ସାଇବର କ୍ରାଇମ: ସୋସିଆଲ ମିଡିଆରେ ଛାତ୍ରୀଙ୍କ ଫଟୋ ସହ ଅଶ୍ଳୀଳ ମନ୍ତବ୍ୟ

ଭୁବନେଶ୍ୱର: ଓଡ଼ିଶାର ପ୍ରତିଷ୍ଠିତ ମହିଳା ବିଶ୍ୱବିଦ୍ୟାଳୟ ରାମଦେବୀର କିଛି ଛାତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ଛଡାଯିବା ସହ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ସହିଦନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା କରି ତଦନ୍ତ ଆରମ୍ଭ କରିଛି। ଆରୋହୀ କ୍ରିଏସନ୍‌ ନାମକ ଏକ ସଂସ୍ଥା ଏପରି କରିଥିବା ଅଭିଯୋଗ ହୋଇଛି। ସଂସ୍ଥାର ମୁଖ୍ୟ ସୁଜିତ ସାହୁଙ୍କ ନାମରେ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ପ୍ରାୟ ୧୫ ଜଣ ଛାତ୍ରୀଙ୍କ ବିନା ଅନୁମତିରେ ସେମାନଙ୍କ […]

rd

rd

Rakesh Mallick
  • Published: Saturday, 25 March 2017
  • Updated: 25 March 2017, 09:32 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାର ପ୍ରତିଷ୍ଠିତ ମହିଳା ବିଶ୍ୱବିଦ୍ୟାଳୟ ରାମଦେବୀର କିଛି ଛାତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ଛଡାଯିବା ସହ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ସହିଦନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା କରି ତଦନ୍ତ ଆରମ୍ଭ କରିଛି। ଆରୋହୀ କ୍ରିଏସନ୍‌ ନାମକ ଏକ ସଂସ୍ଥା ଏପରି କରିଥିବା ଅଭିଯୋଗ ହୋଇଛି। ସଂସ୍ଥାର ମୁଖ୍ୟ ସୁଜିତ ସାହୁଙ୍କ ନାମରେ ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ପ୍ରାୟ ୧୫ ଜଣ ଛାତ୍ରୀଙ୍କ ବିନା ଅନୁମତିରେ ସେମାନଙ୍କ ଫଟୋ ଅପଲୋଡ଼ କରାଯାଇଛି। ଏହାସହ ଅଶ୍ଳୀଳ କମେଣ୍ଟ ଓ କ୍ୟାପସନ୍‌ ଦିଆଯାଇ ନମ୍ବରିଂ କରାଯାଇଛି। ଏହି ଘଟଣାରେ ସୁଜିତଙ୍କ ସହ ଆଉ କିଛି ଝିଅ ସମ୍ପୃକ୍ତ ଥିବା ପୀଡିତାମାନେ ଅଭିଯୋଗ କରିଛନ୍ତି।

ଜଣେ ଛାତ୍ରୀ କହିଛନ୍ତି,“ଆରୋହୀ କ୍ରିଏସନ୍‌ର ଗୋଟେ ପେଜ୍‌ରେ ଫଟୋ ସହ ଖରାପ କ୍ୟାପସନ ଦିଆଯାଇଛି। ଆରୋହୀ କ୍ରିଏସନ୍‌ରେ କିଛିଦିନ ପୂର୍ବରୁ ଆରଡିଡବ୍ଲ୍ୟୁ ଡିପି କମ୍ପିଟିସନ୍‌ ହୋଇଥିଲା। ଆଜି ଥାନାକୁ ଯାଇ ଆଇଆଇସିଙ୍କ ପାଖରେ ଏଫଆଇଆର ଦେଇଛି। ଏହାର ମାଲିକ ସୁଜିତ ସାହୁଙ୍କୁ ପଚରାଉଚରା କରାଯାଉ।”

ଗତକାଲି ସୋସିଆଲ ମିଡିଆରେ ରମାଦେବୀ ଛାତ୍ରୀମାନେ ଏହି ଫଟୋ ଦେଖିଥିଲେ। ଉକ୍ତ ଫଟୋ ଗୁଡିକର କପି ବାହାର କରି ଥାନାରେ ଦାଖଲ କରିବା ସହ ବିନା ଅନୁମତିରେ ଏହି ଫଟୋ ଗୁଡିକ ପୋଷ୍ଟ କରାଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଆରୋହୀ କ୍ରିଏସନ୍‌ର ଠିକଣା ଖୋଜୁଛି। ତେବେ ସହିଦନଗର ଅଞ୍ଚଳରେ ଏପରି ଅଫିସ୍‌ ନ ଥିବା ପୋଲିସ ଜାଣିବାକୁ ପାଇଛି। ଅଭିଯୋଗ ଆସିବା ପରେ ଏହି ପେଜକୁ ବନ୍ଦ କରିଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos