ମହାନଦୀ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

naveen-pattanikଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ବିବାଦର ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ସେ ଚିଠିରେ ଦର୍ଶାଇଛନ୍ତି।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଚାହିଁଲେ ଏ ବିବାଦର ସମାଧାନ ହୋଇପାରିବ। ସେ ଏଥିରେ ତୁରନ୍ତ ହସ୍ତକ୍ଷେପ କଲେ ରାଜ୍ୟ ସରକାର ନ୍ୟାୟିକ ପଦକ୍ଷେପ ନେବେ ନାହିଁ। ସଂଘୀୟ ବ୍ୟବସ୍ଥାରେ ଦୁଇ ରାଜ୍ୟ ମଧ୍ୟରେ ଉତ୍ତମ ସଂପର୍କ ଗୁରୁତ୍ୱପୂର୍ଣ୍ଣ।

ସେ ଆହୁରି ଲେଖିଛନ୍ତି, ମହାନଦୀ ଉପରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ପ୍ରକଳ୍ପଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ।

ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ୧୯୬୦ ମସିହାରେ ହୀରାକୁଦକୁ ଯେତିକି ଜଳ ମିଳୁଥିଲା ସେତିକି ଜଳ ମିଳିଲେ ଅସୁବିଧା ନାହିଁ।