ମୁଖ୍ୟମନ୍ତ୍ରୀ ଗୃହରେ ଜିରୋ, ବାହାରେ ହିରୋ: ନରସିଂହ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ଚାରି ଦିନ ପୂର୍ବରୁ ଗତକାଲି ବିଧାନସଭାର ବଜେଟ୍ ଅଧିବେଶନକୁ ବାଚସ୍ପତି ମୁଲତବି ଘୋଷଣା କରାଯିବାକୁ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି।  ଗୃହରେ ବକ୍ତବ୍ୟ ରଖିବା ପାଇଁ କୁଣ୍ଠାବୋଧ କରୁଥିବା ମୁଖ୍ୟମନ୍ତ୍ରୀ ଗୃହ ବାହାରେ ବକ୍ତବ୍ୟ ଦେବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଥିବା ବେଳେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଗୃହରେ […]

narsingha

narsingha

Rakesh Mallick
  • Published: Tuesday, 17 May 2016
  • Updated: 17 May 2016, 09:45 AM IST

Sports

Latest News

narsinghaଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ଚାରି ଦିନ ପୂର୍ବରୁ ଗତକାଲି ବିଧାନସଭାର ବଜେଟ୍ ଅଧିବେଶନକୁ ବାଚସ୍ପତି ମୁଲତବି ଘୋଷଣା କରାଯିବାକୁ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି।  ଗୃହରେ ବକ୍ତବ୍ୟ ରଖିବା ପାଇଁ କୁଣ୍ଠାବୋଧ କରୁଥିବା ମୁଖ୍ୟମନ୍ତ୍ରୀ ଗୃହ ବାହାରେ ବକ୍ତବ୍ୟ ଦେବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଥିବା ବେଳେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଗୃହରେ ବକ୍ତବ୍ୟ ନ ରଖି ଗଣମାଧ୍ୟମ ସମ୍ମୁଖରେ ବକ୍ତବ୍ୟ ରଖିବା ଦୁର୍ଭାଗ୍ୟଜନକ। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ନିଜ ବକ୍ତବ୍ୟରେ କହିଥିଲେ ଯେ ବିରୋଧୀ ଦଳଗୁଡ଼ିକର ଅସହଯୋଗ ଯୋଗୁଁ ବିଧାନସଭା ଚାଲିପାରିଲା ନାହିଁ।

ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନରସିଂହ କହିଥିଲେ,“ଗତକାଲି ଗୃହ ମୁଲତବି ହେବା ପରେ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଦେଇଥିବା ବକ୍ତବ୍ୟ ଦୁର୍ଭାଗ୍ୟଜନକ। ଆମେ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ସେ ଗୃହ ଭିତରେ କୌଣସି ବକ୍ତବ୍ୟ ରଖିଲେ ନାହିଁ। ଆଲୋଚନା ପାଇଁ ଆମେ ଅନୁରୋଧ କରିଥିଲୁ। କିନ୍ତୁ ସେ ଆଲୋଚନାରେ ଭାଗ ନେଲେ ନାହିଁ। ଗୃହରେ ବକ୍ତବ୍ୟ ରଖିବା ପାଇଁ କୁଣ୍ଠାବୋଧ କରୁଥିବା ମୁଖ୍ୟମନ୍ତ୍ରୀ ଗୃହ ବାହାରେ ବକ୍ତବ୍ୟ ଦେବା କେତେ ଦୂର ଯୁକ୍ତିଯୁକ୍ତ ତାହା ରାଜ୍ୟବାସୀ ବିଚାର କରିବେ। ଗୃହ ଭିତରେ ପଛଘୁଞ୍ଚା ଦେଉଥିବା ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଅନ୍ୟ ଦ୍ୱାରା ଲିଖିତ କାଗଜ ପଢ଼ିବା କେତେ ଦୂର ଠିକ୍ ତାହା ସମସ୍ତେ ଉପଲବ୍ଧି କରୁଥିବେ। ଲୋକ କହୁଛନ୍ତି ଯିଏ ଗୃହ ଭିତରେ ଜିରୋ ସେ ଗୃହ ବାହାରେ ହିରୋ ହେବାକୁ ଚେଷ୍ଟା କରୁଛନ୍ତି।”

ସେ କହିଥିଲେ,“ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ୍ ୨୬ ତାରିଖ ଦିନ ଆରମ୍ଭ ହୋଇଥିଲା। ଚିଟ୍‌ଫଣ୍ଡ୍ ଜମାକାରୀଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିବାକୁ ଏକ ମୁଲତବି ପ୍ରସ୍ତାବ ଦେଇଥିଲୁ। କିନ୍ତୁ ଦୁର୍ଭାଗ୍ୟ ରାଜ୍ୟ ସରକାରଙ୍କ ପ୍ରରୋଚନାରେ ମାନ୍ୟବର ବାଚସ୍ପତି ଏ ସଂପର୍କରେ ଆଲୋଚନା କରିବାକୁ ସମୟ ଦେଲେ ନାହିଁ। ଗୃହ ଭିତରେ ଆମେ ଏହାର ପ୍ରତିବାଦ କରିଥିଲୁ। ପ୍ରତିବାଦ ଓ ଅନୁରୋଧ ସତ୍ତ୍ୱେ ନା ସରକାର ଏ ସଂପର୍କରେ ଆଲୋଚନା କରିବାକୁ ରାଜି ହେଲେ ନା ବାଚସ୍ପତି ଏ ନେଇ ସମୟ ଦେଲେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।”

ନରସିଂହ କହିଥିଲେ,“ସମ୍ବିଧାନ ଅନୁଯାୟୀ ଲୋକଙ୍କ ଧନସଂପତ୍ତି ରକ୍ଷା କରିବା ରାଜ୍ୟ ସରକାରଙ୍କ ଏକାନ୍ତ କର୍ତ୍ତବ୍ୟ। କିନ୍ତୁ ରାଜ୍ୟ ସରକାର ଲୋକଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଠକ କଂପାନୀମାନଙ୍କ ସହିତ ସାମିଲ ହୋଇଥିଲେ। ଠକ ଚିଟ୍‌ଫଣ୍ଡ କଂପାନୀମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ। ଏ କଥା କେବଳ ଆମେ କହୁ ନାହୁଁ, ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ମନ୍ତ୍ରୀ ସର୍ବସାଧାରଣରେ ଏ କଥା କହିଥିଲେ। ଏନେଇ ଅନେକ ପ୍ରମାଣ ବି ଅଛି। ତେଣୁ ସରକାର କେବେ ଚାହିଁବେନି ଚିଟ୍‌ଫଣ୍ଡ୍‌ ସଂପର୍କରେ ଗୃହରେ ଆଲୋଚନା ହେଉ। କିନ୍ତୁ ବାହାରେ ବକ୍ତବ୍ୟ ଦେବେ ଏହା ଲୋକଙ୍କ ସମସ୍ୟା ନୁହେଁ। ଏହା ଦ୍ୱାରା କେବଳ ଗୃହର ସମୟ ଅପବ୍ୟୟ କରାଯାଉଛି।”

ବିରୋଧୀ ଦଳ ନେତା କହିଥିଲେ,“ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା କାର୍ଯ୍ୟକାରୀ କରିବା ପାଇଁ ଆମେ ଦାବି କରିଥିଲୁ। ଏ ନେଇ ଗୃହରେ ଆଲୋଚନା କରିବାକୁ ଆମେ ମୁଲତବି ପ୍ରସ୍ତାବ ଆଣିଥିଲୁ। କିନ୍ତୁ ବାଚସ୍ପତି ଏହାକୁ ଗ୍ରହଣ କଲେ ନାହିଁ। ଆମେ ଏହାର ପ୍ରତିବାଦ କରିଥିଲୁ। କିନ୍ତୁ ଗୃହ ବାହାରେ ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ଦେଲେ ଏହା ଏକ ଅବାସ୍ତବ ପ୍ରସ୍ତାବ। ଯେହେତୁ ମୁଖ୍ୟମନ୍ତ୍ରୀ ଓଡ଼ିଆରେ ଲେଖିପଢ଼ି ଜାଣନ୍ତି ନାହିଁ ତେଣୁ ସେ ଏହାକୁ ଏକ ଅବାସ୍ତବ ପ୍ରସ୍ତାବ ବୋଲି କହିଛନ୍ତି। ଏହା କେତେ ଯୁକ୍ତିଯୁକ୍ତ?”

ସେ କହିଥିଲେ,“ଆମେ ଚିଟ୍‌ଫଣ୍ଡ୍ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଏମ୍‌.ଏମ୍‌ ଦାସଙ୍କ ପ୍ରସଙ୍ଗ ଉଠାଇ ଥିଲୁ। ଜଷ୍ଟିସ୍‌ ଦାସଙ୍କ ମୁହଁରେ ସରକାର କହିଥିଲେ ଯେ ଚିଟ୍‌ଫଣ୍ଡ୍ ଠକେଇ ପାଇଁ ଆଉ କେହି ଦାୟୀ ନୁହଁନ୍ତି, କେବଳ ଜମାକାରୀମାନେ ଦାୟୀ। ଆମେ ଏ ବିଷୟରେ ଗୃହରେ ଆଲୋଚନା ହେଉ ବୋଲି କହିଥିଲୁ। ମୁଖ୍ୟମନ୍ତ୍ରୀ ଏହାର ଜବାବ ରଖନ୍ତୁ ବୋଲି ଦାବି କରିଥିଲୁ। କିନ୍ତୁ ସରକାର ଏହାକୁ ଶୁଣିଲେ ନାହିଁ। ଗୃହ ବାହାରେ କହିଲେ ଏନେଇ ଗୃହ ଭିତରେ ଆଲୋଚନା କରାଯାଇପାରିବ ନାହିଁ। ସରକାର ଏ କଥା ଗୃହ ଭିତରେ ବି କହି ପାରି ଥାଆନ୍ତେ। ସମ୍ବିଧାନର କେଉଁ ଆଇନ୍ ବଳରେ ଏ ପ୍ରସଙ୍ଗରେ ଗୃହରେ ଆଲୋଚନା କରାଯାଇ ପାରି ନ ଥାଆନ୍ତା ତାହା କହି ଥାଇପାରି ଥାଆନ୍ତେ। କିନ୍ତୁ ସରକାର ସେମିତି କଲେ ନାହିଁ। ଆମେ ଏହାର ପ୍ରତିବାଦ କରିଥିଲୁ।”

ନରସିଂହ କହିଥିଲେ,“ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଗୃହରେ ବିଭ୍ରାଟ ସୃଷ୍ଟି କରିବା ପାଇଁ ବିରୋଧୀଳଗୁଡ଼ିକ ଦାୟୀ। କିନ୍ତୁ ମୁଁ କହିବାକୁ ଚାହୁଁଛି ଯେ ଗତ ୨୬ ଓ ୨୭ ତାରିଖରେ ଆମେ ଗୃହରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାରେ ଭାଗ ନେଇଥିଲୁ। କିନ୍ତୁ ଆମେ ଚିଟ୍‌ଫଣ୍ଡ୍‌ ନେଇ ଆଲୋଚନା କରିବାକୁ ଦାବି କରିବା ପରେ ସରକାର ହଡ଼ବଡ଼େଇ ଯାଇଥିଲେ। ସରକାର ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଡରି ଯାଇଥିଲେ। ଏହାକୁ ଏଡ଼ାଇବା ପାଇଁ ସରକାର ବାହାନା କରିଛନ୍ତି। କାରଣ ସରକାର ଚିଟ୍‌ଫଣ୍ଡ୍‌ ସହିତ ସଂପୃକ୍ତ ଅଛନ୍ତି।”

ସେ କହିଥିଲେ,“ବିରୋଧୀ ଦଳ ବିଧାନସଭାରେ ହିଁ ସରକାରଙ୍କୁ ପ୍ରଶ୍ନ କରେ। ବିଧାନସଭା ବାହାରେ ଗଣମାଧ୍ୟମ ଜରିଆରେ ବିରୋଧୀ ଦଳମାନେ ପ୍ରଶ୍ନ କଲେ ସରକାର ଉତ୍ତର ରଖିବାକୁ ବାଧ୍ୟ ନୁହଁନ୍ତି।”

