ରାଜ୍ୟ କଂଗ୍ରେସ ରାଜନୀତିର ଭିନ୍ନମୋଡ଼: ଦିଲ୍ଲୀ ଗଲେ ହେଭିୱେଟ୍‌ ନେତା ନିରଞ୍ଜନ-ନରସିଂହ-ଅନନ୍ତ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ରାଜ୍ୟ କଂଗ୍ରେସର ରାଜନୀତି। ଆଜି ଦଳର ୩ ଜଣ ହେଭିୱେଟ୍ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ ନେତା ଅନନ୍ତ ସେଠୀ ଆଜି ଦିଲ୍ଲୀ ଯାଇଛନ୍ତି। ତେବେ ଗସ୍ତର କାରଣ ନେଇ ୩ ଜଣ ବରିଷ୍ଠ ନେତାଙ୍କ ଉତ୍ତର ଭିନ୍ନ ଭିନ୍ନ ଥିଲା। ନରସିଂହ ମିଶ୍ର କହିଛନ୍ତି,“ବ୍ୟକ୍ତିଗତ କାମରେ ଦିଲ୍ଲୀ ଯାଉଛି ଏବଂ ଆସନ୍ତାକାଲି ଫେରି ଆସିବି।” ସେହିପରି […]

Rakesh Mallick
  • Published: Sunday, 08 October 2017
  • Updated: 08 October 2017, 02:07 PM IST

Sports

Latest News

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ରାଜ୍ୟ କଂଗ୍ରେସର ରାଜନୀତି। ଆଜି ଦଳର ୩ ଜଣ ହେଭିୱେଟ୍ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ ନେତା ଅନନ୍ତ ସେଠୀ ଆଜି ଦିଲ୍ଲୀ ଯାଇଛନ୍ତି। ତେବେ ଗସ୍ତର କାରଣ ନେଇ ୩ ଜଣ ବରିଷ୍ଠ ନେତାଙ୍କ ଉତ୍ତର ଭିନ୍ନ ଭିନ୍ନ ଥିଲା।

ନରସିଂହ ମିଶ୍ର କହିଛନ୍ତି,“ବ୍ୟକ୍ତିଗତ କାମରେ ଦିଲ୍ଲୀ ଯାଉଛି ଏବଂ ଆସନ୍ତାକାଲି ଫେରି ଆସିବି।”

ସେହିପରି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ମୁଁ ମଧ୍ୟ ବ୍ୟକ୍ତିଗତ କାମରେ ଚଣ୍ଡିଗଡ଼ ଯାଉଛି। ଏଆଇସିସିରୁ ଯଦି ଡାକରା ଆସେ ମୁଁ ଯିବି।

ଅପରପକ୍ଷରେ ପିସିସି ପରିବର୍ତ୍ତନ ପ୍ରସଙ୍ଗ ନେଇ ବରିଷ୍ଠ ନେତା ଅନନ୍ତ ସେଠୀ କହିଛନ୍ତି ଯେ, ଓଡ଼ିଶାରେ କଂଗ୍ରେସକୁ ବଞ୍ଚାଇବାକୁ ହେଲେ ନିରଞ୍ଜନ ପଟ୍ଟନାୟକଙ୍କ ଆବଶ୍ୟକତା ରହିଛି। ସେ  ଏଆଇସିସି  ଅଫିସ୍‌କୁ ମଧ୍ୟ ଯିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos