ମନୋମାଳିନ୍ୟ ଓ ଅନ୍ତର୍ଦ୍ୱନ୍ଦ୍ୱ କଂଗ୍ରେସର ଦୁର୍ଦ୍ଦଶାର କାରଣ: ନରସିଂହ

ଭୁବନେଶ୍ୱର: ‘ମନୋମାଳିନ୍ୟ ଓ ଅନ୍ତର୍ଦ୍ୱନ୍ଦ୍ୱ କଂଗ୍ରେସର ଦୁର୍ଦ୍ଦଶାର କାରଣ। ଦଳରେ ନେତାଙ୍କ ମଧ୍ୟରେ ମାରପିଟ୍ ହେଉଛି। କିନ୍ତୁ କର୍ମୀମାନେ ଏବେବି ଉତ୍ସାହିତ ଅଛନ୍ତି। ମନରେଗାର ୧୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ କଥା କହିଥିଲେ। ନରସିଂହ କହିଥିଲେ,‘ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ମୁଁ ଯାଇଛି। ଆଜି ବି କଂଗ୍ରେସ କର୍ମୀ ମଜଭୁତ ଅଛନ୍ତି। ସେମାନଙ୍କ ମନୋବଳ […]

narasingha-mishra

narasingha-mishra

Rakesh Mallick
  • Published: Tuesday, 02 February 2016
  • Updated: 02 February 2016, 12:41 PM IST

Sports

Latest News

narasingha-mishraଭୁବନେଶ୍ୱର: ‘ମନୋମାଳିନ୍ୟ ଓ ଅନ୍ତର୍ଦ୍ୱନ୍ଦ୍ୱ କଂଗ୍ରେସର ଦୁର୍ଦ୍ଦଶାର କାରଣ। ଦଳରେ ନେତାଙ୍କ ମଧ୍ୟରେ ମାରପିଟ୍ ହେଉଛି। କିନ୍ତୁ କର୍ମୀମାନେ ଏବେବି ଉତ୍ସାହିତ ଅଛନ୍ତି। ମନରେଗାର ୧୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ କଥା କହିଥିଲେ।

ନରସିଂହ କହିଥିଲେ,‘ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ମୁଁ ଯାଇଛି। ଆଜି ବି କଂଗ୍ରେସ କର୍ମୀ ମଜଭୁତ ଅଛନ୍ତି। ସେମାନଙ୍କ ମନୋବଳ ଏ ପର୍ଯ୍ୟନ୍ତ ଭାଙ୍ଗି ନାହିଁ। ସବୁ ସ୍ଥାନରେ କର୍ମୀ କେବଳ ଗୋଟିଏ ପ୍ରଶ୍ନ କରୁଛନ୍ତି। ସେମାନେ ପଚାରୁଛନ୍ତି, ନେତାମାନଙ୍କ ମଧ୍ୟରେ ଏତେ ମତଭେଦ କାହିଁକି? ନେତାମାନଙ୍କ ମଧ୍ୟରେ ଏତେ ବାଡ଼ିଆପିଟା କାହିଁକି ହେଉଛି? ନେତାମାନେ ଏକ ହୁଅନ୍ତୁ। ଏକା ସାଙ୍ଗରେ ଓଡ଼ିଶା ବୁଲନ୍ତୁ। ଆପଣମାନଙ୍କ ଭିତରେ ଯାହା ସବୁ ମତଭେଦ ରହିଛି ସେଗୁଡ଼ିକୁ ଅଫିସରେ ଏକାଠି ବସି ସମାଧାନ କରନ୍ତୁ।’

ସେ ଆହୁରି ମଧ୍ୟ କହିଥିଲେ,‘କର୍ମୀ କହୁଛନ୍ତି ଚାଲନ୍ତୁ ଆନ୍ଦୋଳନ କରିବା। ଜନଜାଗରଣ ସୃଷ୍ଟି କରିବା। ନିଶ୍ଚିତ ଭାବେ ଆଗାମୀ ଦିନରେ ଆମେ ସଫଳତା ଲାଭ କରିବା। ମୁଁ ଆଶା କରୁଛି ଦଳୀୟ ନେତାମାନେ ଏ ଦିଗରେ ନିଶ୍ଚିତ ଉଦ୍ୟମ କରିବେ।’

ନରସିଂହ କହିଥିଲେ, ଆମେ ସମସ୍ତେ ବସି ଯଦି ଆମମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଦୂର କରିପାରିବା ତା’ହେଲେ କଂଗ୍ରେସ ଯେଉଁ ଯୋଜନା ପ୍ରସ୍ତୁତ କରିଛି କେବଳ ତାହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାରେ ସଫଳ ହେବେ ତାହା ନୁହେଁ ଦଳକୁ ମଧ୍ୟ ସୁଦୃଢ଼ କରିପାରିବା। ୨୦୧୯ରେ ପୁଣି ଥରେ ଶାସନଗାଦିକୁ ଫେରିବାର ସ୍ୱପ୍ନ ମଧ୍ୟ ଦେଖିପାରିବା ଏବଂ ସ୍ୱପ୍ନକୁ ସାକାର କରିପାରିବା।

ମନରେଗା ସଂପର୍କରେ ସୂଚନା ଦେଇ ସେ କହିଥିଲେ ଯେ ଓଡ଼ିଶାରେ ଏହି ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇନାହିଁ। ଲୋକେ ମନରେଗାରେ କାମ ପାଇବାରୁ ବଞ୍ଚିତ ହୋଇଛନ୍ତି।

ସଭାରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମନରେଗା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, ୨୦୦୬ରୁ କଂଗ୍ରେସ ନେତୃତ୍ୱାଧୀନ ଉପାସରକାର ଏହି ଯୋଜନା ଆରମ୍ଭ କରିଥିଲେ। ଅନ୍ୟ ରାଜ୍ୟଗୁଡ଼ିକ ଏହି ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ କରିଥିଲେ। କିନ୍ତୁ ଓଡ଼ିଶାରେ ଏହାର ସଫଳ ରୂପାୟନ ହୋଇ ପାରି ନାହିଁ।

ବର୍ତ୍ତମାନ ରାଜ୍ୟ ସରକାର ମନରେଗାକୁ ସଫଳତାର ସହ କାର୍ଯ୍ୟକାରୀ କରି ଗ୍ରାମାଞ୍ଚଳର ବିକାଶ କରନ୍ତୁ ବୋଲି ନିରଞ୍ଜନ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos