ନାଗରାଜଙ୍କୁ ତୀର ମାଡ଼

ଭୁବନେଶ୍ୱର: ନାଗରାଜଙ୍କୁ ତୀର ମାଡ଼। ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଛି ସାପ। ନିଜକୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକେ ଏହି ତୀର ମାଡ଼  କରିଥିବା ବେଳେ ଏହା ସାପର ଫଣା ତଳକୁ ବାଜି ଭେଦ କରିଯାଇଛି। ସ୍ନେକହେଲପଲାଇନ ପକ୍ଷରୁ ସାପଟିକୁ ଉଦ୍ଧାର କରି ଚିକିତ୍ସା କରାଯାଇଥିଲେ ମଧ୍ୟ ସାପଟି ମରିଯାଇଥିବା ଜଣାପଡ଼ିଛି। ଏମିତି ଏକ ଘଟଣା ବାରିପଦାର ବେତନଟୀ ଅଞ୍ଚଳ କୈଳାସଚନ୍ଦ୍ରପୁର ଗ୍ରାମରେ ଘଟିଛି ।  ଉକ୍ତ ଗ୍ରାମର ଦୁର୍ଗାଚରଣ ମହନ୍ତଙ୍କ ଘରେ ଆଜି ନାଗ ସାପଟି […]

Rakesh Mallick
  • Published: Tuesday, 26 September 2017
  • Updated: 26 September 2017, 05:58 PM IST

Sports

Latest News

ଭୁବନେଶ୍ୱର: ନାଗରାଜଙ୍କୁ ତୀର ମାଡ଼। ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଛି ସାପ। ନିଜକୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକେ ଏହି ତୀର ମାଡ଼  କରିଥିବା ବେଳେ ଏହା ସାପର ଫଣା ତଳକୁ ବାଜି ଭେଦ କରିଯାଇଛି। ସ୍ନେକହେଲପଲାଇନ ପକ୍ଷରୁ ସାପଟିକୁ ଉଦ୍ଧାର କରି ଚିକିତ୍ସା କରାଯାଇଥିଲେ ମଧ୍ୟ ସାପଟି ମରିଯାଇଥିବା ଜଣାପଡ଼ିଛି।

ଏମିତି ଏକ ଘଟଣା ବାରିପଦାର ବେତନଟୀ ଅଞ୍ଚଳ କୈଳାସଚନ୍ଦ୍ରପୁର ଗ୍ରାମରେ ଘଟିଛି ।  ଉକ୍ତ ଗ୍ରାମର ଦୁର୍ଗାଚରଣ ମହନ୍ତଙ୍କ ଘରେ ଆଜି ନାଗ ସାପଟି କୌଣସି କାରଣରୁ ପଶିଯାଇଥିଲା। ସାପଟି ଫ୍ୟାନରେ ଝୁଲି ରହିଥିବା ବେଳେ  ଦୁର୍ଗାଚରଣଙ୍କ ଝିଅ ଏହି ଦୃଶ୍ୟ ଦେଖି ଭୟଭୀତ ହୋଇଯାଇଥିଲେ। ସେତେବେଳେ ଦୁର୍ଗାଚରଣ ଘରେ ନ ଥିଲେ। ସଙ୍ଗେ ସଙ୍ଗେ ପଡ଼ୋଶୀଙ୍କୁ ଖବର ଦେବାରୁ ଲୋକେ  ରୁଣ୍ଡ ହୋଇଯାଇଥିଲେ।

ପରେ  ସାପଟି ତଳକୁ ଓହ୍ଲାଇ ଆସିଥିଲା। ହେଲେ ସେମାନଙ୍କ ମଧ୍ୟରୁ କେହି ଜଣେ ଲକ୍ଷ୍ୟ କରି ତୀର ମାରିଦେବାରୁ ଏହା ସାପର ଶରୀରରେ ବାଜିଥିଲା। ଏନେଇ ସ୍ଥାନୀୟ ଲୋକେ ସ୍ନେକ୍‌ ହେଲପଲାଇନ ସଦସ୍ୟଙ୍କୁ ଫୋନ କରି ଡକାଇଥିଲେ। ସ୍ନେକ୍‌ ହେଲପଲାଇନର ସଦସ୍ୟ ଆସି ସାପଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ସାପଟି ମରିଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos