ଚିଟ୍‌ଫଣ୍ଡ୍ କମିଶନ୍‌ ଅଧ୍ୟକ୍ଷଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ଓ ବିଜେପି, କଟକରେ ବିକ୍ଷୋଭ

କଟକ/ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ କମିଶନ ଅଧ୍ୟକ୍ଷ ଜଷ୍ଟିସ୍‌ ଏମ୍‌ଏମ୍ ଦାସଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ଉଭୟ କଂଗ୍ରେସ ଓ ବିଜେପି ତାଙ୍କ ଇସ୍ତଫା ଦାବି କରିଛନ୍ତି। କଟକରେ ନଗର କଂଗ୍ରେସ ପକ୍ଷରୁ କମିଶନ୍ ଅଧ୍ୟକ୍ଷଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ବିଧାନସଭାରେ ମଧ୍ୟ କଂଗ୍ରେସ ସଦସ୍ୟମାନେ ଏ ପ୍ରସଙ୍ଗ ଉଠାଇ ତାଙ୍କ ଇସ୍ତଫା ଦାବି କରିଥିଲେ। ବିଜେପି ବି ଜଷ୍ଟିସ୍‌ ଦାସଙ୍କ ଇସ୍ତଫା ଦାବି କରିଛି। କଟକ ନଗର କଂଗ୍ରେସ ପକ୍ଷରୁ କମିଶନ୍‌ ଅଧ୍ୟକ୍ଷଙ୍କ […]

congress

congress

Rakesh Mallick
  • Published: Friday, 29 April 2016
  • Updated: 29 April 2016, 06:22 PM IST

Sports

Latest News

ctc congressକଟକ/ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ କମିଶନ ଅଧ୍ୟକ୍ଷ ଜଷ୍ଟିସ୍‌ ଏମ୍‌ଏମ୍ ଦାସଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ଉଭୟ କଂଗ୍ରେସ ଓ ବିଜେପି ତାଙ୍କ ଇସ୍ତଫା ଦାବି କରିଛନ୍ତି। କଟକରେ ନଗର କଂଗ୍ରେସ ପକ୍ଷରୁ କମିଶନ୍ ଅଧ୍ୟକ୍ଷଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ବିଧାନସଭାରେ ମଧ୍ୟ କଂଗ୍ରେସ ସଦସ୍ୟମାନେ ଏ ପ୍ରସଙ୍ଗ ଉଠାଇ ତାଙ୍କ ଇସ୍ତଫା ଦାବି କରିଥିଲେ। ବିଜେପି ବି ଜଷ୍ଟିସ୍‌ ଦାସଙ୍କ ଇସ୍ତଫା ଦାବି କରିଛି।

କଟକ ନଗର କଂଗ୍ରେସ ପକ୍ଷରୁ କମିଶନ୍‌ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।  ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍‌ଙ୍କ ନେତୃତ୍ୱରେ ଧାରଣାରେ ବସିଥିବା ଦଳୀୟ ନେତା ଓ କର୍ମୀମାନେ ଚିଟ୍‌ଫଣ୍ଡ୍‌ କମିଶନ୍ ଅଧ୍ୟକ୍ଷଙ୍କ ଇସ୍ତଫା ଦାବି କରିଥିଲେ। ଏଥିରେ ଅନେକ ଚିଟ୍‌ଫଣ୍ଡ୍‌ ଜମାକାରୀ ମଧ୍ୟ ସାମିଲ ହୋଇଥିଲେ।

କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍ କହିଥିଲେ,“ଜଷ୍ଟିସ୍ ଏମ୍‌.ଏମ୍‌ ଦାସ ଚିଟ୍‌ଫଣ୍ଡ୍‌ କମିଶନର ଅଧ୍ୟକ୍ଷ ଥାଇ ବିଜେଡିର ଆଇନଜୀବୀ ସାମୁଖ୍ୟ ବୈଠକରେ ଯୋଗ ଦେଇଥିଲେ। ସେଠାରେ ରାଜ୍ୟ ଆଇନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହା ଆଦୌ ଠିକ୍ ହୋଇନାହିଁ। ଏହି ବୈଠକରେ ସେ ଯୋଗ ଦେଇଥିବାରୁ ଚିଟ୍‌ଫଣ୍ଡ୍ ତଦନ୍ତ ପ୍ରଭାବିତ ହୋଇଥିବା ପ୍ରମାଣିତ ହୋଇଛି। ଏଣୁ ଜନସାଧାରଣ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପୂର୍ବରୁ ଜଷ୍ଟିସ୍ ଏମ୍‌.ଏମ୍‌ ଦାସ ଚିଟ୍‌ଫଣ୍ଡ୍‌ କମିଶନ୍‌ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ଦିଅନ୍ତୁ ବୋଲି ଆମେ ଦାବି କରୁଛୁ। ନ ହେଲେ ଆଗାମୀ ଦିନରେ ଏହି ଦାବି ନେଇ ରାଜ୍ୟରେ ନିଆଁ ଜଳିବ।”

