ବ୍ରହ୍ମପୁର/କେନ୍ଦ୍ରାପଡ଼ା: ଆଜି ଚିଲିକା ଓ ଭିତରକନିକା ଗହିରିମଥା ସାମୁଦ୍ରିକ ଅଭୟାରଣ୍ୟରେ ଡଲଫିନ୍ ଗଣନା କରାଯାଇଛି। ଚିଲିକାରେ ଗଣନା କାର୍ଯ୍ୟରେ ୨୬ଟି ଟିମ୍ ନିୟୋଜିତ ହୋଇଥିଲେ। ପ୍ରତି ଟିମ୍ରେ ୫ ଜଣ ଲେଖାଏଁ ସଦସ୍ୟ ଥିଲେ।
ଚିଲିକାରେ ୧୮ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ବେଳାଭୁମିରେ ୮ଟି ଟିମ୍ ନିୟୋଜିତ ହୋଇଥିଲେ।
ସେହିପରି ଭିତରକନିକା ଗହିରିମଥା ସାମୁଦ୍ରିକ ଅଭୟାରଣ୍ୟରେ ମଧ୍ୟ ଡଲଫିନ ଗଣନା କରାଯାଇଛି। ଏଥିରେ ୯ଟି ଟିମ୍ ନିୟୋଜିତ ହୋଇଥିଲେ। ଏହି ଟିମ୍ରେ ୨୫ ଜଣ ସଦସ୍ୟ ଅଛନ୍ତି।
ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଗଣନା ୧୨ଟା ପର୍ଯ୍ୟନ୍ତ ଚାଲିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।