ଚିଟ୍‌ଫଣ୍ଡ କମ୍ପାନୀର ଖବରକାଗଜକୁ ବେଆଇନ ଭାବେ ହାସଲ କରିଛନ୍ତି ସଞ୍ଜୟ: ବିଜେପି

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଲିଙ୍କ୍‌ ନେଇ ଆଜି ପୁଣି ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ଟାର୍ଗେଟ କରିଛି ବିଜେପି। ଚିଟ୍‌ଫଣ୍ଡ କମ୍ପାନୀର ମାଲିକାନାରେ ଥିବା ଏକ ଖବରକାଗଜ ମନ୍ତ୍ରୀଙ୍କ ସେୟାର ଥିବା କମ୍ପାନୀକୁ ବେଆଇନ ଭାବେ ମାଲିକାନା ପରିବର୍ତ୍ତନ କରାଯାଇଥିବା ବିଜେପି ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଏସବୁ ବେଆଇନ କାରବାର କମିଶନରେଟ ପୋଲିସ୍‌ର ଜାଣତରେ ହୋଇଥିବା ମଧ୍ୟ ସେ କହିଛନ୍ତି। ମହାନ୍ତି କହିଛନ୍ତି, “ଏସ୍‌ଏଲ୍‌ବି ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ଚିଟ୍‌ଫଣ୍ଡ କମ୍ପାନୀ ସର୍ବସାଧାରଣ ଖବରକାଗଜ […]

samir-mohanty-bjp

samir-mohanty-bjp

Rakesh Mallick
  • Published: Sunday, 10 April 2016
  • Updated: 10 April 2016, 02:06 PM IST

Sports

Latest News

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଲିଙ୍କ୍‌ ନେଇ ଆଜି ପୁଣି ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ଟାର୍ଗେଟ କରିଛି ବିଜେପି। ଚିଟ୍‌ଫଣ୍ଡ କମ୍ପାନୀର ମାଲିକାନାରେ ଥିବା ଏକ ଖବରକାଗଜ ମନ୍ତ୍ରୀଙ୍କ ସେୟାର ଥିବା କମ୍ପାନୀକୁ ବେଆଇନ ଭାବେ ମାଲିକାନା ପରିବର୍ତ୍ତନ କରାଯାଇଥିବା ବିଜେପି ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଏସବୁ ବେଆଇନ କାରବାର କମିଶନରେଟ ପୋଲିସ୍‌ର ଜାଣତରେ ହୋଇଥିବା ମଧ୍ୟ ସେ କହିଛନ୍ତି।

ମହାନ୍ତି କହିଛନ୍ତି, “ଏସ୍‌ଏଲ୍‌ବି ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ଚିଟ୍‌ଫଣ୍ଡ କମ୍ପାନୀ ସର୍ବସାଧାରଣ ଖବରକାଗଜ ପ୍ରକାଶ କରୁଥିଲା। ଏହାର ମାଲିକ ଥିଲେ ବୈରୀଗଞ୍ଜନ ଦାସ। ଏହି କମ୍ପାନୀର ମାଲିକାନା ଟିମ୍ ମିଡିଆ ଆଣ୍ଡ ହସ୍ପିଟାଲିଟି ପ୍ରାଇଭେଟ୍‌ ଲିମିଟେଡକୁ ପରିବର୍ତ୍ତନ ହୋଇଛି। ଏହି କମ୍ପାନୀରେ ସଞ୍ଜୟଙ୍କ ବାପା, ପତ୍ନୀ ଓ ଶାଳକ ଡାଇରେକ୍ଟର ଅଛନ୍ତି। ଏହାସହ କମ୍ପାନୀରେ ସଞ୍ଚୟଙ୍କର ୬୦ ପ୍ରତିଶତ ସେୟାର ଥିବା ସେ ୨୦୦୯ ନିର୍ବାଚନ ବେଳେ ଦାଖଲ କରିଥିବା କାଗଜପତ୍ରରେ ଉଲ୍ଲେଖ କରିଛନ୍ତି। ୩ମାସ ପୂର୍ବେ ଚିଟ୍‌ଫଣ୍ଡ ଅର୍ଥ ଠକେଇ ଅଭିଯୋଗରେ ବୈରୀଗଞ୍ଜନ ଗିରଫ ହୋଇଛନ୍ତି। ଗରିବ ଲୋକଙ୍କ ଅର୍ଥ ହଡ଼ପ କରିଥିବା ଏହି ଚିଟ୍‌ଫଣ୍ଡ କମ୍ପାନୀର ମାଲିକ ଗିରଫ ହୋଇଥିବା ବେଳେ ତାଙ୍କ ମାଲିକାନରେ ଥିବା ଖବରକାଗଜ ମନ୍ତ୍ରୀଙ୍କ ସେୟାର ଥିବା କମ୍ପାନୀ ମାଲିକାନାକୁ ଆସିଛି। ବ୍ଲାକମେଲିଂ କରାଯାଇ ଉକ୍ତ ଖବରକାଗଜର ମାଲିକାନା ପରିବର୍ତ୍ତନ କରାଯାଇଛି। ହେଲେ କମିଶନରେଟ ପୋଲିସ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିନାହିଁ କି ତାଙ୍କୁ ଡାକି ପଚରାଉଚରା କରିନାହିଁ। ଯାହା ମନ୍ତ୍ରୀଙ୍କୁ ପୋଲିସ ଘଣ୍ଟ ଘୋଡାଉ ଥିବା ପ୍ରମାଣିତ କରୁଛି।”

