ଖୋଲିଲା ତ୍ରିଶୂଳିଆ ବ୍ରିଜ: କଟକରୁ ଭୁବନେଶ୍ୱର ମଧ୍ୟରେ କମିଲା ୧୨ କି.ମି.

କଟକ: ଦୀର୍ଘ ୭ବର୍ଷର ଅପେକ୍ଷାର ଅନ୍ତ ଘଟିଛି। କଟକ-ତ୍ରିଶୂଳିଆ ସେତୁ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁକୁ ଆଜି ଉଦଘାଟନ କରିଛନ୍ତି। ଏହାକୁ ସୁବାସ ଚନ୍ଦ୍ର ବୋଷଙ୍କ ନାଁରେ ନାମିତ କରାଯାଇଛି। ଉଦଘାଟନୀ ଉତ୍ସବ ଅବସରରେ ବିଜେଡିର ବିଧାୟକଙ୍କ ସମେତ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ। ଏହି ବ୍ରିଜ ଯୋଗୁ କଟକ ଓ ଭୁବନେଶ୍ୱର ମଧ୍ୟରେ ଯାତାୟତ ଆହୁରି ସୁବିଧାଜନକ ହେବ। ଏହି ବ୍ରିଜ ଯୋଗୁ କଟକ ଓ ଭୁବନେଶ୍ୱର ମଧ୍ୟରେ […]

cuttack bridge

cuttack bridge

Rakesh Mallick
  • Published: Wednesday, 19 July 2017
  • Updated: 19 July 2017, 01:30 PM IST

Sports

Latest News

କଟକ: ଦୀର୍ଘ ୭ବର୍ଷର ଅପେକ୍ଷାର ଅନ୍ତ ଘଟିଛି। କଟକ-ତ୍ରିଶୂଳିଆ ସେତୁ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁକୁ ଆଜି ଉଦଘାଟନ କରିଛନ୍ତି। ଏହାକୁ ସୁବାସ ଚନ୍ଦ୍ର ବୋଷଙ୍କ ନାଁରେ ନାମିତ କରାଯାଇଛି। ଉଦଘାଟନୀ ଉତ୍ସବ ଅବସରରେ ବିଜେଡିର ବିଧାୟକଙ୍କ ସମେତ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ।

bridgeଏହି ବ୍ରିଜ ଯୋଗୁ କଟକ ଓ ଭୁବନେଶ୍ୱର ମଧ୍ୟରେ ଯାତାୟତ ଆହୁରି ସୁବିଧାଜନକ ହେବ। ଏହି ବ୍ରିଜ ଯୋଗୁ କଟକ ଓ ଭୁବନେଶ୍ୱର ମଧ୍ୟରେ ଯାତାୟତ ଆହୁରି ସୁବିଧାଜନକ ହେବ। ଜୁଡିସିଆଲ ଏକାଡେମୀ ଛକରୁ ଆରମ୍ଭ ହୋଇଥିବା ଏହି ବ୍ରିଜ ସିଧାସଳଖ ଭୁବନେଶ୍ୱରକୁ ଯୋଡ଼ି ହୋଇଛି। ଏହାଦ୍ୱାରା କଟକରୁ ଭୁବନେଶ୍ୱରକୁ ପାଖାପାଖି ୧୨ କିଲୋମିଟର ରାସ୍ତା କମିବ। ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଦ୍ୱାରା ନିର୍ମିତ ଏହି ସେତୁର ଲମ୍ବ ୨.୮୫୩ କିଲୋମିଟର। ୧୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ସେତୁ । ଏହି ସେତୁର କାମ ୨୦୧୧ରୁ ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos