ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବି; କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ଏନ୍‌ଏଚ୍‌ଏଆଇକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ନବୀନ ଦାବି କରିଛନ୍ତି। ରାଉରକେଲା ପାନପୋଷ NH-୧୪୩ରେ ସେତୁ ନିର୍ମାଣ ପ୍ରସ୍ତାବ ରହିଛି। ରାଜ୍ୟର ଏହା ଏକ ଅର୍ଥନୈତିକ ଜୀବନରେଖା ହୋଇଥିବା ବେଳେ ଖଣି ଓ ବ୍ୟବସାୟିକ କାରଣରୁ ଏଠାରେ ଗାଡ଼ି ଚଳାଚଳରେ ସମସ୍ୟା ହେଉଛି। ତେଣୁ ଟ୍ରାଫିକ୍ ସମସ୍ୟା […]

naveen_patnaik

naveen_patnaik

Rakesh Mallick
  • Published: Thursday, 25 May 2017
  • Updated: 25 May 2017, 07:01 PM IST

Sports

Latest News

ଭୁବନେଶ୍ୱର: ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ଏନ୍‌ଏଚ୍‌ଏଆଇକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ନବୀନ ଦାବି କରିଛନ୍ତି।

ରାଉରକେଲା ପାନପୋଷ NH-୧୪୩ରେ ସେତୁ ନିର୍ମାଣ ପ୍ରସ୍ତାବ ରହିଛି। ରାଜ୍ୟର ଏହା ଏକ ଅର୍ଥନୈତିକ ଜୀବନରେଖା ହୋଇଥିବା ବେଳେ ଖଣି ଓ ବ୍ୟବସାୟିକ କାରଣରୁ ଏଠାରେ ଗାଡ଼ି ଚଳାଚଳରେ ସମସ୍ୟା ହେଉଛି। ତେଣୁ ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ୨ୟ ସେତୁ ନିର୍ମାଣ ହେଉ ବୋଲି ଚିଠିରେ ଦାବି କରିଛନ୍ତି ନବୀନ। ବର୍ତ୍ତମାନ ଥିବା ସେତୁଟି ପୁରୁଣା ହୋଇଯାଇଥିବାରୁ ବିକଳ୍ପ ସେତୁ ଆବଶ୍ୟକ ବୋଲି ଚିଠିରେ ନବୀନ ଦର୍ଶାଇଛନ୍ତି।

ଏହି ସେତୁ ନିର୍ମାଣ ପାଇଁ ରାଉରକେଲା ବିଧାୟକ ଦିଲୀପ ରାୟ ପୂର୍ବରୁ ବହୁବାର ଦାବି କରି ଆସୁଛନ୍ତି। ଏପରିକି ଏ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିଲେ। ଆଜି ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ଦିଲୀପ ରାୟ, ନବୀନଙ୍କୁ ଟ୍ୱଇଟ ଧନ୍ୟବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos