ମୁଖ୍ୟମନ୍ତ୍ରୀଙ୍କୁ ମୁଣ୍ଡିଆ ମାରିଲେ, ଓଆରଭି ଦାବି ପୂରଣ କରିବାକୁ ଦାବି କଲେ

ଭୁବନେଶ୍ୱର: ଓଆରଭି ଆଇନ କାର୍ଯ୍ୟକାରୀ କରିବା ଦାବିରେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଥିବା ବିଧାୟକମାନେ ଆଜି ଭିନ୍ନ ଢଙ୍ଗରେ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ଧାରଣାରତ ବିଜେପି ଓ କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ଆସନ ପାଖକୁ ଆସି ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିବା ସହ ଦାବି ପୂରଣ କରିବାକୁ କହିଥିଲେ। ତେବେ ମୁଖ୍ୟମନ୍ତ୍ରୀ ତାଙ୍କ ଆସନରୁ ଉଠି ଚାଲିଯାଇଥିଲେ। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପୂର୍ବତନ ମନ୍ତ୍ରୀ ରଘୁନାଥ ପଟ୍ଟନାୟକଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଗତ ହୋଇଥିଲା। […]

assembly

assembly

Rakesh Mallick
  • Published: Friday, 13 May 2016
  • Updated: 16 May 2016, 06:45 AM IST

Sports

Latest News

assemblyଭୁବନେଶ୍ୱର: ଓଆରଭି ଆଇନ କାର୍ଯ୍ୟକାରୀ କରିବା ଦାବିରେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଥିବା ବିଧାୟକମାନେ ଆଜି ଭିନ୍ନ ଢଙ୍ଗରେ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ଧାରଣାରତ ବିଜେପି ଓ କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ଆସନ ପାଖକୁ ଆସି ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିବା ସହ ଦାବି ପୂରଣ କରିବାକୁ କହିଥିଲେ। ତେବେ ମୁଖ୍ୟମନ୍ତ୍ରୀ ତାଙ୍କ ଆସନରୁ ଉଠି ଚାଲିଯାଇଥିଲେ।

ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପୂର୍ବତନ ମନ୍ତ୍ରୀ ରଘୁନାଥ ପଟ୍ଟନାୟକଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଗତ ହୋଇଥିଲା। ଆଉ ତା’ପରେ ମୁଖ୍ୟମନ୍ତ୍ରୀଙ୍କ ଆସନ ସମ୍ମୁଖରେ ସାଷ୍ଟାଙ୍ଗ ହୋଇପଡ଼ିଯାଇଥିଲେ ଆନ୍ଦୋଳନରତ ବିଧାୟକମାନେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଗୁହାରୀ ନ ଶୁଣି ଚାଲି ଯିବା ପରେ ସେମାନେ କ୍ଷୁବ୍ଧ ହୋଇଥିଲେ ଏବଂ ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ଧାରଣାରେ ବସିଥିଲେ। ଶୋକ ପ୍ରସ୍ତାବ ପରେ ଗୃହକୁ ଦିନ ସାଢ଼େ ୧୨ଟା ଯାଏଁ ମୁଲତବି ରଖିଥିଲେ ବାଚସ୍ପତି। ଏହା ପରେ ବି ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରି ନ ଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ଓ ବିଜେପି ପୁଣି ଉଠାଇଥିଲେ ଚିଟ୍‌ଫଣ୍ଡ୍ ପ୍ରସଙ୍ଗ। ଗୃହର ମଧ୍ୟଭାଗରେ ହୋହାଲ୍ଲା ଓ ପାଟିତୁଣ୍ଡ କରିବାରୁ ଗୃହକୁ ପୁଣି ମୁଲତବି କରାଯାଇଥିଲା। ଅପରାହ୍ନ ଅଧିବେଶନରେ ଧାରଣାରତ ବିଧାୟକଙ୍କୁ ନିଜ ନିଜ ଆସନକୁ ଫେରିଯିବା ପାଇଁ ବାଚସ୍ପତି ପୁଣି ଅନୁରୋଧ କରିଥିଲେ। କିନ୍ତୁ ବିଧାୟକମାନେ ଧାରଣାରୁ ନ ଉଠିବାରୁ ଗୃହ ପୁଣି ମୁଲତବି ହୋଇଥିଲା। ବାରମ୍ବାର ମୁଲତବି ଓ ବିରୋଧୀ ଦଳ ସଭ୍ୟଙ୍କ ହଟ୍ଟଗୋଳ ସତ୍ତ୍ୱେ ଆଜି ଗୃହରେ ୨୦୧୬-୧୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଯାଇଛି। ୯୮,୪୧୬ କୋଟି ୯୨ ଲକ୍ଷ ୬୪ ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି।

ଉଚ୍ଚଶିକ୍ଷା କ୍ଷେତ୍ରରେ ୩୮ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ମେଡିକାଲ ଓ ଇଂଜିନିୟରିଂ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉ ନ ଥିବା ବିଜେପି ଓ କଂଗ୍ରେସ ବିଧାୟକମାନେ ଅଭିଯୋଗ କରି ୩ ଦିନ ହେବ ଧାରଣାରେ ବସିଛନ୍ତି। ପ୍ରଥମେ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ସମ୍ମୁଖରେ ଧାରଣାରେ ବସିଥିଲେ। ଗତକାଲି ଆନ୍ଦୋଳନରତ ବିଧାୟକଙ୍କୁ ବିଧାନସଭା ସୁରକ୍ଷାକର୍ମୀମାନେ ବଳପୂର୍ବକ ଉଠାଇ ଦେଇଥିଲେ। ଏହାକୁ ନେଇ ବିଧାୟକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସେଠାରୁ ହଟିବା ପରେ ବିଧାୟକମାନେ ବାଚସ୍ପତିଙ୍କ ପ୍ରକୋଷ୍ଠ ଆଗରେ ଧାରଣାରେ ବସିଥିଲେ। ବିରୋଧୀ ଦଳ ନେତା ଓ ବିଜେପି ବିଧାୟକ ଦଳ ନେତାଙ୍କ ହସ୍ତକ୍ଷେପ ପରେ ସେମାନେ ବିଚସ୍ପତିଙ୍କ ପ୍ରକୋଷ୍ଠ ସମ୍ମୁଖରୁ ଉଠିଯାଇ ଗୃହରେ ତାଙ୍କ ପୋଡିୟମ ତଳେ ଧାରଣାରେ ବସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story