ସେହିପରି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ,“ବିଧାନସଭା କାହାରି ପୈତୃକ ସଂପତ୍ତି ନୁହେଁ। ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭାକୁ ମୁଲତବି କରି ଦେବା ଏକ ଅମାନବୀୟ ପଦକ୍ଷେପ। ବିଭିନ୍ନ ପ୍ରସଙ୍ଗରେ ସରକାର ପଳାୟନ କରୁଛନ୍ତି। ବିଧାନସଭାକୁ ବିଶ୍ୱାସକୁ ନେଉ ନାହାନ୍ତି ମୁଖ୍ୟମନ୍ତ୍ରୀ। ଗୃହରେ ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ରଖୁ ନାହାନ୍ତି। କିନ୍ତୁ ଗୃହ ବାହାରେ ଗଣମାଧ୍ୟମ ସମ୍ମୁଖରେ ବକ୍ତବ୍ୟ ରଖୁଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହାକୁ ଆମେ ଘୋର ନିନ୍ଦା କରୁଛୁ।”

ସେ କହିଥିଲେ,“ବିଧାନସଭାରେ ମୁଖ୍ୟମନ୍ତ୍ରୀ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ନୁହଁନ୍ତି। ପୁଣି ବିଧାନସଭାରେ ବିରୋଧୀଙ୍କ କଣ୍ଠରୋଧ କରାଯାଉଛି। ବିରୋଧୀ ଦଳର ସଦସ୍ୟମାନଙ୍କୁ କହିବାକୁ ସୁଯୋଗ ଦିଆଯାଉନାହିଁ। ଏହା ଗଣତନ୍ତ୍ର ଓ ସାରା ରାଜ୍ୟବାସୀଙ୍କ ପ୍ରତି ଅପମାନ। ଆଗକୁ ଯଦି ସରକାର ଏହି ଧାରା ଜାରି ରଖିବେ ତା’ହେଲେ ବିଜେପି ଏହି ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ। ଓଡ଼ିଶାର ଲୋକେ ଏହା ଠିକଣା ଜବାବ ଦେବେ।”

ସୂଚନାଯୋଗ୍ୟ, ଗତକାଲି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରାଯିବା ପରେ ମୁଖ୍ୟମନ୍ତ୍ରୀ ବିଧାନସଭା ବାହାରେ କହିଥିଲେ,“ବଜେଟ୍‌ ଅଧିବେଶନ ରାଜ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ବିରୋଧୀ ଦଳ ଗୃହକୁ ଅଚଳ କରି ଦେଲେ। ମୁଁ ବ୍ୟକ୍ତିଗତ ଭାବେ ଗୃହକୁ ସୁରୁଖୁରରେ ଚଳାଇବାକୁ ଚେଷ୍ଟା କଲି, କିନ୍ତୁ ବିରୋଧୀଙ୍କ ଟାଳଟୁଳ ନୀତି ଯୋଗୁଁ ଏହା ସମ୍ଭବ ହୋଇପାରିଲା ନାହିଁ। ବିରୋଧୀ ଦଳ ଗୃହ ଚଳାଇବାରେ ଆମକୁ ସହଯୋଗ କଲେ ନାହିଁ। ବିରୋଧୀ ଦଳ ଯେତେ ବାଧା ସୃଷ୍ଟି କଲେ ମଧ୍ୟ ଓଡ଼ିଶାର ମା, ମାଟି ଓ ଜନତାଙ୍କ ପାଇଁ ମୋ ସରକାର ସବୁବେଳେ କାମ କରି ଚାଲିଛି ଏବଂ ଆଗକୁ ମଧ୍ୟ କରି ଚାଲିଥିବ।”

ଅନ୍ୟ ପକ୍ଷରେ ବିଜେପି ଓ କଂଗ୍ରେସକୁ ସମାଲୋଚନା କରି ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି,“ବିରୋଧୀ ଦଳଗୁଡ଼ିକ ନିନ୍ଦିତ ହେବାକୁ ଯାଉଛନ୍ତି। କେବଳ ଆତ୍ମରକ୍ଷା ପାଇଁ କୌଶଳ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାର୍ଯ୍ୟ କରନ୍ତି। ତେଣୁ ସେ ବାହାରେ ହିରୋ। ବିରୋଧୀ ଦଳ ନେତାଙ୍କର ନିଜ ଦଳର ବିଧାୟକଙ୍କ ଉପରେ ନିୟନ୍ତ୍ରଣ ନ ଥିଲା। କଂଗ୍ରେସ ଗଣତନ୍ତ୍ରରେ ବିଶ୍ୱାସ କରେ ନାହିଁ। ବିଜେଡି ଗଣତନ୍ତ୍ର ଉପରେ ବିଶ୍ୱାସ କରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story