ଚିଟ୍‌ଫଣ୍ଡ୍‌ କମିଶନ୍ ପ୍ରସଙ୍ଗ: ଆଜି ବି ଗୃହ ଅଚଳ

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ତଦନ୍ତ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଏମ୍‌.ଏମ୍‌ ଦାସଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ବି ବିଧାନସଭାରେ ଅଚଳାବସ୍ଥା ଦେଖାଯାଇଛି। ତାଙ୍କୁ ବହିଷ୍କାର କରିବା ସହିତ ଏନେଇ ଗୃହରେ ସରକାରଙ୍କୁ ସ୍ପଷ୍ଟୀକରଣ ରଖିବାକୁ ବାଚସ୍ପତିଙ୍କ ରୁଲିଂ ଦାବିରେ ବିରୋଧୀ ଦଳଗୁଡ଼ିକ ହୋହାଲ୍ଲା କରିବାରୁ ଆଜି ଗୃହକୁ ବାରମ୍ବାର ମୁଲତବି କରାଯାଇଥିଲା। ବାଚସ୍ପତି ପ୍ରଥମେ ଗୃହକୁ ସାଢ଼େ ୧୧ଟା ଓ ପରେ ସାଢ଼େ ୧୨ଟା ଓ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଆଜି ପ୍ରଶ୍ନକାଳ ଆରମ୍ଭ […]

assembly

assembly

Rakesh Mallick
  • Published: Saturday, 30 April 2016
  • Updated: 30 April 2016, 07:36 AM IST

Sports

Latest News

assemblyଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ତଦନ୍ତ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଏମ୍‌.ଏମ୍‌ ଦାସଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ବି ବିଧାନସଭାରେ ଅଚଳାବସ୍ଥା ଦେଖାଯାଇଛି। ତାଙ୍କୁ ବହିଷ୍କାର କରିବା ସହିତ ଏନେଇ ଗୃହରେ ସରକାରଙ୍କୁ ସ୍ପଷ୍ଟୀକରଣ ରଖିବାକୁ ବାଚସ୍ପତିଙ୍କ ରୁଲିଂ ଦାବିରେ ବିରୋଧୀ ଦଳଗୁଡ଼ିକ ହୋହାଲ୍ଲା କରିବାରୁ ଆଜି ଗୃହକୁ ବାରମ୍ବାର ମୁଲତବି କରାଯାଇଥିଲା। ବାଚସ୍ପତି ପ୍ରଥମେ ଗୃହକୁ ସାଢ଼େ ୧୧ଟା ଓ ପରେ ସାଢ଼େ ୧୨ଟା ଓ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଆସି ପାଟିତୁଣ୍ଡ ଓ ନାରାବାଜି କରିଥିଲେ। ଫଳରେ ପ୍ରଶ୍ନକାଳ ମାତ୍ର ଦୁଇ ମିନିଟ୍ ଚାଲିପାରିଥିଲା। ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବି ରଖିଥିଲେ। ଏହା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀମାନେ ସେମାନଙ୍କ ଦାବି ଦୋହରାଇ ଥିଲେ। ତେଣୁ ବାଚସ୍ପତି ଗୃହକୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ସାଢ଼େ ୧୨ଟା ପରେ ବି ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ତେଣୁ ବାଚସ୍ପତି ଗୃହକୁ ପୁଣି ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରିଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଚିଟ୍‌ଫଣ୍ଡ୍ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଏମ୍‌.ଏମ୍‌ ଦାସଙ୍କ ବକ୍ତବ୍ୟ, ବ୍ୟବହାର ଓ କାର୍ଯ୍ୟ ନିନ୍ଦନୀୟ। ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗୃହରେ ବକ୍ତବ୍ୟ ରଖିବାକୁ ବିରୋଧୀ ଦଳଗୁଡ଼ିକ ଦାବି କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ଗଣତନ୍ତ୍ର ଉପରେ ବିଶ୍ୱାସ ନାହିଁ। ତେଣୁ ସେ ବିରୋଧୀଙ୍କ କଥା ଶୁଣୁ ନାହାନ୍ତି।”

ଅନ୍ୟପକ୍ଷରେ ବିଜେଡି କହିଛି ଜଷ୍ଟିସ୍ ଦାସ ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇସାରିଛନ୍ତି। ସେ ଗୃହର ସଦସ୍ୟ ହୋଇ ନ ଥିବାରୁ ସରକାର ତାଙ୍କ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇ ପାରିବେ ନାହିଁ।

ବିଜେଡି ବିଧାୟକ ତଥା ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ଜଷ୍ଟିସ୍‌ ଦାସ ସ୍ପଷ୍ଟୀକରଣ ଦେବା ପରେ ସେଇ କଥାକୁ ବନ୍ଦ କରି ଦିଆଯିବା ଉଚିତ୍। ବିଧାନସଭାରେ ଆଲୋଚନା ହେବାକୁ ଆହୁରି ବହୁତ ପ୍ରସଙ୍ଗ ଥିବା ବେଳେ ବିରୋଧୀ ଏହି ପ୍ରସଙ୍ଗକୁ ଧରି ଗୃହକୁ ଅଚଳ କରି ଦେଉଛି।”

ଗତକାଲି ମଧ୍ୟ ଏ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ବାରମ୍ବାର ମୁଲତବି  ହୋଇଥିଲା।

ସୂଚନାଯୋଗ୍ୟ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ବୁଧବାର ରାତିରେ କଟକରେ ବିଜେଡି ଆଇନଜୀବୀ ସାମୁଖ୍ୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଷ୍ଟିସ୍ ଦାସ ଯୋଗ ଦେଇ କହିଥିଲେ ଯେ ଲୋଭଗ୍ରସ୍ତ ହୋଇ ଚିଟ୍‌ଫଣ୍ଡ୍ ଜମାକାରୀମାନେ ଠକେଇର ଶିକାର ହୋଇଛନ୍ତି। ଏଥିରେ ସରକାର ଅବା ଆଉ କାହାରି ଭୂମିକା ନାହିଁ। ସରକାର କାହିଁକି ଟଙ୍କା ଫେରାଇବେ? ଅତିବେଶୀ ହେଲେ ସରକାର ପ୍ରାକୃତିକ ଦୁର୍ବିପାକ ସହାୟତା ଭଳି କିଛି ଟଙ୍କା ଦେଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos