ଚିଟ୍‌ଫଣ୍ଡ ପ୍ରସଙ୍ଗ: ନଭେମ୍ବରରେ ଭୁବନେଶ୍ୱରରେ କ୍ଷତିଗ୍ରସ୍ତ ମିଳିତ ମଞ୍ଚ କରିବ ମହା ସମାବେଶ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଠକେଇର ଶିକାର ଜମାକାରୀଙ୍କ ଅର୍ଥ ଫେରାଇବାକୁ ଦାବି କରିଛି ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ। ଭବିଷ୍ୟତରେ ଯେଭଳି କେହି ଚିଟ୍‌ଫଣ୍ଡ ଠକାମୀର ଶିକାର ନ ହୁଅନ୍ତି ସେଥିପାଇଁ ବିଧି ବ୍ୟବସ୍ଥାର କରିବାକୁ ଦାବି କରାଯାଇଛି। ଆଜି ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଜମାକାରୀ ସମାବେଶ ଅବସରରେ ଏହି ଦାବି କରାଯାଇଛି। ଏହାସହ ନଭେମ୍ବରରେ ଭୁବନେଶ୍ୱରରେ ମଞ୍ଚ ପକ୍ଷରୁ ମହା ସମାବେଶ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ସମାବେଶରେ ଶାସକ […]

chit-fund

chit-fund

Rakesh Mallick
  • Published: Monday, 09 May 2016
  • Updated: 09 May 2016, 05:50 PM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଠକେଇର ଶିକାର ଜମାକାରୀଙ୍କ ଅର୍ଥ ଫେରାଇବାକୁ ଦାବି କରିଛି ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ। ଭବିଷ୍ୟତରେ ଯେଭଳି କେହି ଚିଟ୍‌ଫଣ୍ଡ ଠକାମୀର ଶିକାର ନ ହୁଅନ୍ତି ସେଥିପାଇଁ ବିଧି ବ୍ୟବସ୍ଥାର କରିବାକୁ ଦାବି କରାଯାଇଛି। ଆଜି ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଜମାକାରୀ ସମାବେଶ ଅବସରରେ ଏହି ଦାବି କରାଯାଇଛି। ଏହାସହ ନଭେମ୍ବରରେ ଭୁବନେଶ୍ୱରରେ ମଞ୍ଚ ପକ୍ଷରୁ ମହା ସମାବେଶ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ସମାବେଶରେ ଶାସକ ବିଜେଡିକୁ ଛାଡି ଦେଲେ ଅନ୍ୟ ସବୁ ଦଳର ନେତାଙ୍କୁ ଦେଖିବାକୁ ମିଳିଥିଲା।

ସମାବେଶରେ ମିଳିତ ମଞ୍ଚକୁ ସମର୍ଥନ କରି କଂଗ୍ରେସ, ବିଜେପି, ବାମଦଳ ସହ ଅନ୍ୟ ଦଳର ନେତାମାନେ ସରକାରଙ୍କ ଉପରେ ବର୍ଷିଛନ୍ତି। ସର୍ବଦଳୀୟ ବୈଠକ ଡାକି ଜମାକାରୀଙ୍କ ଅର୍ଥ ଫେରସ୍ତ ଲାଗି ନୀତି କରାଯିବା, କର୍ପସ ଫଣ୍ଡ ୩୦୦ କୋଟିରୁ ୨୦୦୦ କୋଟି ଟଙ୍କାକୁ ବୃଦ୍ଧି ଓ ତହସିଲସ୍ତରରେ ଜମାକାରୀଙ୍କୁ ଚିହ୍ନଟ କରାଯିବାକୁ ରାଜନୈତିକ ଦଳର ନେତୃବୃନ୍ଦ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ରାଜ୍ୟ ସରକାରଙ୍କ ଉପରେ ମିଳିତ ମଞ୍ଚ ପକ୍ଷରୁ ଚାପ ପକାଯିବାକୁ ଚେଷ୍ଟା କରାଯାଇଛି। ନଭେମ୍ବରରେ ଭୁବନେଶ୍ୱରରେ ମଞ୍ଚ ପକ୍ଷରୁ ମହା ସମାବେଶ କରାଯିବ। ମେ’ ୧୫ରୁ ଜୁନ ୧୫ ଯାଏ ଲୋକଙ୍କୁ ସଚେତନ କରାଯିବା ସହିତ ଜୁନ ୨୦ରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ସବୁ ତହସିଲ କାର୍ଯ୍ୟାଳୟ ପରିସରରେ ସତ୍ୟାଗ୍ରହ କରାଯିବାକୁ ମଞ୍ଚ ଚେତାବନୀ ଦେଇଛି।

ଆମ ଓଡ଼ିଶା ସଭାପତି ଓ ମଞ୍ଚର ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, “ଲକ୍ଷ ଲକ୍ଷ ପରିବାରଙ୍କ ଧନ ଲୁଟ୍‌ ହୋଇଛି। ସରକାରଙ୍କ ଜାଣତରେ ଏହି ଲୁଟ୍‌ ହୋଇଥିବା ପ୍ରମାଣିତ ହୋଇଛି। ସରକାର ତାଙ୍କ ଦାୟିତ୍ୱରୁ ଓହରି ଯାଇପାରିବେ ନାହିଁ। ସରକାର ଆନ୍ତରିକତାର ସହ ଏହି ପ୍ରସଙ୍ଗକୁ ନେଉନାହାନ୍ତି।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ସରକାର ସର୍ବଦଳୀୟ ବୈଠକ ଡାକିବା ଦରକାର। ସରକାରୀ ଦଳର ଜ୍ଞାନୀ ଲୋକ ଓ ସରକାରୀ କଳର ସହଯୋଗ ନେଇ ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ଆମେ ନିଶ୍ଚିତ ଉପାୟ ବାହାର କରିପାରିବୁ।”

ସରକାରଙ୍କ ଇଚ୍ଛାଶକ୍ତି ଉପରେ ଜମାକାରୀଙ୍କ ଟଙ୍କା ମିଳିବା ନିର୍ଭର କରୁଛି। ସରକାର କ’ଣ ଚାହୁଁଛନ୍ତି ସ୍ପଷ୍ଟ ହେବା ଦରକାର। ଏହା ସେ ସ୍ପଷ୍ଟ କରନ୍ତୁ ବୋଲି ବିଜେପି ମୁଖପାତ୍ର ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ଜମାକରୀ ଟଙ୍କା ଫେରି ପାଆନ୍ତୁ ବୋଲି ସରକାରଙ୍କ ଆନ୍ତରିକତା ନ ଥିବା ଯେଉଁମାନେ କହୁଛନ୍ତି ତାହା ଭୁଲ ଓ ଭିତ୍ତିହୀନ। ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ସରକାର ନୂଆ ଆଇନ ପ୍ରଣୟନ କରିଛନ୍ତି, ଗୋଟିଏ କମିଶନ ମଧ୍ୟ ଗଠନ କରିଛନ୍ତି। ଏହାର ସିବିଆଇ ତଦନ୍ତ ଚାଲିଛି। ଚିଟ୍‌ଫଣ୍ଡ କମ୍ପାନୀଙ୍କ ସମ୍ପତି ନିଲାମ ପ୍ରକ୍ରିୟା ଏବେ ଚାଲିଛି। ନିଲାମ ପରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ। ସରକାର ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ କର୍ପସ ଫଣ୍ଡରେ ୩୦୦ କୋଟି ରଖିଛନ୍ତି। ସରକାରଙ୍କର ଆନ୍ତରିକତା ନ ଥିଲେ ଆଇନ ପ୍ରଣୟନ ହୋଇ ନ ଥାନ୍ତି, କମିଶନ ଗଠନ ହୋଇ ନ ଥାନ୍ତା କି କର୍ପସ ଫଣ୍ଡ କରାଯାଇ ନ ଥାନ୍ତି। କେବଳ ଭାଷଣବାଜିରେ ହଜାର ହଜାର କୋଟି ଟଙ୍କା କଥା କୁହାଯାଉଛି। ତଦନ୍ତ ପ୍ରକ୍ରିୟା ସରିବା ପରେ ପ୍ରକୃତରେ ତଥ୍ୟ ଜଣାପଡିବ।”

ଚିଟ୍‌ଫଣ୍ଡ ଦୁର୍ନୀତକୁ ନେଇ ରାଜ୍ୟ ସରକାରଙ୍କୁ ନାକେଦମ ହେବାକୁ ପଡିଲାଣି। ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଆଇନ ମନ୍ତ୍ରୀ ଅରୁଣ ସାହୁ, ଚିଟ୍‌ଫଣ୍ଡ ତଦନ୍ତ କମିଶନ ଜଷ୍ଟିସ୍‌ ଏମ୍‌.ଏମ୍‌. ଦାସଙ୍କୁ ନେଇ ଶାସକ ଦଳ ହରଡ଼ଘଣାରେ ପଡିଛି। ରାଜ୍ୟ ସରକାର ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ସହ ଅଛନ୍ତି ଓ ସେମାନଙ୍କ ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ସରକାର କହୁଛନ୍ତି। ହେଲେ ଚିଟ୍‌ଫଣ୍ଡ ଜମାକାରୀ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବିଜେଡିକୁ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ଦଳ ପକ୍ଷରୁ କେହି ଆସି ନ ଥିଲେ। ଏହାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story