ରାଉରକେଲାରେ କଂଗ୍ରେସର ଅଷ୍ଟମ ପର୍ଯ୍ୟାୟ ଜନ ଜାଗରଣ ଯାତ୍ରା

ରାଉରକେଲା: ବିଜେଡି ସରକାର ବିରୋଧରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ କଂଗ୍ରେସ ଜାଗରଣ ଯାତ୍ରା ଜାରି ରଖିଛି। ଗତ ସାତ ମାସ ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲାରେ ଦଳ ପକ୍ଷରୁ ପଦଯାତ୍ରା କରାଯାଇଥିବା ବେଳେ ଆଜି ଏହି ପଦଯାତ୍ରାର ଅଷ୍ଟମ ପର୍ଯ୍ୟାୟ ରାଉରକେଲାରେ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସର ଏହି ପଦଯାତ୍ରା ହୋଇଥିଲା। ଆଜିର ପଦଯାତ୍ରାରେ ପସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, […]

cog

cog

Rakesh Mallick
  • Published: Sunday, 20 March 2016
  • Updated: 20 March 2016, 02:02 PM IST

Sports

Latest News

ରାଉରକେଲା: ବିଜେଡି ସରକାର ବିରୋଧରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ କଂଗ୍ରେସ ଜାଗରଣ ଯାତ୍ରା ଜାରି ରଖିଛି। ଗତ ସାତ ମାସ ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲାରେ ଦଳ ପକ୍ଷରୁ ପଦଯାତ୍ରା କରାଯାଇଥିବା ବେଳେ ଆଜି ଏହି ପଦଯାତ୍ରାର ଅଷ୍ଟମ ପର୍ଯ୍ୟାୟ ରାଉରକେଲାରେ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସର ଏହି ପଦଯାତ୍ରା ହୋଇଥିଲା। ଆଜିର ପଦଯାତ୍ରାରେ ପସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ସହ ପ୍ରଭାରୀ ଶୁଭଙ୍କର ସରକାର ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ।

ପାନପୋଷଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା। ଦଳୀୟ ନେତା ଓ କର୍ମୀମାନେ ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ପରେ ସେକ୍ଟର ୨୧ରେ ପହଞ୍ଚିଥିଲେ ଓ ସେଠାରେ ଏକ ସଭା ହୋଇଥିଲା।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ସୁନ୍ଦରଗଡ଼ରେ କଂଗ୍ରେସ କରିଥିବା ଜନ ଜାଗରଣ ଯାତ୍ରା ସଫଳ ହୋଇଥିଲା। ଆଜି ଆମେ ରାଉରକେଲାରେ ଜନ ଜାଗରଣ ଯାତ୍ରା କରିଛୁ। ଏହି ଜନ ଯାତ୍ରାରେ ବିପୁଳ ଜନ ସମର୍ଥନ ମିଳିଛି।”

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି,“ଏହା ସମ୍ପୂର୍ଣ୍ଣ ଭାବରେ ଏକ ଲଢେଇ। କଂଗ୍ରେସ ଏହି ଲଢେଇ ଆରମ୍ଭ କରିଛି। ଭଷ୍ଟ୍ରାଚାର ବିଜେଡି ସରକାର ବିରୋଧରେ  କଂଗ୍ରେସ  ଜନ ଜାଗରଣ ଯାତ୍ରା କରୁଛି।”

ଗତ ସାତ ମାସ ମଧ୍ୟରେ ଦଳ ପକ୍ଷରୁ ଅନୁଗୋଳ, ଢେଙ୍କାନାଳ, ନୂଆପଡ଼ା, ନବରଙ୍ଗପୁର, ଗଞ୍ଜାମ ଓ କଟକ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଜାଗରଣ ପଦଯାତ୍ରା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos