ନବରଙ୍ଗପୁର: ଚେଙ୍କ ଦିଆଯାଇଥିବା ଶିଶୁର ମୃତ୍ୟୁ

ନବରଙ୍ଗପୁର: ରୋଗ ଭଲ ହେବା ପାଇଁ ଗତ ଶୁକ୍ରବାର ରାତିରେ ଚେଙ୍କ ଦିଆଯାଇଥିବା ୮ ମାସର ଶିଶୁ ପୁତ୍ରର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମୃତ୍ୟୁ ହୋଇଯାଇଛି। ଶିଶୁଟି ଦେହରେ ତା’ ବାପା ୫ରୁ ଅଧିକ ଚେଙ୍କ ଦେଇଥିଲେ। ମୃତ ଶିଶୁଟିର ଘର ଜିଲ୍ଲାର ରାଇଘର ଥାନା ଅନ୍ତର୍ଗତ ମହୁଭଟ୍ଟା ଗାଁରେ। ଛୁଆଟି ଶ୍ୱାସ ଜନିତ ରୋଗରେ ପୀଡ଼ିତ ଥିଲା। ତାକୁ ତା’ ବାପା ରାମ ଗଣ୍ଡ ହାଟଭତ୍ତଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତଥାପି ଶିଶୁଟିର […]

chenka

chenka

Rakesh Mallick
  • Published: Monday, 22 February 2016
  • Updated: 22 February 2016, 10:58 AM IST

Sports

Latest News

ନବରଙ୍ଗପୁର: ରୋଗ ଭଲ ହେବା ପାଇଁ ଗତ ଶୁକ୍ରବାର ରାତିରେ ଚେଙ୍କ ଦିଆଯାଇଥିବା ୮ ମାସର ଶିଶୁ ପୁତ୍ରର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମୃତ୍ୟୁ ହୋଇଯାଇଛି। ଶିଶୁଟି ଦେହରେ ତା’ ବାପା ୫ରୁ ଅଧିକ ଚେଙ୍କ ଦେଇଥିଲେ। ମୃତ ଶିଶୁଟିର ଘର ଜିଲ୍ଲାର ରାଇଘର ଥାନା ଅନ୍ତର୍ଗତ ମହୁଭଟ୍ଟା ଗାଁରେ।

ଛୁଆଟି ଶ୍ୱାସ ଜନିତ ରୋଗରେ ପୀଡ଼ିତ ଥିଲା। ତାକୁ ତା’ ବାପା ରାମ ଗଣ୍ଡ ହାଟଭତ୍ତଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତଥାପି ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲିକ୍ଷିତ ନ ହେବାରୁ ଶୁକ୍ରବାର ରାତି ପ୍ରାୟ ଗୋଟାଏ ବେଳେ ରାମ ଗଣ୍ଡ ତା’ ଦେହରେ ଚେଙ୍କ ଦେଇଥିଲେ। ଚେଙ୍କ ଦେବା ପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଗଲା। ତେଣୁ ରାମ ଗଣ୍ଡ ପୁଅକୁ ନେଇ ଉମରକୋଟ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଏ ନେଇ ରାମ ଗଣ୍ଡ ଗତ ରବିବାର କହିଥିଲେ,‘ମୋ ବାପା ଛୁଆମାନଙ୍କୁ ଚେଙ୍କ ଦେଉଥିଲା। ଏଣୁ ଚେଙ୍କ ଦେଲେ ପୁଅର ଦେହ ଭଲ ହୋଇ ଯିବ ଭାବି ମୁଁ ନିଜେ ଚେଙ୍କ ଦେଇଥିଲି। ମୋତେ କେହି ଚେଙ୍କ ଦେବାକୁ କହି ନ ଥିଲେ। ତେବେ ପୁଅର ଦେହ ଭଲ ହୋଇ ନ ଥିଲା। ସକାଳେ ଅଙ୍ଗନବାଡ଼ି ଦିଦି ଆସି ପୁଅକୁ ଡାକ୍ତରଖାନା ନେଇ ଯିବାକୁ କହିଥିଲେ।’

ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲାରେ ଗତ ତିନି ମାସ ମଧ୍ୟରେ ୫ ଜଣ ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ନଜରକୁ ଆସିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଉ ଆଜିର ଘଟଣାକୁ ମିଶାଇ ଏହି ତିନି ମାସରେ ୨ ଜଣ ଶିଶୁଙ୍କର ଚେଙ୍କ ଯୋଗୁଁ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos