କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ନରସିଂହ-ଶ୍ରୀକାନ୍ତ ମୁହାଁମୁହିଁ

ଭୁବନେଶ୍ୱର: କଂଗ୍ରେସରେ ଦଳୀୟ କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ମହାନଦୀ ପ୍ରସଙ୍ଗ ହେଉ କି ଚିଟ୍‌ଫଣ୍ଡ କେଳେଙ୍କାରୀ ଯେ କୌଣସି ପ୍ରସଙ୍ଗକୁ ନେଇ ଦଳ କିଛି କାର୍ଯ୍ୟକ୍ରମ କଲେ କିଛି ନେତା ଗୋଡ ଟାଣିବାକୁ ପଛାଉ ନାହାନ୍ତି। ଗୋଷ୍ଠୀ କନ୍ଦଳକୁ ନେଇ ଦଳ ବାରମ୍ବାର ଲୋକହସା ହେଉଥିଲେ ମଧ୍ୟ ‘ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ’ ନୀତିରେ ଚାଲିଛନ୍ତି ଦଳର କିଛି ବରିଷ୍ଠ ନେତା। ଆଜି ଭୁବନେଶ୍ୱରରେ ବସିଥିବା କାର୍ଯ୍ୟକାରିଣୀ […]

congress

congress

Rakesh Mallick
  • Published: Tuesday, 23 August 2016
  • Updated: 23 August 2016, 10:40 PM IST

Sports

Latest News

congressଭୁବନେଶ୍ୱର: କଂଗ୍ରେସରେ ଦଳୀୟ କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ମହାନଦୀ ପ୍ରସଙ୍ଗ ହେଉ କି ଚିଟ୍‌ଫଣ୍ଡ କେଳେଙ୍କାରୀ ଯେ କୌଣସି ପ୍ରସଙ୍ଗକୁ ନେଇ ଦଳ କିଛି କାର୍ଯ୍ୟକ୍ରମ କଲେ କିଛି ନେତା ଗୋଡ ଟାଣିବାକୁ ପଛାଉ ନାହାନ୍ତି। ଗୋଷ୍ଠୀ କନ୍ଦଳକୁ ନେଇ ଦଳ ବାରମ୍ବାର ଲୋକହସା ହେଉଥିଲେ ମଧ୍ୟ ‘ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ’ ନୀତିରେ ଚାଲିଛନ୍ତି ଦଳର କିଛି ବରିଷ୍ଠ ନେତା। ଆଜି ଭୁବନେଶ୍ୱରରେ ବସିଥିବା କାର୍ଯ୍ୟକାରିଣୀ ବୈଠକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ମଧ୍ୟରେ କଥା କଟାକଟିକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି। ବିଧାନସଭାରେ କଂଗ୍ରେସର ଏସ୍‌ସି/ଏସ୍‌ଟି ବିଧାୟକ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଦ ତଳେ ପଡ଼ି ମୁଣ୍ଡିଆ ମାରିବାକୁ ନେଇ ଶ୍ରୀକାନ୍ତ ନରସିଂହଙ୍କୁ ଟାର୍ଗେଟ କରିଛନ୍ତି।

ଶ୍ରୀକାନ୍ତ କାର୍ଯ୍ୟକାରିଣୀରେ ଏହି ପ୍ରସଙ୍ଗ ଉଠାଇବା ପରେ ବୈଠକରେ ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ୩ମାସ ତଳର ଏ କଥା ଉଠାଇ ଶ୍ରୀକାନ୍ତ ବିରୋଧୀ ଦଳ ନେତାଙ୍କ ଆଡ଼କୁ ଆଙ୍ଗୁଠି ଉଠାଇବା ସହ ତାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନଚିହ୍ନ ଲଗାଇଥିଲେ। ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଦ ତଳେ ମୁଣ୍ଡିଆ ମାରିବାକୁ କିଏ କହିଲା ବୋଲି ଶ୍ରୀକାନ୍ତ ପ୍ରଶ୍ନ କରିଥିଲେ।

ବୈଠକରେ ଶ୍ରୀକାନ୍ତଙ୍କ ଏପରି ପ୍ରଶ୍ନର ଉତ୍ତର ନରସିଂହ ଦେଇଥିଲେ। ସେ କହିଥିଲେ, “ଏହା ବିଧାୟକ ଦଳର ନିଷ୍ପତ୍ତି ଥିଲା। ଯଦି ଭୁଲ ନିଷ୍ପତ୍ତି ଥିଲା ତେବେ ଏହା ଉପରେ ଦଳ ଭିତରେ ବିତର୍କ ହେବା ଦରକାର।”

ତେବେ ଏ ନେଇ ଉଭୟ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ।

ଏଆଇସିସି ସମ୍ପାଦକ ଭକ୍ତ ଦାସ କହିଛନ୍ତି, “ନମ୍ରତା ବି ଆନ୍ଦୋଳନର ଏକ ରୂପ। ଯଦି ଏହି ଦୃଷ୍ଟିକୋଣରୁ ମୁଣ୍ଡିଆ ମରା ନିଷ୍ପତ୍ତି ହୋଇଥିଲା ତେବେ ମୋର କିଛି କହିବାର ନାହିଁ। ଜନସାଧାରଣ ଏହାକୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ। ଉଭୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ମୁଁ ସମର୍ଥନ କରୁଛି।”

ସକାଳ ସାଢେ ୯ଟାରୁ ସାଢେ ୨ଟା ପର୍ଯ୍ୟନ୍ତ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ପଞ୍ଚାୟତ ନିର୍ବାଚ ଲଢିବା ନେଇ ଏଥିରେ ରଣନୀତି ପ୍ରସ୍ତୁତ ହୋଇଥିଲା। ପଞ୍ଚାୟତ ନିର୍ବାଚନର ଦାୟିତ୍ୱ ବରିଷ୍ଠ ନେତାଙ୍କୁ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ପଞ୍ଚାୟତ ନିର୍ବାଚନ ପାଇଁ ଏକ ଟାସ୍କଫୋର୍ସ କମିଟି ଗଠନ ହେବ। ଏହି କମିଟି ୧୦ ଜଣ ସଦସ୍ୟଙ୍କୁ ନେଇ ବୁଥ କମିଟି ଗଠନ କରିବ। ଏଥିରେ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାସହ ମହାନଦୀ ପ୍ରସଙ୍ଗକୁ ନେଇ ମହାନଦୀର ଅବବାହିକା ଜିଲ୍ଲାଗୁଡିକରେ ସମାବେଶ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଛି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “ମହାନଦୀ ପ୍ରସଙ୍ଗଠାରୁ ଆରମ୍ଭ କରି ରାସନକାର୍ଡ, ଚାଷୀ, ବୀମା, ନଗଡ଼ା ସମସ୍ୟା, ରାଜ୍ୟର ବିକାଶ, ଦଳିତ ଆଦିବାସୀଙ୍କ ଅଧିକାର ଓ ଆଇନଶୃଙ୍ଖଳା ସବୁ ବିଷୟରେ ଆଲୋଚନା କରାଯାଇଥିଲା।”

ବିରୋଧୀ ଦଳ ଉପନେତା ଚିରଞ୍ଜିବ ବିଶ୍ୱାଳ କହିଛନ୍ତି, “ବିଭିନ୍ନ ସମସ୍ୟାକୁ ନେଇ ପିସିସି ଆଗାମୀ ଦିନରେ ଲୋକଙ୍କ ପାଖକୁ ଯିବ। ସେଥିପାଇଁ ଖସଡା ପ୍ରସ୍ତୁତ ହୋଇଛି।”

ଅନ୍ୟପକ୍ଷରେ କାର୍ଯ୍ୟକାରିଣୀ ବୈଠକରେ ସମନ୍ୱୟ କମିଟି ସଦସ୍ୟ ନିରଞ୍ଜନ ପଟ୍ଟନାୟକ ଏବଂ ଲୁଲୁ ମହାପାତ୍ରଙ୍କୁ ଦେଖିବାକୁ ମିଳି ନ ଥିଲା। ନିରଞ୍ଜନଙ୍କ ଅନୁପସ୍ଥିତିକୁ ନେଇ ତାଙ୍କ ପ୍ରତି କିଛି ନେତା ମନ୍ତବ୍ୟ ଦେଇଥିବା ଜଣାପଡିଛି। ଅନୁପସ୍ଥିତ ଥିବା ନେତାଙ୍କ ନାଁରେ ଆଲୋଚନାକୁ ବିରୋଧୀ ଦଳ ନେତା ନାପସନ୍ଦ କରିଥିଲେ। “ବୈଠକରେ ହେଉଥିବା ଅଭ୍ୟନ୍ତରୀଣ କଥା ଗଣମାଧ୍ୟମକୁ ନ ଯାଉ” ବୋଲି ନରସିଂହ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story