ଭୁବନେଶ୍ୱର: କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ(CISF) ପକ୍ଷରୁ 487 କନେଷ୍ଟେବଳ ଓ ଆଗ୍ନିକ(Fire Posts) ପଦବୀରେ ନିଯୁକ୍ତି ଲାଗି ବିଜ୍ଞାପନ ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ(ପୁରୁଷ) ୧୨ ଡିସେମ୍ବର ୨୦୧୭ରୁ ୧୧ ଜାନୁୟାରୀ ୨୦୧୮ ମଧ୍ୟରେ ଅନ୍ଲାଇନ୍ ଆବେଦନ କରିପାରିବେ ।
ବୟସସୀମା
ଉପରୋକ୍ତ ପଦବୀ ଲାଗି ଆବେଦନ କରିବାକୁ ୧୧-୧-୧୦୧୮ ସୁଦ୍ଧା ବୟସମୀମା ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପ୍ରାର୍ଥୀଙ୍କ ଲାଗି ୫ ବର୍ଷ ଓ ଓବିସିଙ୍କ ଲାଗି ୩ ବର୍ଷ ବୟସ କୋହଳ କରାଯାଇଛି(ନିର୍ଦ୍ଧାରିତ ବୟସସୀମାଠାରୁ)।
ଶିକ୍ଷାଗତ ଯୋଗ୍ୟତା
- ପ୍ରାର୍ଥୀ ଅତିକମ୍ରେ ଦ୍ୱାଦଶ ଶ୍ରେଣୀ(ବିଜ୍ଞାନ) ପାସ୍ କରିଥିବା ଆବଶ୍ୟକ।
କିଭଳି ହେବ ଚୟନ
- ପ୍ରାର୍ଥୀଙ୍କ ଉଚ୍ଚତା, ବାର ଟେଷ୍ଟ, PST ଏବଂ PFT ଆଧାର ଚୟନ କରାଯିବ।
- ଏହା ପୂର୍ବରୁ ଲିଖିତ ପରୀକ୍ଷା ଓ ପରେ ଚିକିତ୍ସା ପରୀକ୍ଷା କରାଯିବ।
ଆବେଦନ ଶୁଳ୍କ
ଆଶାୟୀ ପ୍ରାର୍ଥୀ ଏସ୍ବିଆଇ ଚାଲାଣ ଅଥବା ଅନ୍ଲାଇନ୍ ବ୍ୟାକିଂ ମାଧ୍ୟମରେ ୧୦୦ ଟଙ୍କାର ଦେୟ ଦେବାକୁ ପଡିବ । ଏହି ଦେୟ କେବଳ ସାଧାରଣ ବର୍ଗର ପ୍ରାର୍ଥୀଙ୍କଠାରୁ ଆଦାୟ ହେବାକୁ ଥିବା ବେଳେ ST, SC ଓ Ex-Servicemen ପ୍ରାର୍ଥୀଙ୍କ ଲାଗି ଦେୟ ଛାଡ କରାଯାଇଛି।
ରାଜ୍ୟ ଭିତ୍ତିରେ ସଂରକ୍ଷଣ ତାଲିକା
୧. ଆନ୍ଧ୍ରପ୍ରଦେଶ ୧୨
୨. ଅରୁଣାଚଳପ୍ରଦେଶ ୪
୩. ଆସାମ ୨୮
୪. ବିହାର ୨୪
୫. ଛତିଶଗଡ ୬
୬. ଦିଲ୍ଲୀ ୪
୭. ଗୁଜୁରାଟ ୧୫
୮. ହରିଆଣା ୬
୯. ହିମାଚଳପ୍ରଦେଶ ୨
୧୦. ଜମ୍ମୁ କଶ୍ମୀର ୧୨
୧୧. ଝାଡଖଣ୍ଡ ୮
୧୨. କର୍ଣ୍ଣାଟକ ୧୬
୧୩. କରେଳ ୮
୧୪. ମଧ୍ୟପ୍ରଦେଶ ୧୮
୧୫. ମହାରାଷ୍ଟ୍ର ୨୬
୧୬. ମଣିପୁର ୩
୧୭. ମେଘାଳୟ ୩
୧୮. ମିଜୋରମ ୧
୧୯. ନାଗାଲ୍ୟାଣ୍ଡ ୧
୨୦. ଓଡିଶା ୧୦
୨୧. ପଞ୍ଜାବ ୭
୨୨. ରାଜସ୍ଥାନ ୧୭
୨୩. ତାମିଲନାଡୁ ୧୭
୨୪. ତେଲଙ୍ଗାନା ୯
୨୫. ତ୍ରୀପୁରା ୪
୨୬. ଉତ୍ତରପ୍ରଦେଶ ୪୮
୨୭. ଉତ୍ତରାଖଣ୍ଡ ୨
୨୮. ପଶ୍ଚିମ ବଙ୍ଗଳା ୨୧
ନକ୍ସଲ ଉପଦ୍ରୁତ ଅଞ୍ଚଳ ଲାଗି
୧. ଆନ୍ଧ୍ରପ୍ରଦେଶ ୨୨
୨. ବିହାର ୪୫
୩. ଛତିଶଗଡ ୧୦
୪. ଝାରଖଣ୍ଡ ୨୦
୫. ମଧ୍ୟପ୍ରଦେଶ ୧
୬. ମଧ୍ୟପ୍ରଦେଶ ୩
୭. ଓଡିଶା ୧୯
୮. ତେଲଙ୍ଗାନା ୧୯
୯. ଉତ୍ତରପ୍ରଦେଶ ୫
୧୦. ପଶ୍ଚିମ ବଙ୍ଗ ୧୧
ଅଧିକ ବିବରଣୀ ପାଇଁ ପ୍ରାର୍ଥୀ https://cisfrectt.in. ରେ ଲଗଇନ୍ କରିପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।