ରାସନ୍ କାର୍ଡ ବଣ୍ଟନରେ ଅନିୟମିତତା ଅଭିଯୋଗ: ରାଜ୍ୟର ସବୁ ପଞ୍ଚାୟତ ଅଫିସ୍ ଘେରାଉ କଲା କଂଗ୍ରେସ

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଡିଜିଟାଲ୍ ରାସନ୍ କାର୍ଡ ବଣ୍ଟନରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ଶୁକ୍ରବାର କଂଗ୍ରେସ ପକ୍ଷରୁ ବିଏମସି ସମେତ ରାଜ୍ୟର ସବୁ ପଞ୍ଚାୟତ ଅଫିସକୁ ଘେରାଉ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉରେ ବହୁ କଂଗ୍ରେସ ନେତା ଓ ତାଲିକାରୁ ବାଦ ପଡ଼ିଥିବା ଶତାଧିକ ହିତାଧିକାରୀ ସାମିଲ ହୋଇଥିଲେ। ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, କଂଗ୍ରେସ ମୁଖପାତ୍ର ସୁଲୋଚନା ଦାସ, ପୂର୍ବତନ ପିସିସି ସଭାପତି […]

congress

congress

Rakesh Mallick
  • Published: Friday, 11 December 2015
  • Updated: 11 December 2015, 04:20 PM IST

Sports

Latest News

congress2ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଡିଜିଟାଲ୍ ରାସନ୍ କାର୍ଡ ବଣ୍ଟନରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ଶୁକ୍ରବାର କଂଗ୍ରେସ ପକ୍ଷରୁ ବିଏମସି ସମେତ ରାଜ୍ୟର ସବୁ ପଞ୍ଚାୟତ ଅଫିସକୁ ଘେରାଉ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉରେ ବହୁ କଂଗ୍ରେସ ନେତା ଓ ତାଲିକାରୁ ବାଦ ପଡ଼ିଥିବା ଶତାଧିକ ହିତାଧିକାରୀ ସାମିଲ ହୋଇଥିଲେ। ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, କଂଗ୍ରେସ ମୁଖପାତ୍ର ସୁଲୋଚନା ଦାସ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ସାଧାରଣ ସମ୍ପାଦକ ଶୁଭେନ୍ଦୁ ମହାନ୍ତି ପ୍ରମୁଖ ଯୋଗଦେଇ ବାଦ ପଡିଥିବା ହିତାଧିକାରୀଙ୍କୁ ତୁରନ୍ତ ଏଥିରେ ସାମିଲ କରିବାକୁ ଦାବି କରିଥିଲେ।

ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଜଟଣୀ ନିର୍ବାଚନ ମଣ୍ଡଳୀର କେରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଆନ୍ଦୋଳନରେ ସାମିଲ ହୋଇଥିଲେ।

ବ୍ରହ୍ମପୁରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କ ସମେତ ବହୁ ଦଳୀୟ କର୍ମୀ ବିକ୍ଷୋଭ କରି ବିଏମସି କମିଶନରଙ୍କୁ ଦାବିପତ୍ର ଦେଇଥିଲେ। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ଦଳ ପକ୍ଷରୁ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯିବା ସହ ରାଲି ରାଯାଇଥିଲା।

ଜିଲ୍ଲାର ଅନ୍ୟ ପଞ୍ଚାୟତରେ ମଧ୍ୟ ଘେରାଉ କରାଯାଇଛି। ଦଳ ଅଭିଯୋଗ କରିଛି ଯେ ବହୁ ଜିଲ୍ଲାରେ ପ୍ରକୃତ ହିତାଧିକାରୀଙ୍କୁ ରାସନ୍ କାର୍ଡ ମିଳିନାହିଁ। ହେଲେ ବହୁ ଅଯୋଗ୍ୟଙ୍କୁ ରାସନ କାର୍ଡ ମିଳିଛି। ସମସ୍ତ ଗରିବ ଲୋକଙ୍କୁ କାର୍ଡ ଦେବା ପାଇ ଦଳ ପକ୍ଷରୁ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos