କଂଗ୍ରେସର ୧୩୦ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ବିଜେଡି ଶାସନର ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ ଲଢ଼େଇ କରିବାକୁ କଂଗ୍ରେସ ସଂକଳ୍ପ ନେଇଥିବା ସୋମବାର  କଂଗ୍ରେସର ୧୩୦ ତମ ପ୍ରତିଷ୍ଠା ଦିବସ ଅବସରରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। ସେ ଆଉ ମଧ୍ୟ କହିଛନ୍ତି  ଓଡ଼ିଶାରେ ଖଣି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି, ଦାରିଦ୍ର୍ୟ ଓ ବେକାରୀ ଉତ୍କଟ ରୂପରେ ଦେଖା ଦେଇଛି। ରାଜ୍ୟର ୧୫ ହଜାର ଓଡ଼ିଆ ଯୁବକ ଦାଦନ ଖଟିବାକୁ ଯାଉଥିବା ବେଳେ ୪କୋଟି ୩୦ ଲକ୍ଷ ଲୋକଙ୍କ ମଧ୍ୟରୁ ୩ […]

congress

congress

Rakesh Mallick
  • Published: Monday, 28 December 2015
  • Updated: 28 December 2015, 08:01 AM IST

Sports

Latest News

ଭୁବନେଶ୍ୱର: ବିଜେଡି ଶାସନର ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ ଲଢ଼େଇ କରିବାକୁ କଂଗ୍ରେସ ସଂକଳ୍ପ ନେଇଥିବା ସୋମବାର  କଂଗ୍ରେସର ୧୩୦ ତମ ପ୍ରତିଷ୍ଠା ଦିବସ ଅବସରରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। ସେ ଆଉ ମଧ୍ୟ କହିଛନ୍ତି  ଓଡ଼ିଶାରେ ଖଣି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି, ଦାରିଦ୍ର୍ୟ ଓ ବେକାରୀ ଉତ୍କଟ ରୂପରେ ଦେଖା ଦେଇଛି। ରାଜ୍ୟର ୧୫ ହଜାର ଓଡ଼ିଆ ଯୁବକ ଦାଦନ ଖଟିବାକୁ ଯାଉଥିବା ବେଳେ ୪କୋଟି ୩୦ ଲକ୍ଷ ଲୋକଙ୍କ ମଧ୍ୟରୁ ୩ କୋଟି ୯୬ ଲୋକ ରାସନ କାର୍ଡ ପାଇଁ ଦରଖାସ୍ତ କରୁଛନ୍ତି।

ରାଜଧାନୀର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ  ପତାକା ଉତ୍ତୋଳନ କରିବା ଅବସରରେ ହରିଚନ୍ଦନ କହିଥିଲେ କଂଗ୍ରେସ ୧୩୦ ବର୍ଷର ଦଳ। କଂଗ୍ରେସ ଯେଉଁ ସପ୍ନ ପ୍ରଥମେ ଦେଖିଥିଲା ତାହା ସାର୍ଥକ ହୋଇଛି। ଏହାସହିତ ନୂଆ ଭାରତ ବର୍ଷ ଗଠନ କରିଛି କଂଗ୍ରେସ । ଓଡ଼ିଶାରେ ଯାହା ଦେଖୁଛନ୍ତି କଂଗ୍ରେସ ଶାସନ ମଧ୍ୟରେ ସମ୍ଭବ ହୋଇଛି। ରାଉରକେଲା ଇସ୍ପାତ କାରଖାନା, ସମ୍ୱଲପୁର ହୀରକୁଦ ନଦୀ ବନ୍ଧ ,ନାଲକୋ କାରଖାନା, ପାରାଦୀପ ବନ୍ଦର ନିର୍ମାଣ ଇତ୍ୟାଦି ସବୁ ସମ୍ଭବ ହୋଇଛି କଂଗ୍ରେସ ଶାସନରେ। କଂଗ୍ରେସ ସ୍ୱପ୍ନ ଦେଖେଇ ସ୍ୱପ୍ନକୁ ସାର୍ଥକ କରିଛି।

ତେବେ ୧୫ ବର୍ଷ ଶାସନକାଳ ଭିତରେ ବିଜେଡି ଲୋକଙ୍କୁ ଭୁଆଁ ବୁଲାଇବା ଓ ଭୋଟ ରାଜନୀତି ପାଇଁ  ଯୋଜନା କରିବା ଛଡ଼ା ଏହି ସରକାର ଏହି ରାଜ୍ୟ ପାଇଁ କ’ଣ କରିଛି ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି।

କଂଗ୍ରେସ ରାଜ୍ୟ ସଭାପତି ଭାବେ ହରିଚନ୍ଦନଙ୍କ କାର୍ଯ୍ୟକାଳକୁ ୧ ବର୍ଷ ପୂରିଛି । ତେଣୁ ଏହି ଉପଲକ୍ଷେ ଦଳୀୟ କାର୍ଯ୍ୟାଳୟରେ ବହୁ ନେତା ଓ କର୍ମୀ ଭିଡ଼ ଜମାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story