ଧ୍ୱଂସ ପାଇଯିବ କଂଗ୍ରେସ !

ନିରଞ୍ଜନ ପଟ୍ଟନାୟକ ପିସିସି ମଙ୍ଗୁଆଳ ନ ହେଲେ ଧ୍ୱଂସ ହୋଇଯିବ କଂଗ୍ରେସ। ପିସିସି ଚୌକି ଦଉଡ଼ରେ ଭକ୍ତଚରଣ ଦାସ ଆଗକୁ ଚାଲି ଯାଇଥିବା ଚର୍ଚ୍ଚା ପରେ ଏମିତି କିଛି ଆଶଙ୍କା କରୁଛି ବିଧାୟକ କ୍ୟାମ୍ପ। କିଛି ବିଧାୟକ ଭକ୍ତଙ୍କୁ ଗ୍ରହଣ କରିବା ମୁଡରେ ନାହାଁନ୍ତି। ତେଣୁ ରାଜ୍ୟ କଂଗ୍ରେସର ମଙ୍ଗୁଆଳ ପଦ ପାଇଁ ହାଇକମାଣ୍ଡ ନିଷ୍ପତ୍ତିକୁ ଅପେକ୍ଷା କରିଥିବା କିଛି ବିଧାୟକ ଏବେ ଖଡ୍ଗହସ୍ତ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସିଥିବା ପର୍ଯ୍ୟବେକ୍ଷକଙ୍କ ଆଗରେ ବି ଦଳର ଦୁର୍ବଳ […]

congresss

congresss

Rakesh Mallick
  • Published: Sunday, 16 July 2017
  • Updated: 16 July 2017, 09:18 PM IST

ନିରଞ୍ଜନ ପଟ୍ଟନାୟକ ପିସିସି ମଙ୍ଗୁଆଳ ନ ହେଲେ ଧ୍ୱଂସ ହୋଇଯିବ କଂଗ୍ରେସ। ପିସିସି ଚୌକି ଦଉଡ଼ରେ ଭକ୍ତଚରଣ ଦାସ ଆଗକୁ ଚାଲି ଯାଇଥିବା ଚର୍ଚ୍ଚା ପରେ ଏମିତି କିଛି ଆଶଙ୍କା କରୁଛି ବିଧାୟକ କ୍ୟାମ୍ପ। କିଛି ବିଧାୟକ ଭକ୍ତଙ୍କୁ ଗ୍ରହଣ କରିବା ମୁଡରେ ନାହାଁନ୍ତି। ତେଣୁ ରାଜ୍ୟ କଂଗ୍ରେସର ମଙ୍ଗୁଆଳ ପଦ ପାଇଁ ହାଇକମାଣ୍ଡ ନିଷ୍ପତ୍ତିକୁ ଅପେକ୍ଷା କରିଥିବା କିଛି ବିଧାୟକ ଏବେ ଖଡ୍ଗହସ୍ତ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସିଥିବା ପର୍ଯ୍ୟବେକ୍ଷକଙ୍କ ଆଗରେ ବି ଦଳର ଦୁର୍ବଳ ସଂଗଠନ କଥା ବଖାଣିଛି ବିଧାୟକ କ୍ୟାମ୍ପ।

ଭକ୍ତ ଏବଂ ନିରଞ୍ଜନଙ୍କ ମଧ୍ୟରୁ କାହାକୁ ହାଇକମାଣ୍ଡ ପିସିସି ମୁକୁଟ ପିନ୍ଧାଇବେ ତାକୁ ନେଇ ଏବେ ରାଜ୍ୟ କଂଗ୍ରେସରେ ଚର୍ଚ୍ଚା। ପିସିସି ରେସ୍‌ରେ ଥିବା ନେଇ ଭକ୍ତ ନିଜେ କହିବା ପରେ ବିଧାୟକଙ୍କ ମଧ୍ୟରେ କୁହୁଳିବାରେ ଲାଗିଛି ଅସନ୍ତୋଷ। କାରଣ ବିଧାୟକ କ୍ୟାମ୍ପ ଚାହୁଁଛି ନିରଞ୍ଜନ ପିସିସି ମୁଖିଆ ହୁଅନ୍ତୁ।

ନିରଞ୍ଜନ ପାଇଁ ବାରମ୍ବାର ଲବି ଫେଲ ମାରିବା ପରେ ଆଜି ହାଇକମାଣ୍ଡଙ୍କୁ ଚରମବାଣୀ ଶୁଣାଇଛନ୍ତି ବିଧାୟକ ଯୋଗେଶ ସିଂ। ସେ କହିଛନ୍ତି- “ନିରଞ୍ଜନଙ୍କୁ ପିସିସି ମଙ୍ଗୁଆଳ ନ କଲେ ଧ୍ୱଂସ ହେଇଯିବ କଂଗ୍ରେସ।”

ଯୋଗେଶଙ୍କ ସହ ସ୍ୱର ମିଳାଇଛନ୍ତି ପ୍ରଫୁଲ୍ଲ ମାଝି। ସେ କହିଛନ୍ତି- “ଲୋକେ ଚାହୁଁଥିବାରୁ ଦଳର ଭଲ ପାଇଁ ନିରଞ୍ଜନଙ୍କୁ ସଭାପତି କରିବା ପାଇଁ ଏଆଇସିସି ପାଖରେ ବିଧାୟକ ଦାବି କରି ଆସୁଛନ୍ତି।

ଅନ୍ୟପକ୍ଷରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସିଥିବା ପର୍ଯ୍ୟବେକ୍ଷକଙ୍କ ପାଖରେ ଦଳର ଆଭ୍ୟନ୍ତରୀଣ କଥା ବଖାଣିଛନ୍ତି କିଛି ବିଧାୟକ। କେତେ ଜଣ ପୂର୍ବତନ ବିଧାୟକ ଓ ଜିଲ୍ଲା ସଭାପତି ଦଳ ଛାଡିବା ପରେ ସଂଗଠନ ଉପରେ ପଡିଥିବା କୁପ୍ରଭାବ କଥା ସେମାନେ ଉଠାଇଥିଲେ। ଦକ୍ଷ ନେତୃତ୍ୱ ପାଇଁ ନିରଞ୍ଜନଙ୍କ ନାଁକୁ ଆଗକୁ ଆଣି ବିଧାୟକମାନେ ଜୋରଦାର ଲବି ଚଳାଇଥିବା ବେଳେ କିଛି ନେତା ଭକ୍ତଙ୍କ ସପକ୍ଷରେ ବି ବାହାରିଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି- “ଭକ୍ତ, ରାମ କି ଭୀମ କିଏ ପିସିସି ସଭାପତି ହେବ ଜାଣିନାହିଁ। ଆଗରୁ କହିଥିଲି ନିରଞ୍ଜନ ହୁଅନ୍ତୁ, ଏବେ ବି କହୁଛି। କହିବାର ଅଧିକାର କେହି ଛଡାଇ ପାରିବେ ନାହିଁ। ଆଜି ପର୍ଯ୍ୟବେକ୍ଷକଙ୍କୁ ଏନେଇ ଜଣାଇଛୁ।”

ଅନ୍ୟପକ୍ଷରେ ଟିମ୍ ପ୍ରସାଦଙ୍କ କିଛି ବରିଷ୍ଠ ସଦସ୍ୟ ଭକ୍ତଙ୍କୁ ସଭାପତି କରିବା ନେଇ ହାଇକମାଣ୍ଡଙ୍କ ପାଖରେ ଓକିଲାତି କରିଥିଲେ। ଏପଟେ ନିରଞ୍ଜନଙ୍କୁ ସଭାପତି ଦେବା ପାଇଁ ଲବି କରିଆସୁଥିବା ବିଧାୟକ କ୍ୟାମ୍ପ ଏବେ ଭକ୍ତଙ୍କ ନାଁ ଆଗକୁ ଆସୁଥିବା ଜାଣିବା ପରେ ପୁଣି ବିଷ ଓଗାଳିବା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos