ଗାଁରେ ମରୁଛି ଚାଷୀ: ଗୃହରେ ଚାଲିଛି ‘ଦରଦ’ ରାଜନୀତି

ଭୁବନେଶ୍ୱର: ଚାଷ ଓ ଚାଷୀ ସମସ୍ୟା ଜଟିଳ ସ୍ଥିତିରେ ରହିଛି। ଋଣ ଭାରରେ ଚାଷୀ ଆତ୍ମହତ୍ୟା କରୁଥିବା ଅଭିଯୋଗ ଆସୁଛି। ଏହାସହ ଅଭାବୀ ବିକ୍ରି ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ଚାଷୀଙ୍କ ସମସ୍ୟାକୁ ନେଇ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନର ଗୋଟିଏ ଦିନ ବି ଠିକ୍‌ରେ ଚାଲି ପାରିନାହିଁ। ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ କାନ୍ଦୁଛନ୍ତି। ପ୍ରତିଯୋଗିତା କରି ଗୃହକୁ ଅଚଳ କରୁଛନ୍ତି। ହେଲେ ସମସ୍ୟାର ସମାଧାନ ପାଇଁ […]

farmer

farmer

Rakesh Mallick
  • Published: Tuesday, 21 March 2017
  • Updated: 21 March 2017, 09:20 PM IST

Sports

Latest News

ଭୁବନେଶ୍ୱର: ଚାଷ ଓ ଚାଷୀ ସମସ୍ୟା ଜଟିଳ ସ୍ଥିତିରେ ରହିଛି। ଋଣ ଭାରରେ ଚାଷୀ ଆତ୍ମହତ୍ୟା କରୁଥିବା ଅଭିଯୋଗ ଆସୁଛି। ଏହାସହ ଅଭାବୀ ବିକ୍ରି ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ଚାଷୀଙ୍କ ସମସ୍ୟାକୁ ନେଇ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନର ଗୋଟିଏ ଦିନ ବି ଠିକ୍‌ରେ ଚାଲି ପାରିନାହିଁ। ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ କାନ୍ଦୁଛନ୍ତି। ପ୍ରତିଯୋଗିତା କରି ଗୃହକୁ ଅଚଳ କରୁଛନ୍ତି। ହେଲେ ସମସ୍ୟାର ସମାଧାନ ପାଇଁ ବାଟ ବାହାର କରିବାକୁ କାହା ପାଖରେ ଆନ୍ତରିକତା ନ ଥିବା ଚର୍ଚ୍ଚା ହେଉଛି।

ଗତ ୫ ଦିନ ପରି ଆଜି ବି ବିଧାନସଭା ପ୍ରଶ୍ନକାଳରେ ସମାନ ଚିତ୍ର ଦେଖିବାକୁ ମିଳିଥିଲା। ହୋହାଲ୍ଲା ଓ ଆକ୍ଷେପ ପ୍ରତିଆକ୍ଷେପରେ ଅଚଳ ହୋଇଯାଇଥିଲା ପ୍ରଶ୍ନକାଳ। ଚାଷୀ ସମସ୍ୟାକୁ ନେଇ ପ୍ରଥମେ ଅଲଗା ଅଲଗା ବିରୋଧ କରୁଥିବା ବିରୋଧି ଏବେ ଏକାଠି ହୋଇଯାଇଛନ୍ତି।

ଗୃହ କମିଟି ଦ୍ୱାରା ଚାଷୀ ଆତ୍ମହତ୍ୟାର ତଦନ୍ତ ଦାବି କରିଥିଲେ ବିରୋଧି। ଏହାସହ ଧାନର ସହାୟକ ମୂଲ୍ୟ ୨୮୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ପାରିତ କରି ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇବାକୁ ବିରୋଧି ଦଳ ନେତା ନରସିଂହ ମିଶ୍ର ଦାବି କରିଥିଲେ। ମିଶ୍ରଙ୍କ ସହ ସ୍ୱର ମିଳାଇଥିଲା ବିଜେପି। ଏକ ଘଣ୍ଟା ଧରି ଏହା ଉପରେ ସରଗରମ ଆଲୋଚନା ହେଲା। କିଛି ବିଜେଡି ବିଧାୟକ ମଧ୍ୟ ନରସିଂହଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇଲେ। ହେଲେ ବାଚସ୍ପତି ଏହାକୁ ଗ୍ରହଣ ନ କରିବାରୁ ଆରମ୍ଭ ହୋଇଯାଇଥିଲା ହଙ୍ଗାମା।

ନରସିଂହ କହିଛନ୍ତି,“କଂଗ୍ରେସ ଓ ବିଜେପି ଦଳର ସମସ୍ତ ସଦସ୍ୟ ଦସ୍ତଖତ କରି ଏକ ରିଜୋଲ୍ୟୁଶନ ପାଇଁ ନୋଟିସ୍‌ ଦେଇଥିଲେ। ସରକାରୀ ଦଳର ଅଧିକାଂଶ ସଦସ୍ୟ ସହମତି ପ୍ରକାଶ କରିଥିଲେ। ହେଲେ ରିଜୋଲ୍ୟୁଶନ ପାସ୍‌ ହେଉନାହିଁ। ତେଣୁ ଧରି ନେବାକୁ ହେବ ଓଡ଼ିଶା ସରକାର ଚାହୁଁନାହିଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୮୦୦ ଟଙ୍କା ଧାର୍ଯ୍ୟ ହେଉ।”

ବିଜେପି ବିଧାୟକ ରବି ନାଏକ କହିଛନ୍ତି,“ବାଚସ୍ପତି ଗୋଟେ ରୁଲିଂ ଦେବାକୁ ସକ୍ଷମ ହେଲେ ନାହିଁ। ସେ ଦୃଷ୍ଟିରୁ ଜଣାପଡୁଛି ଚାଷୀଙ୍କ ପ୍ରତି ସରକାରଙ୍କ କେତେ ଆନ୍ତରିକତା ଅଛି।”

ଏବେ ଧାନର ସହାୟକ ମୂଲ୍ୟ ୧୪୭୦ ଟଙ୍କା ଅଛି। ନିର୍ବାଚନ ପୂର୍ବରୁ ଏହା ଦେଢ଼ଗୁଣା ବୃଦ୍ଧି କରାଯିବ ବୋଲି ବିଜେପି କହିଥିବା ବେଳେ ଏହାକୁ ପାଳନ କରାଯାଇ ନ ଥିବାରୁ ବିଜେଡି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିଲା। ଏପରିକି ଅଭାବି ବିକ୍ରିର ସମ୍ମୁଖୀନ ହେଉଥିବା ଚାଷୀ ସହାୟକ ମୂଲ୍ୟ ଅଧିକ ପାଇଲେ ଆଉ ଆତ୍ମହତ୍ୟା କରିବେ ନାହିଁ ବୋଲି ଗୃହ ବାହାରେ ଶାସକ ବିଧାୟକ ଯୁକ୍ତି ରଖୁଥିଲେ।

ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇବା କେନ୍ଦ୍ର ସରକାରଙ୍କ କାର୍ଯ୍ୟ। ଏନେଇ ଓଡ଼ିଶା ସରକାର ଆଗରୁ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି। ସହାୟକ ମୂଲ୍ୟ ବଢିଗଲେ ମଧ୍ୟ ଏହା ଜମି ମାଲିକଙ୍କ ପାଖକୁ ଯିବ। ଆଗ ଭାଗଚାଷୀଙ୍କ କଥା ବୁଝା ସରୁ ତା’ ପରେ ଆଉ କିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story