ସେହିଭଳି କଟକ ନଗର କଂଗ୍ରେସର ଅନ୍ୟ ଜଣେ ନେତା ନିକୁଞ୍ଜ କହିଥିଲେ,“ଜଷ୍ଟିସ୍‌ ଏମ୍‌.ଏମ୍‌ ଦାସ ବିଜେଡି ଆଇନଜୀବୀ ସାମୁଖ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ଦୁର୍ଭାଗ୍ୟଜନକ।  ପୁଣି ସେଠାରେ ଯୋଗ ଦେଇ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତଙ୍କ ବିପକ୍ଷରେ କହିବା ଆହୁରି ନିନ୍ଦନୀୟ। ସେହି ବୈଠକରେ ରାଜ୍ୟ ଆଇନ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ଆଇନମନ୍ତ୍ରୀ ଏକ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି। ସେହିଭଳି ଜଷ୍ଟିସ୍ ଦାସ ମଧ୍ୟ କୌଣସି ଲୋଭର ବଶବର୍ତ୍ତୀ ହୋଇ ଚିଟ୍‌ଫଣ୍ଡ୍‌ ଜମାକାରୀଙ୍କ ବିପକ୍ଷରେ ମନ୍ତବ୍ୟ ଦେଇଛନ୍ତି। ଏଣୁ ଉଭୟ ଆଇନମନ୍ତ୍ରୀ ଓ ଜଷ୍ଟିସ୍ ଦାସ ନିଜ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଆମେ ଦାବି କରୁଛୁ।”

ବିରୋଧୀ ଦଳଗୁଡ଼ିକ ଆଜି ବିଧାନସଭାରେ ଏ ପ୍ରସଙ୍ଗରେ ସରକାର ବିବୃତି ରଖନ୍ତୁ ବୋଲି ଦାବି କରିଥିଲେ। ତେବେ ବାଚସ୍ପତି ଏହାକୁ ଗ୍ରହଣ କରି ନ ଥିଲେ। ଏ ପ୍ରସଙ୍ଗରେ ଗୃହରେ ବିବୃତି ରଖିବା ସମୀଚୀନ ହେବ ନାହିଁ ବୋଲି ସେ କହିଥିଲେ। ଏ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା କହିଥିଲେ ଜଷ୍ଟିସ୍ ଦାସ୍ ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଦୁର୍ଭାଗ୍ୟଜନକ। ସେ ନିଜେ ଇସ୍ତଫା ଦେଇ ଦିଅନ୍ତୁ ଅବା ସରକାର ତାଙ୍କୁ ଉକ୍ତ ପଦରୁ ବାହାର କରି ଦିଅନ୍ତୁ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ,“ଚିଟ୍‌ଫଣ୍ଡ୍ କମିଶନ୍ ଅଧ୍ୟକ୍ଷ ବିଜେଡି ଆଇନଜୀବୀ ସାମୁଖ୍ୟ କାର୍ଯ୍ୟକ୍ରମକୁ ଯିବା ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ। ଏଥିରୁ ବୁଝାପଡ଼ୁଛି ସରକାର ଓ କମିଶନ ଅଧ୍ୟକ୍ଷଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଛି। କମିଶନ ଅଧ୍ୟକ୍ଷଙ୍କ ମାଧ୍ୟମରେ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଛନ୍ତି। ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଟଙ୍କା ଦେଇ ହେବନି ବୋଲି ସରକାର ପରୋକ୍ଷରେ ଜଣାଇ ଦେଇଛନ୍ତି।”

ସେହିପରି ବିଜେପି ମଧ୍ୟ ଚିଟ୍‌ଫଣ୍ଡ୍ କମିଶନ୍ ଅଧ୍ୟକ୍ଷ ଏମ୍.ଏମ୍ ଦାସଙ୍କ ଇସ୍ତଫା ଦାବି କରିଛି।  ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“କେଉଁ ଲୋଭରେ ଜଷ୍ଟିସ୍ ଦାସ ବିଜେଡି ଆଇନଜୀବୀ ସାମୁଖ୍ୟ କାର୍ଯ୍ୟକ୍ରମକୁ ଯାଇଥିଲେ? ଚିଟ୍‌ଫଣ୍ଡ୍‌ ଜମାକାରୀମାନେ ଟଙ୍କା ଫେରି ପାଇବେ ନାହିଁ ବୋଲି ସ୍ପଷ୍ଟ ହୋଇଗଲାଣି। ଜମାକାରୀମାନେ ଆତ୍ମହତ୍ୟା କଲେ ଜଷ୍ଟିସ୍ ଦାସ୍ ଦାୟୀ ରହିବେ। ତାଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ କରାଯାଉ।”

ଜଷ୍ଟିସ୍ ଦାସ ବିଜେଡି ଆଇନଜୀବୀ ସାମୁଖ୍ୟ ବୈଠକରେ ଯୋଗ ଦେବା କଥାକୁ ବିଜେଡି ସ୍ୱୀକାର କରିଛି। ତେବେ ଏହା ଦ୍ୱାରା ଚିଟ୍‌ଫଣ୍ଡ୍‌ ତଦନ୍ତ ପ୍ରଭାବିତ ହେବ ନାହିଁ ବୋଲି ଦଳର ମୁଖ୍ୟପାତ୍ର ସମୀର ଦାଶ ଯୁକ୍ତି ବାଢ଼ିଛନ୍ତି।

ଅନ୍ୟପକ୍ଷରେ ଜଷ୍ଟିସ୍‌ ଦାସ ଗତକାଲି ନିଜ ସପକ୍ଷରେ ସଫେଇ ଦେଇ କହିଥିଲେ,“ଉକ୍ତ କାର୍ଯ୍ୟକ୍ରମକୁ ଜଣେ ଅବସରର ପ୍ରାପ୍ତ ଜଜ୍‌ ଭାବେ ଯାଇଥିଲି, ତଦନ୍ତ କମିଶନ ଅଧ୍ୟକ୍ଷ ଭାବେ ନୁହେଁ। ବିଜେଡି ଆଇନଜୀବୀ ସାମ୍ମୁଖ୍ୟ କାର୍ଯ୍ୟକ୍ରମକୁ ଜଣେ ଅବସରପ୍ରାପ୍ତ ଜଜ୍‌ ଯିବାରେ ଅସୁବିଧା ନାହିଁ। ଯାହା କହିଥିଲି ତାହା ମୋର ବ୍ୟକ୍ତିଗତ ମତ ଥିଲା, ସରକାରଙ୍କ କିଛି ଭୂମିକା ନାହିଁ। ମୋ କାମ ମୁଁ ଠିକ୍‌ ଭାବେ କରୁଛି, କିଛି ଲୋକ ଟଙ୍କା ମଧ୍ୟ ପାଇଲେଣି।”

ସେ ଆହୁରି ମଧ୍ୟ କହିଥିଲେ,“କୌଣସି କାର୍ଯ୍ୟକ୍ରମକୁ ଯିବା ନ ଯିବା ମୋର ବ୍ୟକ୍ତିଗତ ବ୍ୟାପାର। କମିଶନ କାମ ସହ ଏହାର କିଛି ସମ୍ପର୍କ ନାହିଁ। କେଉଁ ଦଳ କାର୍ଯ୍ୟକ୍ରମ କରୁଛି, କେଉଁ ନେତା ଯୋଗ ଦେଇଛନ୍ତି ତାକୁ ଦେଖି ମୁଁ ସେଠାକୁ ଯାଇ ନ ଥିଲି। ଉକ୍ତ କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଆଇନଜୀବୀ ଯୋଗ ଦେଇଥିଲେ। ସେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଁ ମୋ ଅଭିଜ୍ଞତା ସେମାନଙ୍କ ସହ ବିନିମୟ କଲେ ସେମାନଙ୍କ କାର୍ଯ୍ୟଧାରାରେ ସହାୟକ ହେବ ଚିନ୍ତା କରି ଯାଇଥିଲି। ଏଥିରେ ରାଜନୀତି କରାଯିବା ଉଚିତ ନୁହେଁ।”

ସୂଚନାଯୋଗ୍ୟ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ବୁଧବାର ରାତିରେ କଟକରେ ବିଜେଡି ଆଇନଜୀବୀ ସାମୁଖ୍ୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଷ୍ଟିସ୍ ଦାସ ଯୋଗ ଦେଇ କହିଥିଲେ ଯେ ଲୋଭଗ୍ରସ୍ତ ହୋଇ ଚିଟ୍‌ଫଣ୍ଡ୍ ଜମାକାରୀମାନେ ଠକେଇର ଶିକାର ହୋଇଛନ୍ତି। ଏଥିରେ ସରକାର ଅବା ଆଉ କାହାରି ଭୂମିକା ନାହିଁ। ସରକାର କାହିଁକି ଟଙ୍କା ଫେରାଇବେ? ଅତିବେଶୀ ହେଲେ ସରକାର ପ୍ରାକୃତିକ ଦୁର୍ବିପାକ ସହାୟତା ଭଳି କିଛି ଟଙ୍କା ଦେଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story