ସେ କହିଛନ୍ତି, “୨୦୧୩ରେ ଅର୍ଥତତ୍ତ୍ୱ କମ୍ପାନୀ ନାଁରେ ଥାନାରେ ଏତଲା ଦିଆଯାଇଥିଲା। ସେହିବର୍ଷ କମ୍ପାନୀ ପକ୍ଷରୁ ପ୍ରକାଶିତ ଖବରକାଗଜର କର୍ମଚାରୀମାନେ ମଧ୍ୟ ଦରମା ପାଉ ନ ଥିବା ନେଇ ଥାନାରେ ଏତଲା ଦେଇଥିଲେ। ତତ୍କାଳୀନ ଥାନା ଆଇଆଇସି କର୍ମଚାରୀମାନଙ୍କ ଅଭିଯୋଗ ରଖିଥିଲେ। ଏହାସହ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ରାଜ୍ୟ ସରକାରଙ୍କ ଜନସମ୍ପର୍କ ବିଭାଗ ଓ କମିଶନରେଟ୍‌ ପୋଲିସକୁ ଲିଖିତ ଅଭିଯୋଗ କରି ସେମାନଙ୍କ ବକେୟା ଦରମା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଦାବି କରିଥିଲେ। ଏପରି କି ଏସ୍‌ଏଲ୍‌ବି ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡକୁ ସେମାନେ ଚିଟ୍‌ଫଣ୍ଡ କମ୍ପାନୀ ବୋଲି ଉଲ୍ଲେଖ କରିବା ସହ ଏହାର ମାଲିକାନା ବେଆଇନ ଭାବେ ପରିବର୍ତ୍ତନ କରାଯାଉଥିବା ଅଭିଯୋଗରେ ଦର୍ଶାଇ ଥିଲେ। ହେଲେ ଏହାର ତଦନ୍ତ କରାଗଲା ନାହିଁ।”

ସେ ଆହୁରି କହିଛନ୍ତି, “ଚିଟ୍‌ଫଣ୍ଡ କମ୍ପାନୀର ଅର୍ଥ ମନ୍ତ୍ରୀଙ୍କ କମ୍ପାନୀରେ ଲାଗିଥିବା ପ୍ରମାଣିତ ହୋଇଛି। ହେଲେ କମିଶନରେଟ୍‌ ପୋଲିସ ସବୁ ଜାଣି ଚୁପ ହୋଇ ବସିଗଲା। କମିଶନରେଟ୍‌ ପୋଲିସ ଚିଟ୍‌ଫଣ୍ଡ କମ୍ପାନୀ ମାଲିକ ଗିରଫ ହେବା ପରେ ଖବରକାଗଜ ମାଲିକାନା ପରିବର୍ତ୍ତନର ତଦନ୍ତ କାହିଁକି କରିନାହିଁ? ଏ ସମ୍ପର୍କରେ ମନ୍ତ୍ରୀଙ୍କୁ ଓ ତାଙ୍କ ସେୟାର ଥିବା କମ୍ପାନୀର ଡାଇରେକ୍ଟରମାନଙ୍କୁ କାହିଁକି ଡାକି ପଚରାଉଚରା କରିନାହିଁ?”

ଚିଟ୍‌ଫଣ୍ଡ କମ୍ପାନୀର ଅର୍ଥ ମନ୍ତ୍ରୀଙ୍କ କମ୍ପାନୀରେ ବିନିଯୋଗ ହୋଇଛି ଓ ଏହା ପ୍ରମାଣିତ ହେଉଛି। ଏହା ରାଜ୍ୟ ସରକାରଙ୍କ ବିଷୟ। ପ୍ରଥମେ କମିଶନରେଟ୍‌ ପୋଲିସକୁ ଅଭିଯୋଗ କରିବୁ। ପରେ ସିବିଆଇକୁ ଘଟଣାର ତଦନ୍ତ କରିବାକୁ ଦାବି ଜଣାଇବୁ ବୋଲି ମହାନ୍ତି କହିଛନ୍ତି।

ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, “ଯେଉଁ ଅଭିଯୋଗ ଆସିଛି, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି। ଅଭିଯୋଗରେ କେତେ ସତ୍ୟାସତ୍ୟ ରହିଛି ମୁଖ୍ୟମନ୍ତ୍ରୀ ତର୍ଜମା କରିବେ ଓ ଠିକ୍‌ ସମୟରେ ନିଷ୍ପତ୍ତି ନେବେ। ଚିଟ୍‌ଫଣ୍ଡ ସଂସ୍ଥାର ତଦନ୍ତ ସିବିଆଇ ଚଳାଇଛି। ରାଜ୍ୟ ସରକାର ସିବିଆଇକୁ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story