ରୁଦ୍ଧଦ୍ୱାର ବୈଠକରେ ଅସଜଡ଼ା ଘରକୁ ସଜାଡିବାକୁ କଂଗ୍ରେସର ପ୍ରୟାସ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ କିଛି ମତାନ୍ତର ନ ଥିବା ଦଳୀୟ ନେତାମାନେ ସଫେଇ ଦେଉଛନ୍ତି। ହେଲେ ଦଳରେ ମତାନ୍ତର ଥିବା ବହୁବାର ପଦାକୁ ଆସିଛି। ଏପରି ସ୍ଥିତିରେ କଂଗ୍ରେସ ନିଜ ଅସଜଡା ଘରକୁ ସଜାଡିବାକୁ ଉଦ୍ୟମ ଆରମ୍ଭ କରିଛି। ଆଜି ଦଳର ବରିଷ୍ଠ ସଦସ୍ୟମାନଙ୍କୁ ନେଇ ଭୁବନେଶ୍ୱରରେ ଏକ ରୁଦ୍ଧଦ୍ୱାର ବୈଠକ ହୋଇଛି। ବିଶେଷ କରି ବିଧାୟକମାନେ ବାରମ୍ବାର ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ପାଖରେ ଫେରାଦ ହେବା ପରିପ୍ରେକ୍ଷୀରେ ଏପରି ଏକ ବୈଠକ ଡକାଯାଇଥଲା ବୋଲି କୁହାଯାଉଛି। […]

congress

congress

Rakesh Mallick
  • Published: Friday, 01 July 2016
  • Updated: 01 July 2016, 10:41 PM IST

Sports

Latest News

congressଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ କିଛି ମତାନ୍ତର ନ ଥିବା ଦଳୀୟ ନେତାମାନେ ସଫେଇ ଦେଉଛନ୍ତି। ହେଲେ ଦଳରେ ମତାନ୍ତର ଥିବା ବହୁବାର ପଦାକୁ ଆସିଛି। ଏପରି ସ୍ଥିତିରେ କଂଗ୍ରେସ ନିଜ ଅସଜଡା ଘରକୁ ସଜାଡିବାକୁ ଉଦ୍ୟମ ଆରମ୍ଭ କରିଛି। ଆଜି ଦଳର ବରିଷ୍ଠ ସଦସ୍ୟମାନଙ୍କୁ ନେଇ ଭୁବନେଶ୍ୱରରେ ଏକ ରୁଦ୍ଧଦ୍ୱାର ବୈଠକ ହୋଇଛି। ବିଶେଷ କରି ବିଧାୟକମାନେ ବାରମ୍ବାର ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ପାଖରେ ଫେରାଦ ହେବା ପରିପ୍ରେକ୍ଷୀରେ ଏପରି ଏକ ବୈଠକ ଡକାଯାଇଥଲା ବୋଲି କୁହାଯାଉଛି। ଦଳରେ ଥିବା ଅନ୍ତର୍ଦ୍ୱନ୍ଦ, ଦଳୀୟ ନେତାଙ୍କ ବୟାନବାଜୀ, ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ପରିବର୍ତ୍ତନ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି।

ବୈଠକରେ କଂଗ୍ରେସ ପ୍ରଭାରୀ ବି.କେ. ହରିପ୍ରସାଦ, ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ଦଳର ଅଧିକାଂଶ ବିଧାୟକ ଯୋଗ ଦେଇଥିଲେ। ବିଧାୟକମାନେ ଦିଲ୍ଲୀ ଯିବା, ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ପରିବର୍ତ୍ତନ ନେଇ ହାଇମାଣ୍ଡଙ୍କ ଦ୍ୱାରସ୍ଥ ହେବା ପରେ କିଛିଦିନ ତଳେ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଏବଂ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାହୁଲଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଖାସ ସେଥିପାଇଁ ବିଧାୟକମାନଙ୍କୁ ଡାକି ବ୍ୟକ୍ତିଗତ ଭାବେ ସେମାନଙ୍କ ମତାମତ ନିଆଯାଇଥିବା ଚର୍ଚ୍ଚା ହେଉଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କିନ୍ତୁ ବୈଠକରେ ତାଙ୍କୁ ହଟାଯିବା ସମ୍ପର୍କରେ କୌଣସି ଚର୍ଚ୍ଚା ହୋଇ ନ ଥିଲା ବୋଲି ଦାବି କରିଛନ୍ତି। ସେ କହିଛନ୍ତି, “ହାତୀ ଜିଇଁଲେ ଲକ୍ଷେ, ମଲେ ଲକ୍ଷେ ଭଳି ମୋ ବିରୋଧରେ କିଏ ଗଲେ ମୋର କିଛି ଯାଏ ଆସେ ନାହିଁ। ମୁଁ ବୈଠକରେ ଉପସ୍ଥିତ ଥିବା ପର୍ଯ୍ୟନ୍ତ କେହି ମୋ ବିରୋଧରେ କିଛି କହି ନ ଥିଲେ।”

ଦଳର ଗୋଷ୍ଠୀ କନ୍ଦଳକୁ ନେଇ ବୈଠକ ବସିଥିବା ଚର୍ଚ୍ଚାକୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏବଂ କଂଗ୍ରେସ ପ୍ରଭାରୀ ବି.କେ. ହରିପ୍ରସାଦ ମଧ୍ୟ ଖଣ୍ଡନ କରିଛନ୍ତି।

ହରିପ୍ରସାଦ କହିଛନ୍ତି, “ଜଙ୍ଗଲ ଅଧିକାର ଆଇନରେ ଜମିପଟ୍ଟା ବଣ୍ଟନ ଠିକ୍‌ରେ ହୋଇନାହିଁ। ଏହା ଉପରେ ଆଲୋଚନା କଲୁ। ଏ ବିଷୟରେ ବିଧାୟକମାନଙ୍କର ମଧ୍ୟ ମତାମତ ନିଆଗଲା। ଜଙ୍ଗଲ ଜମି ଅଧିକାର ଆଇନକୁ ନେଇ ଦଳ ଆଗାମୀ ଦିନରେ କାର୍ଯ୍ୟକ୍ରମ କରିବ। ସେ ବିଷୟରେ ଆଲୋଚନା କଲୁ।”

ପ୍ରସାଦ କହିଛନ୍ତି, “ଯାହା ଚର୍ଚ୍ଚା ହେଉଛି ସବୁ ଅମୂଳକ। ବିଧାୟକମାନଙ୍କୁ ବୈଠକକୁ ଡକାଯାଇଥିଲା। କିଏ ଦୁଇଜଣ ହୋଇ ଆସିଲେ, କିଏ ତିନିଜଣ ହୋଇ ଆସିଲେ। ଏବେ ଏହାକୁ ନେଇ ଚର୍ଚ୍ଚା କରାଯିବା ଠିକ ନୁହେଁ। ଦଳରେ ମତାନ୍ତର ବୋଲି କିଛି ନାହିଁ। ସେ ସମ୍ପର୍କରେ କିଛି ଚର୍ଚ୍ଚା ହୋଇନାହିଁ।”

ଆଜିର ବୈଠକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଦେଖିବାକୁ ମିଳି ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story