। ଫେରାଇ ଦେବାକୁ କୃଷି ବିଭାଗ ଓକିଲାତି କରିଛି। ଏପରି ଏକ ଘୋଟାଲାର ପର୍ଦ୍ଦାଫାସ କରିଛି ଓଟିଭି।onion

ରାଜ୍ୟରେ ପିଆଜ ଚାଷ ପାଇଁ ବିହନ ନିଗମ ମାଧ୍ୟମରେ ଚାଷୀଙ୍କୁ ମଞ୍ଜି ଯୋଗାଇଥିଲା ୱେଷ୍ଟବେଙ୍ଗଲ ହାଇବ୍ରିଡ ସିଡିସ ଆଣ୍ଡ ବାଇଓଟେକ ପ୍ରାଇଭେଟ ଲିମିଟେଡ। ଏହି ମଞ୍ଜିରୁ ଗଛ ହେଲା ସତ ହେଲେ ପିଆଜ ଫଳିଲାନି।  ରାଜ୍ୟର ଗୋଟିଏ ସ୍ଥାନ ନୁହେଁ, ବିହନ ନେଇଥିବା ଅନେକ ଚାଷୀ ଏପରି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବହୁ ଚାଷୀ ଏ ନେଇ ବିହନ ନିଗମ ଓ  କୃଷି ବିଭାଗ ପାଖରେ ଅଭିଯୋଗ ବି କରିଥିଲେ । ଏ ନେଇ ପିଆଜ ଚାଷୀ ଦୟାନିଧି ହୋତା ଏବଂ ସମର ସିଂ କହିଛନ୍ତି ମଞ୍ଜି ଆଣି ଚାଷ କରି ନିରାଶ ହେଲୁ। ପିଆଜ ଫଳିଲାନି ବହୁ ଖର୍ଚ୍ଚାନ୍ତ ହେବାକୁ ପଡିଲା । ଏହାର ତଦନ୍ତ କରାଯାଇ ଶୀଘ୍ର କ୍ଷତିପୂରଣ ଯୋଗାଇ ଦିଆଯାଉ ବୋଲି ସେମାନେ  ଦାବି କରିଛନ୍ତି ।

ଅଭିଯୋଗ ପାଇବା ପରେ ଟେଣ୍ଡର ପ୍ରକିୟାକୁ ନେଇ କୃଷି ବିଭାଗ ତଦନ୍ତ କରିଥିଲା। ରିପୋର୍ଟରେ ଟେଣ୍ଡର ପ୍ରକିୟାରେ ୬ଟି ତ୍ରୁଟି ଓ ଅନିୟମିତାର ପ୍ରମାଣ ଦିଆଯାଇଛି। ଯେଉଁ ବିହନ ପାଇଁ ଟେଣ୍ଡର ହୋଇଥିଲା ତାହା ନ ଦେଇ ନିମ୍ମମାନର ବିହନ ଯୋଗାଇଥିଲା ସଂସ୍ଥା। ତଦନ୍ତରେ ସମୁଦାୟ ଟେଣ୍ଡ ପ୍ରକିୟାକୁ ସ୍ୱଚ୍ଛ ନୁହେଁ ବୋଲି କହିବା ସହ ଆଇନର ଉଲ୍ଲଂଘନ ହୋଇଥିବା ଦର୍ଶା ଯାଇଥିଲା। ଏହି ରିପୋର୍ଟକୁ ଆଧାର କରି ବିହନ ନିଗମର ବୋର୍ଡ ଅଫ ଡାଇରେକଟର ଟେଣ୍ଡର ପ୍ରକିୟାରେ ସାମିଲ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲା।  ଏହାସହ ଅଧିକ ତଦନ୍ତ ପାଇଁ ବୋର୍ଡ, ଭିଜିଲାନ୍ସ ତଦନ୍ତ ପାଇଁ ବି ସୁପାରିଶ କରିଥିଲା। ଏହି ଅନିୟମିତା ଅଭିଯୋଗ ପରେ କମ୍ପାନୀ ପାଇବାକୁ ଥିବା ୫ କୋଟି ୮୯ ଲକ୍ଷ ୬୮ ହଜାର ଟଙ୍କ। ତାକୁ ଦିଆଯାଇ ନ ଥିଲା।  ତେବେ ଗତ ୧୫ ତାରିଖରେ ସେହି କୃଷି ବିଭାଗ ବିହନ ନିଗମକୁ ଚିଠି ଲେଖି କମ୍ପାନୀକୁ ଟଙ୍କ। ପଇଠ ନ କଲେ ନିଗମ ଦାୟୀ ରହିବ ବୋଲି କହିଛି। ଗୋଟିଏ ନୁହଁ କି ଦୁଇଟି ନୁହଁ ଏ ନେଇ ବିଭାଗ ପକ୍ଷରୁ ନିଗମକୁ ଏକାଧିକ ଚିଠି ଲେଖାଯାଇଛି ।

ନିମ୍ନମାନର ପିଆଜ ବିହନ ଦେଇଥିବା କମ୍ପାନୀ ନାଁରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଆସିବା ପରେ ବି କୃଷି ବିଭାଗ ସମ୍ପୃକ୍ତ କମ୍ପାନୀକୁ ଟଙ୍କ। ପଇଠ ପାଇଁ ଏତେ ତତ୍ପର କାହିଁକି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ କୃଷିମନ୍ତ୍ରୀ କହିଛନ୍ତି ସେପରି କିଛି ଅଭିଯୋଗ ମୋ ପାଖରେ ନାହିଁ। ପିଆଜ ମଞ୍ଜି ଏକ କମ୍ପାନୀ ଯୋଗାଇଥିଲା । ସିଡ କର୍ପୋରେସନ ଅଟୋନମସ ବଡି ତାହାର ଅଧିକ ତଦନ୍ତ କରିବାକୁ ତାକୁ ଭିଜିଲାନ୍ସକୁ ଦେଇଥିବା ମନ୍ତ୍ରୀ କହିଛନ୍ତି। ଏ ନେଇ ଅଭିଯୋଗ ଆସିଥିବା ପଶ୍ଚିମବଙ୍ଗର କମ୍ପାନୀକୁ ଯୋଗାଯୋଗ କରାଯାଇଥିଲେ ବି ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ମାମଲା ହାଇକୋର୍ଟରେ ପହଞ୍ଚିବା ପରେ କୋର୍ଟ ଜଣେ ଆବ୍ରିଟେଟର ନିଯୁକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos