କଟା ଘା’ରେ ଚୂନ ମାରିଲେ ନରସିଂହ: କହିଲେ-ବିଜେଡି ସହ ମେଣ୍ଟ ଅସମ୍ଭବ, ସାମ୍ନା ଲଢ଼େଇରେ ସନ୍ଧି ହୁଏନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କଂଗ୍ରେସ ଓ ବିଜେଡିର ସମ୍ଭାବ୍ୟ ମେଣ୍ଟ ନେଇ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ବିବାଦୀୟ ମନ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ମାତ୍ର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ କୌଣସି ଉତ୍ତର ଦେଇନଥିଲେ ମଧ୍ୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ଅବଲମ୍ୱନ କରାଯାଉଛି ବୋଲି କହିଥିଲେ। ଏପରିକି ଗତକାଲି ଭୁବନେଶ୍ୱରରେ ହୋଇଥିବା ଏକ ସାହିତ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ୨୦୧୯ରେ କାହା ସହିତ ମେଣ୍ଟ ହେବ ନାହିଁ […]

congress-leader-narasingha-mishra

congress-leader-narasingha-mishra

Rakesh Mallick
  • Published: Monday, 30 October 2017
  • Updated: 30 October 2017, 06:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କଂଗ୍ରେସ ଓ ବିଜେଡିର ସମ୍ଭାବ୍ୟ ମେଣ୍ଟ ନେଇ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ବିବାଦୀୟ ମନ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ମାତ୍ର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ କୌଣସି ଉତ୍ତର ଦେଇନଥିଲେ ମଧ୍ୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ଅବଲମ୍ୱନ କରାଯାଉଛି ବୋଲି କହିଥିଲେ। ଏପରିକି ଗତକାଲି ଭୁବନେଶ୍ୱରରେ ହୋଇଥିବା ଏକ ସାହିତ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ୨୦୧୯ରେ କାହା ସହିତ ମେଣ୍ଟ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ସେହିପରି ଆଜି ମେଣ୍ଟ ଚର୍ଚ୍ଚାରେ ଚୂନ ମାରିଛନ୍ତି ବିରୋଧୀଦଳ ନେତା ନରସିଂହ ମିଶ୍ର।

ସେ କହିଛନ୍ତି-“ଓଡ଼ିଶାରେ ଦୁଇ ନମ୍ୱର ଦଳ ହେଉଛି କଂଗ୍ରେସ। ବିଜେଡି ନଂ.୧ରେ ରହିଛି। ନିର୍ବାଚନ ହେଲେ ଏକ ନମ୍ୱର ଓ ଦୁଇ ନମ୍ୱର ଦଳ ମଧ୍ୟରେ ଲଢ଼େଇ ହେବ। ସେହି ଦୃଷ୍ଟିରୁ କଂଗ୍ରେସ ଓ ବିଜେଡି ମଧ୍ୟରେ ମେଣ୍ଟ ହେନାହିଁ। ବିଜେଡିକୁ ଗାଦିଚ୍ୟୁତ କରିବା ପାଇଁ ଆମେ ସବୁ ପ୍ରକାର ଉଦ୍ୟମ କରିବୁ। ଲୋକଙ୍କ ପାଖକୁ ଯିବୁ। ଲୋକଙ୍କ ଆସ୍ତାଭାଜନ ହେବା ପାଇଁ ଚେଷ୍ଟା କରିବୁ।”

ସେ ଆହୁରି କହିଛନ୍ତି-“୨୦୧୯ ମସିହାରେ ନିର୍ବାଚନ ହେବ। ଏବେଠାରୁ ବିଜେଡି ଓ ବିଜେପି ଅଙ୍କ କଷିବା ଆରମ୍ଭ କରିଦେଲେଣି। ସେ ଶକ୍ତି ମୋର ନାହିଁ। କିନ୍ତୁ ଏହା ସତ ଜନସାଧାରଣଙ୍କ ରାଗ ଓ ରୋଷ ବିଜେଡି ବିରୋଧରେ ଯାଉଛି। ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପି ୨୦୧୪ ନିର୍ବାଚନ ମଇଦାନ ପାର ହୋଇଥିଲା, ତାହା ଆଜି ପଦାରେ ପଡ଼ିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos