୩ ବର୍ଷର ଝିଅ, ୧୪ ବର୍ଷର ପୁଅ...

ମାଲକାନଗିରି (ଓଡ଼ିଶା ରିପୋର୍ଟର): ଖେଳିବା ଓ ପଢ଼ିବା ବୟସରେ କୁତ୍ସିତ ମାନିସିକତା। ଭଲ ଓ ଖରାପ ଜାଣିବା ପୂର୍ବରୁ ଜଣେ ୩ ବର୍ଷର ନାବାଳିକା ଅସଦାଚରଣରେ ଶିକାର ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଅସଦାଚରଣ କରିଛି ଜଣେ ୧୪ ବର୍ଷର ନାବାଳକ। ଏକଥା ଶୁଣିଲା ବେଳକୁ ନିଜକୁ ଲଜ୍ଜା ଲାଗୁଛି। ଏପରି କୁତ୍ସିତ ଘଟଣା ଆଦିବାସୀ ଅଧ୍ୟୁଷିତ ଓ ମାଓପ୍ରବଣ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ଘଟିଛି। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ […]

child-rape-in-malkangiri-dist

child-rape-in-malkangiri-dist

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 05:03 PM IST

Sports

Latest News

ମାଲକାନଗିରି (ଓଡ଼ିଶା ରିପୋର୍ଟର): ଖେଳିବା ଓ ପଢ଼ିବା ବୟସରେ କୁତ୍ସିତ ମାନିସିକତା। ଭଲ ଓ ଖରାପ ଜାଣିବା ପୂର୍ବରୁ ଜଣେ ୩ ବର୍ଷର ନାବାଳିକା ଅସଦାଚରଣରେ ଶିକାର ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଅସଦାଚରଣ କରିଛି ଜଣେ ୧୪ ବର୍ଷର ନାବାଳକ। ଏକଥା ଶୁଣିଲା ବେଳକୁ ନିଜକୁ ଲଜ୍ଜା ଲାଗୁଛି। ଏପରି କୁତ୍ସିତ ଘଟଣା ଆଦିବାସୀ ଅଧ୍ୟୁଷିତ ଓ ମାଓପ୍ରବଣ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ଘଟିଛି। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଉଭୟଙ୍କ ଡାକ୍ତରୀମାଇନା କରିଛି।

ଗତ ୩ ତାରିଖ ସନ୍ଧ୍ୟା ବେଳେ ୩ ବର୍ଷର ନାବାଳିକା ଜଣକ ଘରେ ଏକାକୀ ଥିଲେ। ଏହାର ସୁଯୋଗ ନେଇ ନାବାଳିକାଙ୍କୁ ତାଙ୍କ ପଡୋଶୀ ଜଣେ ୧୪ ବର୍ଷର ବାଳକ ଅସଦାଚରଣ କରିଥିଲେ। ଘଟଣାର ୪ ଦିନ ପୀଡ଼ିତାଙ୍କ ଯୌନାଙ୍ଗରେ ସଂକ୍ରମଣ ହେବାରୁ ପରିବାର ଲୋକେ କାଲିମେଳା ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ପୋକ୍ସୋ ଆକ୍ଟରେ ମାମଲା ରୁଜୁକରି ଉଭୟଙ୍କ ଡାକ୍ତରୀମାଇନା କରିଛି। ଏପରିକି ଅଭିଯୁକ୍ତ ନାବାଳକକୁ ଜୁଭିନାଇ ଜଷ୍ଟିସ୍‌ ବୋର୍ଡ଼ରେ ହାଜର କରାଯିବା ବୋଲି ଥାନା ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos