ଚାଉଳ ଯୋଗାଣକୁ ନେଇ କେନ୍ଦ୍ର-ରାଜ୍ୟ କଥା କଟାକଟି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ ଆଜି ରାଜ୍ୟ ସରକାରଙ୍କ ଉପରେ ଚାଉଳ ଯୋଗାଣକୁ ନେଇ ବର୍ଷିଛନ୍ତି। ସେ କହିଛନ୍ତି, “ଓଡ଼ିଶା ସରକାର ଚାଉଳକୁ ନେଇ ରାଜନୀତି ନ କରନ୍ତୁ। ଆସନ୍ତା ଜୁନ ମାସରୁ ରାଜ୍ୟକୁ ୮୫ ଭାଗ ଚାଉଳ ଓ ୧୫ ଭାଗ ଗହମ ଯୋଗାଇ ଦିଆଯିବ। ଏ ନେଇ କମିଟି ଗଠନ କରାଯାଇଛି। ବିଜେଡି ସାଂସଦମାନେ ସବୁ ଜାଣି ଥିଲେ ମଧ୍ୟ ଦଳ ଆନ୍ଦୋଳନକୁ ଓହ୍ଲାଇବା ଦୁର୍ଭାଗ୍ୟଜନକ।” ବିଜେଡିର ଏପରି ଆଭିମୁଖ୍ୟକୁ ନେଇ ଧର୍ମେନ୍ଦ୍ର ପ୍ରଧାନ […]

odisha-centre

odisha-centre

Rakesh Mallick
  • Published: Wednesday, 11 May 2016
  • Updated: 11 May 2016, 04:00 PM IST

Sports

Latest News

odisha-centreନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ ଆଜି ରାଜ୍ୟ ସରକାରଙ୍କ ଉପରେ ଚାଉଳ ଯୋଗାଣକୁ ନେଇ ବର୍ଷିଛନ୍ତି। ସେ କହିଛନ୍ତି, “ଓଡ଼ିଶା ସରକାର ଚାଉଳକୁ ନେଇ ରାଜନୀତି ନ କରନ୍ତୁ। ଆସନ୍ତା ଜୁନ ମାସରୁ ରାଜ୍ୟକୁ ୮୫ ଭାଗ ଚାଉଳ ଓ ୧୫ ଭାଗ ଗହମ ଯୋଗାଇ ଦିଆଯିବ। ଏ ନେଇ କମିଟି ଗଠନ କରାଯାଇଛି। ବିଜେଡି ସାଂସଦମାନେ ସବୁ ଜାଣି ଥିଲେ ମଧ୍ୟ ଦଳ ଆନ୍ଦୋଳନକୁ ଓହ୍ଲାଇବା ଦୁର୍ଭାଗ୍ୟଜନକ।”

ବିଜେଡିର ଏପରି ଆଭିମୁଖ୍ୟକୁ ନେଇ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରିଥିବା ବେଳେ ରାଜନୈତିକ ଦଳ ରାଜ୍ୟର ହକ୍‌କୁ ନେଇ ରାଜନୀତି କରିବାରେ ଅସୁବିଧା କେଉଁଠି ରହିଲା ବୋଲି ବିଜେଡି ପାଲଟା ପ୍ରଶ୍ନ କରିଛି।

ରାଜ୍ୟକୁ ଗହମ ବଦଳରେ ଅଧିକ ଚାଉଳ ଯୋଗାଇ ଦେବା ପ୍ରସଙ୍ଗକୁ ନେଇ ଗତ ୩ ତାରିଖରେ ବିଜେଡି ରାଜଭବନକୁ ଯାଇଥିଲା। ୬ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ବିରୋଧରେ ଏକ ପ୍ରକାର ଯୁଦ୍ଧ ଘୋଷଣା କରିଥିଲେ। ଏପରି ସ୍ଥିତିରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପାଶ୍ୱାନଙ୍କୁ ଭେଟି ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଧିକ ଚାଉଳ ଯୋଗାଇ ଦେବାକୁ ଦାବିପତ୍ର ଦେଇଥିଲେ। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ପାଶ୍ୱାନ କହିଛନ୍ତି, “ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାକୁ ଅଧିକ ଚାଉଳ ଯୋଗାଣ ପ୍ରସଙ୍ଗରେ କମିଟି ଗଠନ କରାଯାଇଛି। ଏହି ଅନୁସାରେ ଜୁନ ମାସରୁ ରାଜ୍ୟକୁ ଦାବି ମୁତାବକ ଚାଉଳ ଯୋଗାଇ ଦିଆଯିବ।”

କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି, “ବିଜେଡି ଦେଇଥିବା ଆନ୍ଦୋଳନ ଡାକରାର ଉଦ୍ଦେଶ୍ୟ କ’ଣ? ବିଜେଡି ତା’ର ଦାବି ଜଣାଇବା ପରେ ପାଶ୍ୱାନଜୀ କହିଥିଲେ, କମିଟି ବସାଇଛୁ, ସୁବିଚାର କରିବୁ। ଏହାକୁ ନେଇ ଆମେ ଆଜି ଆଲୋଚନା ମଧ୍ୟ କଲୁ। ରାଜ୍ୟବାସୀଙ୍କ ପାଖରେ ମୂଳ କଥା ଲୁଚାଇବା ପାଇଁ ଏହା ବିଜେଡିର ଅପଚେଷ୍ଟା ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।”

କେନ୍ଦ୍ରମନ୍ତ୍ରୀଙ୍କ ଏପରି ମନ୍ତବ୍ୟର ବିଜେଡି ଦୃଢ ଜବାବ ଦେଇଛି। ବିଜେଡି ସାଂସଦ ତଥାଗତ ସତପଥି କହିଛନ୍ତି, “ଆମେ ରାଜନୈତିକ ଦଳ, ଲୋକଙ୍କ ପାଇଁ ଲଢେଇ କରିବୁ। ଆମେ ଯଦି ଶୋଇଯିବୁ ଲୋକେ ଆମକୁ ଖାତିର କରିବେ ନାହିଁ। ଚିଠି ଲେଖା ଯାଉଛି, ଧାରଣା ଦିଆଯାଉଛି, ଆମେ ସାଂସଦମାନେ ଯାଇ ଭେଟୁଛୁ। ସବୁ ପ୍ରକାର ଚେଷ୍ଟା କରୁଛୁ। ଏହା ଆମ କାମ, ଆମେ ଲୋକଙ୍କ ପାଇଁ କରୁଛୁ।”

ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି, “ଦାବିକୁ ସମ୍ମାନ ଜଣାଇ ହୁଏତ କେନ୍ଦ୍ରମନ୍ତ୍ରୀ ସ୍ୱୀକାର କରିଥାଇ ପାରନ୍ତି ଓଡ଼ିଶାକୁ ଆବଶ୍ୟକ ପରିମାଣର ଚାଉଳ ଯୋଗାଇ ଦେବାକୁ। କିନ୍ତୁ ଯେ ପର୍ଯ୍ୟନ୍ତ ଆବଶ୍ୟକ ପରିମାଣର ଚାଉଳ ଓଡ଼ିଶାବାସୀଙ୍କୁ କେନ୍ଦ୍ର ସରକାର ନ ଯୋଗାଇଛନ୍ତି ଆମ ଆନ୍ଦୋଳନ ଚାଲୁ ରହିବ।”

ଚାଉଳ ଯୋଗାଣ ପ୍ରସଙ୍ଗକୁ ନେଇ ଆସନ୍ତା ୧୪ ତାରିଖରେ ବିଜେଡି ଜିଲ୍ଲାସ୍ତରରେ ପ୍ରତିବାଦ ସଭାର ଆୟୋଜନ କରିବ। ତେବେ ଜୁନ ମାସରୁ ରାଜ୍ୟର ଦାବି ମୁତାବକ ଚାଉଳ ଯୋଗାଇ ଦିଆଯିବ ବୋଲି ପାଶ୍ୱାନ କହିବା ପରେ ଏବେ ବିଜେଡିର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story