‘ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ପାଇଁ ନିର୍ମାଣ ହେବ ୭ ମହଲା କୋଠା’

ପୁର (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରକୁ ଆସୁଥିବା ହବିଷ୍ୟାଳିଙ୍କ ପାଇଁ ଖୁସି ଖବର। ସେମାନଙ୍କ ପାଇଁ ପୁରୀ ଜିଲ୍ଲା ନରେନ୍ଦ୍ରକୋଣରେ ଏକ ୭ ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ। ଆସନ୍ତାବର୍ଷରୁ ଉକ୍ତ କୋଠାରେ ୩୦୦୦ ହବିଷ୍ୟାଳିମାନେ ରହିପାରିବେ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଘୋଷଣା କରିଛନ୍ତି। ଏହାଛଡ଼ା ଅଭିଷ୍ୟାଳିଙ୍କ ଶିବିରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଆଜିଠାରୁ ଆରମ୍ଭ ହୋଇଛି ଧର୍ମମାସ କାର୍ତ୍ତିକ। ଏହି ଧର୍ମର ମାସ କାର୍ତ୍ତିକରେ ମହାବାହୁଙ୍କ […]

video-confrance

video-confrance

Rakesh Mallick
  • Published: Friday, 06 October 2017
  • Updated: 06 October 2017, 06:12 PM IST

Sports

Latest News

ପୁର (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରକୁ ଆସୁଥିବା ହବିଷ୍ୟାଳିଙ୍କ ପାଇଁ ଖୁସି ଖବର। ସେମାନଙ୍କ ପାଇଁ ପୁରୀ ଜିଲ୍ଲା ନରେନ୍ଦ୍ରକୋଣରେ ଏକ ୭ ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ। ଆସନ୍ତାବର୍ଷରୁ ଉକ୍ତ କୋଠାରେ ୩୦୦୦ ହବିଷ୍ୟାଳିମାନେ ରହିପାରିବେ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଘୋଷଣା କରିଛନ୍ତି। ଏହାଛଡ଼ା ଅଭିଷ୍ୟାଳିଙ୍କ ଶିବିରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି।

ଆଜିଠାରୁ ଆରମ୍ଭ ହୋଇଛି ଧର୍ମମାସ କାର୍ତ୍ତିକ। ଏହି ଧର୍ମର ମାସ କାର୍ତ୍ତିକରେ ମହାବାହୁଙ୍କ ଦର୍ଶନ ଲାଗି ପୁରୀରେ ହବିଷ୍ୟାଳିଙ୍କ ଭିଡ ଲାଗିଛି। କାର୍ତ୍ତିକମାସର ପ୍ରଥମ ଦିନରେ ହଜାର ହଜାର ହବିଷ୍ୟାଳି ଶ୍ରୀମନ୍ଦିରରେ ରାଧା ଦାମୋଦର ବେଶକୁ ଦର୍ଶନ କରି ବିଭୋର ହୋଇଛନ୍ତି। ପ୍ରଥମେ ସଂକଳ୍ପ କରି ପରେ ତୁଳସୀ ଚଉରାମୂଳେ ପଂଚବର୍ଣ୍ଣ ମୁରୁଜ କାଟି ପୂଜାର୍ଚ୍ଚନା କରିଛନ୍ତି ହବିଷ୍ୟାଳି। ସେପଟେ ହବିଷ୍ୟାଳୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ଟି ସ୍ଥାନରେ ସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି। ରେଲେୱେ ଟୁରିଷ୍ଟ କମ୍ପେକ୍ସ, ଜଗନ୍ନାଥ ବଲ୍ଲଭ ଓ ସାମୟିକ ଯାତ୍ରୀ ଆଶ୍ରୟସ୍ଥଳରେ ପ୍ରାୟ ୩୦୦୦ ହବିଷ୍ୟାଳିଙ୍କ ପାଇଁ ରହିବା, ମହାପ୍ରସାଦ ଖାଇବା ସହ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ଏଥିସହ ସେଠାରେ ଆକାଶଦୀପ, ତୁଳସୀ ଚଉରା, ପୂଜାସାମଗ୍ରୀ ପାଇଁ ସରକାରୀ ଷ୍ଟଲ ମଧ୍ୟ ଖୋଲାଯାଇଛି। ଫଳରେ ହବିଷ୍ୟଳିମାନେ ସୁବିଧାରେ ପ୍ରତିଦିନ ପୂଜାର୍ଚ୍ଚନା କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos