ପୋଲିସ୍‌ ଇନ୍‌ଫର୍ମର ସନ୍ଦେହରେ ଦୁଇ ଦିନରେ ଦୁଇ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ଚିତ୍ରକୋଣ୍ଡାରେ ପୋଲିସ୍‌ ଇନ୍‌ଫର୍ମର ସନ୍ଦେହରେ ଦୁଇ ଦିନରେ ଦୁଇ ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଗତ ୨୬ ତାରିଖରେ କୁଡୁମୁଲୁଗୁମ୍ମା ବିଏସ୍‌ଏଫ୍‌ କ୍ୟାମ୍ପ ନିକଟରେ ମାଓବାଦୀମାନେ ଅଣ୍ଡ୍ରାପାଲି ପଞ୍ଚାୟତ ଚନ୍ଦନପୁର ବସ୍ତିର ରାଜୁ ପୂଜାରୀଙ୍କୁ ହତ୍ୟା କରିଥିବା ବେଳେ ସେଠାରୁ ଅପହରଣ କରିନେଇଥିବା ନନ୍ଦ ଗୋଲରୀଙ୍କୁ ଆଜି ହତ୍ୟା କରିଛନ୍ତି। ପଣସପୁଟ୍‌ ଏନ୍‌କାଉଣ୍ଟର ପ୍ରତିଶୋଧରେ ମାଓବାଦୀମାନେ ଏଭଳି କାଣ୍ଡ ଘଟାଇଥିବାରୁ ଅଞ୍ଚଳବାସୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଗତ ୨୬ ତାରିଖ ରାତିରେ […]

naxal-attack

naxal-attack

Rakesh Mallick
  • Published: Thursday, 29 December 2016
  • Updated: 29 December 2016, 07:51 PM IST

Sports

Latest News

naxal-attackମାଲକାନଗିରି: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ଚିତ୍ରକୋଣ୍ଡାରେ ପୋଲିସ୍‌ ଇନ୍‌ଫର୍ମର ସନ୍ଦେହରେ ଦୁଇ ଦିନରେ ଦୁଇ ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଗତ ୨୬ ତାରିଖରେ କୁଡୁମୁଲୁଗୁମ୍ମା ବିଏସ୍‌ଏଫ୍‌ କ୍ୟାମ୍ପ ନିକଟରେ ମାଓବାଦୀମାନେ ଅଣ୍ଡ୍ରାପାଲି ପଞ୍ଚାୟତ ଚନ୍ଦନପୁର ବସ୍ତିର ରାଜୁ ପୂଜାରୀଙ୍କୁ ହତ୍ୟା କରିଥିବା ବେଳେ ସେଠାରୁ ଅପହରଣ କରିନେଇଥିବା ନନ୍ଦ ଗୋଲରୀଙ୍କୁ ଆଜି ହତ୍ୟା କରିଛନ୍ତି। ପଣସପୁଟ୍‌ ଏନ୍‌କାଉଣ୍ଟର ପ୍ରତିଶୋଧରେ ମାଓବାଦୀମାନେ ଏଭଳି କାଣ୍ଡ ଘଟାଇଥିବାରୁ ଅଞ୍ଚଳବାସୀମାନେ ଭୟଭୀତ ହୋଇପଡ଼ିଛନ୍ତି।

ଗତ ୨୬ ତାରିଖ ରାତିରେ ୫୦ରୁ ୬୦ ଜଣ ମାଓବାଦୀ ଚନ୍ଦନପୁର ବସ୍ତିରେ ପ୍ରବେଶ କରି ପୋଲିସ୍‌ ଇନ୍‌ଫର୍ମର ସନ୍ଦେହରେ ରାଜୁ ପୂଜାରୀଙ୍କୁ ସମସ୍ତଙ୍କ ସମ୍ମୁଖରେ ପିଟିପିଟି ହତ୍ୟା କରିଥିଲେ। ପରେ ସେହି ଗାଁରେ ରହୁଥିବା ସନ୍ନ୍ୟାସୀଗୁଡ଼ା ଗାଁର ନନ୍ଦଙ୍କୁ ଅପହରଣ କରି ନେଇଥିଲେ। ନନ୍ଦଙ୍କୁ ସନ୍ନ୍ୟାସୀଗୁଡ଼ାର ନିଜ ଘର ସମ୍ମୁଖରେ ମାଓବାଦୀମାନେ ଗୁଳିକରି ହତ୍ୟା କରିଥିଲେ।

ମାଓବାଦୀଙ୍କ ହତ୍ୟାକାଣ୍ଡ ପରେ ଚନ୍ଦନପୁର ବସ୍ତିବାସିନ୍ଦା ଭୟଭୀତ ହୋଇପଡ଼ିଛନ୍ତି। ସଞ୍ଜ ନଇଁବା ପରେ ସମସ୍ତଙ୍କ ଘରେ ତାଟିକବାଟ ପଡ଼ିଯାଉଛି। ବେଳ ଥାଉଁ ଥାଉଁ  ଛୁଆଙ୍କୁ ଧରି ଲୋକେ ଘରକୁ ଫେରି ଆସୁଛନ୍ତି।

ପଣସପୁଟ୍‌ ଜଙ୍ଗଲରେ ଏନ୍‌କାଉଣ୍ଟର ପରେ ମାଓବାଦୀମାନେ ନିରୀହ ଆଦିବାସୀଙ୍କୁ ଟାର୍ଗେଟ କରୁଛନ୍ତି। ବିଶେଷକରି ସନ୍ନ୍ୟାସୀଗୁଡ଼ାରୁ ଉଠି ଚନ୍ଦନପୁରରେ ରହୁଥିବା ଲୋକଙ୍କୁ ପୋଲିସ ଇନ୍‌ଫର୍ମର ବୋଲି ସନ୍ଦେହ କରି ମାଓବାଦୀମାନେ ହତ୍ୟା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos